ବାହାବେଦିରେ କନ୍ୟାର ଫ୍ଲାଇଙ୍ଗ୍‌ କିସ୍‌ : ନାଚି ନାଚି ସିଗାରେଟ୍‌ ଫୁଙ୍କୁଥିଲେ ଶାଶୁ, ଭୟରେ ବର ଫେରାର୍

ଡିଜେ ଗୀତରେ ଶାଶୁଙ୍କ ଧମାକେଦାର ଡ୍ୟାନ୍ସ । ଶ୍ୱଶୁର ଘର ଲୋକଙ୍କ ରଙ୍ଗଢ଼ଙ୍ଗ ଦେଖି ବର କାବା ।

ଆଶ୍ଚର୍ଯ୍ୟ..

ବେଦି ବନ୍ଧା ହୋଇଥିଲା । ଧୁମଧାମରେ ବିବାହର ଆସର ଜମିଥିଲା । ଡିଜେର ତାଳେ ତାଳେ ନାଚି ନାଚି ବନ୍ଧୁ ଏବଂ ପରିବାର ସଦସ୍ୟ ସହିତ କନ୍ୟା ଘରେ ପହଞ୍ଚିଥିଲେ ବରବାବୁ । କନ୍ୟାପକ୍ଷ ଲୋକ ମଧ୍ୟ ବରକୁ ପାଛୋଟି ନେବା ପରେ ଆରମ୍ଭ ହୋଇଥିଲା ସମସ୍ତ ରୀତିନୀତି । ହେଲେ ବିବାହ ଆୟୋଜନ ହେବା ପୂର୍ବରୁ କନ୍ୟା ଓ କନ୍ୟାର ମାଆର ରଙ୍ଗଢ଼ଙ୍ଗ ଦେଖି ବର କାବା ହୋଇ ଯାଇଥିଲା । ବିବାହ କରିବା ପାଇଁ ରୋକଠୋକ୍‌ ମନା କରିଦେଇଥିଲା ।

ଉତ୍ତରପ୍ରଦେଶ ହୟାତନଗର ଥାନା ଅନ୍ତର୍ଗତ ସରାୟତରିନ ନିବାସୀ ଜଣେ ଯୁବକଙ୍କର ବିବାହ ସମ୍ବଲ ଜିଲ୍ଲାର ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା । ଉଭୟ ପକ୍ଷଙ୍କ ସହମତି କ୍ରମେ ବିବାହ ତାରିଖ ସ୍ଥିର କରାଯାଇଥିଲା । ବିବାହ ଦିନ ପରେ ବର ପକ୍ଷ ଲୋକ ମଧ୍ୟ ଠିକ୍‌ ସମୟରେ ପହଞ୍ଚି ଯାଇଥିଲେ ।

ବିବାହ ମଝିରେ ଆରମ୍ଭ ହୋଇଥିଲା ଦମଦାର ଡ୍ୟାନ୍ସ

 ଦ୍ୱାରେ ପେ ଆଇ ବାରାତ ଗୀତର ତାଳେ ତାଳେ ନାଚି ନାଚି କନ୍ୟା ଘରେ ପହଞ୍ଚିଥିଲେ ବରଘର ଲୋକ । କନ୍ୟାଘର ଲୋକ ଖୁବ୍‌ ସରାଗରେ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । ତା’ପରେ ବିବାହର ସମସ୍ତ ରୀତିନୀତି ଆରମ୍ଭ ହୋଇଥିଲା । ହେଲେ ବିବାହ ଚାଲିଥିବା ବେଳେ କନ୍ୟାର ମା ଡିଜେ ଗୀତରେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । କେବଳ ଡ୍ୟାନ୍ସ ନୁହେଁ, ସମସ୍ତଙ୍କ ସାମ୍ନାରେ ସିଗାରେଟ୍ ପରେ ସିଗାରେଟ୍‌ ଫୁଙ୍କିବା ଆରମ୍ଭ କରିଥିଲେ । ଏହାଦେଖି ବରର ମୁଣ୍ଡ ଗୋଳମାଳ ହୋଇଯାଇଥିଲା ।

ଫ୍ଲାଇଙ୍ଗ୍‌ କିସ୍‌ କରୁଥିଲେ କନ୍ୟା

ଶାଶୁଙ୍କୁ ଦେଖି ଖୁବ୍‌ ଅସହଜ ମନେ କରିଥିଲେ ବର । ଏପଟେ ମା’କୁ ଦେଖି ଫ୍ଲାଇଙ୍ଗ୍‌ କିସ୍‌ କରୁଥିଲେ ବେଦିରେ ବସିଥିବା କନ୍ୟା । ଏସବୁ ଦେଖି ବର ବିବାହ ହେବା ପାଇଁ ମନା କରିଦେବା ସହ ମଣ୍ଡପରୁ ଉଠି ଯାଇଥିଲେ ।

ବୁଝାଇବା ପରେ ବି ମାନିଲେନି ବର

ବର ବିବାହ ପାଇଁ ମନା କରିଦେବା ପରେ କନ୍ୟାଘର ଲୋକ ସ୍ତବ୍ଧ ହୋଇଯାଇଥିଲେ । କନ୍ୟାପକ୍ଷ ଲୋକ ବରକୁ ବହୁତ ବୁଝାଇଥିଲେ । ହେଲେ ବର ନିଜ ନିଷ୍ପତ୍ତିରେ ଅଟଳ ଥିଲେ । ଶେଷରେ ବିବାହ ନହେବାରୁ ଘରକୁ ଫେରି ଯାଇଥିଲେ ବରପକ୍ଷ ଲୋକ ।

ବିବାହ ଭାଙ୍ଗିବା ପରେ ବର ପିତା ନିଜ ପ୍ରତିକ୍ରିୟା ରଖିଛନ୍ତି । କନ୍ୟାର ମା’ ବିବାହ ଦିନ ମଦ ନିଶାରେ ଚୁର୍‌ ଥିଲେ । ଝିଅକୁ ଦେଖି ହିଁ ବିବାହ ସ୍ଥିର ହୋଇଥିଲା । ଉଭୟ ପକ୍ଷର ଖର୍ଚ୍ଚ ଉଠାଇବାକୁ ସେମାନଙ୍କ ପଟୁ ଦାବି କରାଯାଇଥିଲା । ଦାବି ଅନୁସାରେ ଆମେ ସମସ୍ତ ଖର୍ଚ୍ଚ ବହନ କରିଥିଲୁ । ହେଲେ ବରଯାତ୍ରୀ କନ୍ୟାଘରେ ପହଞ୍ଚିବା ପରେ ପାଛୋଟି ନେବାକୁ ଆସିଥିଲେ କନ୍ୟାର ମା’ । ସେ ମଦ ପିଇ ଏପରି ଅବସ୍ଥାରେ ଥିଲେ ଯେ ଆଳତୀ ଥାଳି ବି ଠିକ୍‌ରେ ଧରି ପାରୁନଥିଲେ । ଏପରି ଘରେ ବନ୍ଧୁ ବାନ୍ଧିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି ।