ବାନ୍ତିର ବାହାନା କରି ପ୍ରେମିକ ସହ କନ୍ୟା ଛୁ, ୧୩ ଦିନ କାଳ ବେଦିରେ ବସିରହିଲା ବର

ଏମିତି ସ୍ୱାମୀ କ’ଣ ସତରେ ମିଳିବେ. . .ପ୍ରେମିକ ସହ ଫେରାର ମାରିଥିବା କନ୍ୟାକୁ ବିବାହ କରିବାକୁ ବେଦିରେ ବସିରହିଲା ବର ।

ଆଶ୍ଚର୍ଯ୍ୟକର ଘଟଣା . .

ବିବାହ ପାଇଁ ବେଦିରେ ୧୩ ଦିନ ବସିରହିଲା ବର । ପ୍ରେମିକ ସହ ଭାବି ସ୍ତ୍ରୀ ଫେରାର ହୋଇଯାଇଥିବା ଜାଣିବା ପରେ ବିବାହ ପାଇଁ ଅଡ଼ି ବସିଲା । ଫଳରେ ଅକଳରେ ପଡ଼ିଯାଇଥିଲା କନ୍ୟାପକ୍ଷ । ରାଜସ୍ଥାନରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ବରଯାତ୍ରୀଙ୍କୁ ଧୁମଧାମ୍‌ରେ ସ୍ୱାଗତ କରିବା ପରେ ସମସ୍ତ ରୀତିନୀତି ଶେଷ ହୋଇସାରିଥିଲା । କିଛି ସମୟ ପରେ ବିବାହ ହୋଇଥାଆନ୍ତା । ଏହାପୂର୍ବରୁ ପେଟ ଯନ୍ତ୍ରଣା ଓ ବାନ୍ତି ବାହାନା କରି ଘର ଭିତରକୁ ଯାଇ ନିଜ ପ୍ରେମିକ ସହିତ ଫେରାର ମାରିଥିଲା କନ୍ୟା । ଏହା ଜାଣିବା ପରେ ପରିବାର ଲୋକ ମୁଣ୍ଡରେ ହାତ ଦେଇଥିଲେ । ଅନ୍ୟପକ୍ଷରେ ବର ଉଠି ଚାଲିଯିବା ପରିବର୍ତ୍ତେ ପରିବାର ସଦସ୍ୟଙ୍କ ସହ ଶ୍ୱଶୁର ଘରେ ଅପେକ୍ଷା କରି ବସରହିଲା । ଶେଷରେ ଅନେକ ଖୋଜାଖୋଜି ପରେ ଝିଅକୁ ଫେରାଇ ଆଣି ଯୁବକଙ୍କ ସହ ବିବାହ କରି କନ୍ୟାବିଦା କରାଯାଇଛି ।

ରାଜସ୍ଥାନର ପାଲି ଜିଲ୍ଲାରେ ଏଭଳି ଏକ ସିନେମାର କାହାଣୀ ପରି ଘଟଣା ଘଟିଛି । ସୈଣା ଗାଁର ସକାରାମଙ୍କ ଝିଅ ମନିଷାଙ୍କ ବିବାହ ମଣାଦର ଗାଁର ଶ୍ରବଣ କୁମାରଙ୍କ ସହ ସ୍ଥିର ହୋଇଥିଲା । ଗତ ୩ ତାରିଖରେ ଶ୍ରବଣ କୁମାର ବ୍ୟାଣ୍ଡ୍‌ ବାଜା ସହ ଶ୍ୱଶୁର ଘରେ ପହଞ୍ଚିଥିଲେ । ଖୁବ୍‌ ଧୁମଧାମରେ ବରଯାତ୍ରୀଙ୍କ ସ୍ୱାଗତ କରିବା ପରେ ବିଳମ୍ବିତ ରାତିରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଇ ସେଥିପାଇଁ ବିବାହ ସମ୍ପର୍ଣ୍ଣ ହେବାରେ ବିଳମ୍ବ ହୋଇଥିଲା । ହେଲେ ମଥାରେ ସିନ୍ଦୂର ପିନ୍ଧିବା ପୂର୍ବରୁ ବାନ୍ତି ହେଉଥିବା ବାହାନା କରି ଘର ଭିତରକୁ ପଳାଇଥିଲେ କନିଆ । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଅନେକ ଖୋଜିଲା ପରେ ବି ଝିଅକୁ ପାଇନଥିଲେ । ଶେଷରେ ଜଣାପଡ଼ିଲା ଝିଅ ତା’ ପ୍ରେମିକ ସହ ଫେରାର ମାରିଛି ।

ଏପଟେ କନ୍ୟା ଫେରାର ହୋଇଯାଇଥିବା ଶୁଣିବା ପରେ ମଧ୍ୟ ବେଦିରୁ ଉଠିନଥିଲା ବର । ବରଂ କନ୍ୟାକୁ ଧରି ଘରକୁ ଯିବା ପାଇଁ ଅଡ଼ି ବସିଥିଲା । ଏପରିକି ସେ ବେଦିରେ ମୁକୁଟ ପିନ୍ଧି ବସି ରହି ରହିଥିଲେ । ଏଥିରେ କନ୍ୟାପକ୍ଷଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଥିଲା । ଝିଅ ପ୍ରେମିକ ସହ ଫେରାର ହୋଇଯାଇଥିବା ବେଳେ କୁଆଡ଼େ ତାକୁ ଖୋଜିବେ ବୋଲି ଭାଳେଣି ପଡ଼ିଥିଲା ।

ଅନେକ ଖୋଜେଖୋଜି କରିବା ପରେ ପ୍ରେମିକ ସହ ଝିଅ ଗୁଜରାଟ ପଳାଇଥିବା ଖବର ପାଇଲେ କନ୍ୟାପକ୍ଷ । ପରିବାର ଲୋକେ ସେଠାରେ ପହଞ୍ଚି ଅନେକ ବୁଝାଶୁଝା କରିବା ପରେ ମନିଷା ଘରକୁ ଫେରିଥିଲେ । ଆଉ ତା’ପରେ ଗତ ୧୫ ତାରିଖରେ ଉଭୟଙ୍କ ବିବାହ ହୋଇଛି । କନିଆକୁ ନେଇ ନିଜ ଘରକୁ ଫେରିଛି ବର ।