Astrospeak
  • Live TV
  • Read In English

ପଞ୍ଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ

ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ । ତେବେ କିଏ ଓ କାହିଁକି ଏପରି ଆକ୍ରମଣ ଘଟାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଏପରିକି ସବୁ ଚେକ୍‌ପୋଷ୍ଟରେ ପୁଲିସ୍‌ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି

Grenade blast
ପୁଣି ଆର୍ମି କ୍ୟାମ୍ପକୁ ଟାର୍ଗେଟ୍

News Summary

ଡ୍ରୋନ୍ କିମ୍ବା ବେଲୁନ୍ ଜରିଆରେ ସୀମା ସେପଟରୁ ବିସ୍ଫୋରକ ଆସିଥିବା ସନ୍ଦେହ

ପୁଣି ଆର୍ମି କ୍ୟାମ୍ପକୁ ଟାର୍ଗେଟ୍

ସିସିଟିଭି ଫୁଟେଜ ଦେଖି ଚାଲିଛି ତଦନ୍ତ

ବିସ୍ଫୋରଣ ପରେ ସବୁ ଚେକ୍ ପୋଷ୍ଟରେ ହାଇଆଲର୍ଟ

ପଠାନକୋଟ: ପଂଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ ହୋଇଛି । ବିଳମ୍ବିତ ରାତିରେ ଆର୍ମି କ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ବିସ୍ଫୋରଣ ହୋଇଥିଲା । କେମିତି ବିସ୍ଫୋରଣ ହେଲା, କେଉଁଠୁ ଆସିଲା ଗ୍ରେନେଡ, ଏନେଇ ପୋଲିସ ଛାନଭିନ୍ କରୁଛି । ଡ୍ରୋନ୍ କିମ୍ବା ବେଲୁନ୍ ଜରିଆରେ ସୀମା ସେପଟରୁ ବିସ୍ଫୋରକ ଆସିଥିବା ସନ୍ଦେହ କରାଯାଉଛି ।

ଏହି ଆକ୍ରମଣରେ କେହି ଆହତ ହୋଇ ନାହାନ୍ତି । ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ଦ୍ୱାରା ଗ୍ରେନେଡର କିଛି ଅଂଶ ଉଦ୍ଧାର କରାଯାଇଛି ।  ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ । ଗ୍ରେନେଡ ବିସ୍ଫୋରଣ ପରେ ସବୁ ଚେକ୍‌ ପୋଷ୍ଟରେ ପୋଲିସ୍‌ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି। ଗ୍ରେନେଡ ବିସ୍ଫୋରଣ ସ୍ଥଳ ନିକଟରେ ଥିବା ସିସିଟିଭି ଫୁଟେଜ ଦେଖି ତଦନ୍ତ ଚାଲିଥିବା ପଠାନକୋଟ୍ ଏସ୍ଏସପି ସୁରେନ୍ଦ୍ର ଲାମ୍ବା ସୂଚନା ଦେଇଛନ୍ତି ।

ଗତବର୍ଷ ଜୁନମାସରେ ଜମ୍ମୁ ସ୍ଥିତ ଏୟାରଫୋର୍ସ ଷ୍ଟେସନ ନିକଟରେ ଦୁଇଟି ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା , ଏଥିରେ ୨ଜଣ ଆହତ ହୋଇଥିଲେ । ପୂର୍ବରୁ ବି ପଠାନକୋଟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହି ଆସିଛି। ୫ ବର୍ଷ ପୂର୍ବେ ପାଥାନକୋଟ ବାୟୁସେନା ଷ୍ଟେସନ ଉପରେ ୬ଜଣ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ୭ ଜଣ ସୁରକ୍ଷା କର୍ମୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।