Advertisment

ବନ୍ଦ ହୋଇଯିବ ଫାସ୍‌ଟ୍ୟାଗ; ଜିପିଏସ୍ ଆଧାରରେ ହେବ ଟୋଲ ସଂଗ୍ରହ...ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ଏଣିକି ଆହୁରି ସୁବିଧା ଓ ସରଳ ହେବ ଟୋଲ୍‌ ଟିକସ୍‌ ସଂଗ୍ରହ ପ୍ରକିୟା । ବନ୍ଦ ହୋଇଯିବ ଫାସ୍‌ଟ୍ୟାଗ; ଜିପିଏସ୍ ଆଧାରରେ ହେବ ଟୋଲ ସଂଗ୍ରହ ।

GPS Based Toll Collection

GPS Based Toll Collection

Advertisment

ବନ୍ଦ ହୋଇଯିବ ଫାସ୍‌ଟ୍ୟାଗ ! ଏଣିକି ଆହୁରି ସୁବିଧା ଓ ସରଳ ହେବ ଟୋଲ୍‌ ଟିକସ୍‌ ସଂଗ୍ରହ ପ୍ରକିୟା । ଖୁବ୍‌ଶୀଘ୍ର ସରକାର ନେବେ ବଡ଼ ପଦକ୍ଷେପ । ଏନେଇ ସୂଚନା ଦେଇଛନ୍ତି ସଡକ ପରିବହନ ଓ ରାଜପଥ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ । ଫାସ୍‌ଟ୍ୟାଗ୍‌  (FASTags) ବଦଳରେ ଜିପିଏସ୍ ଆଧାରିତ ହେବ ଟୋଲ ସଂଗ୍ରହ ।

Advertisment

ନିକଟରେ ସୂଚନା ଦେବାବେଳେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ,‘ଜାତୀୟ ରାଜପଥରେ ଜିପିଏସ୍ ଆଧାରିତ ଟୋଲ୍‌ ସଂଗ୍ରହ ବ୍ୟବସ୍ଥା ଲାଗୁ କରିବାକୁ ସରକାର ଜଣେ ପରାମର୍ଶଦାତା ମଧ୍ୟ ନିଯୁକ୍ତ କରିଛନ୍ତି  । 

ଗଣାମାଧ୍ୟମ ରିପୋର୍ଟ ଅନୁଯାୟୀ ଭାରତର ସଡକ ପରିବହନ ଓ ରାଜପଥ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ ଫାସ୍‌ଟ୍ୟାଗ୍‌  (FASTags) ବ୍ୟତୀତ ପାଇଲଟ୍‌ ଆଧାରରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ ।

Advertisment

ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ‘ଜାତୀୟ ରାଜପଥରେ କେତେକ ମନୋନୀତ ସ୍ଥାନରେ ଜିଏନ୍ଏସ୍ଏସ୍ ଆଧାରିତ ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ୍ (ଇଟିସି) ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯେଉଁଥି ପାଇଁ ଜଣେ ପରାମର୍ଶଦାତା ମଧ୍ୟ ନିଯୁକ୍ତ ହୋଇଛନ୍ତି ।’

ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ଯଥା (NHAI) ଆରବିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ KYC ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ KYC (ବିନା ଫାସ୍‌ଟ୍ୟାଗ୍‌ ବ୍ୟବହାରକାରୀଙ୍କୁ ଉତ୍ସାହିତ କରୁଛି । କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ଟୋଲ ପ୍ଲାଜାରେ ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ଅସୁବିଧାକୁ ଏଡ଼ାଇବା ପାଇଁ NHAIର ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଫାସ୍‌ଟ୍ୟାଗ୍‌ ସିଷ୍ଟମକୁ ୧୦୦ ପ୍ରତିଶତ KYC ଲିଙ୍କ୍‌‌ କରାଇବା । ‘ଗୋଟିଏ ଗାଡ଼ି ଗୋଟିଏ ଫାସ୍‌ଟ୍ୟାଗ୍‌’ ଅଧୀନରେ, NHAI ସମାନ ଯାନ ପାଇଁ ଦିଆଯାଇଥିବା ଏକାଧିକ ଫାସ୍‌ଟ୍ୟାଗ୍‌ଗ୍କୁ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି । 
 ଗୋଟିଏ ସମୟ ଥିଲା ଯେତେବେଳେ ଭାରତରେ ରାସ୍ତାରେ ଯାତ୍ରା କରିବା ସମୟରେ ପ୍ରବଳ କଷ୍ଟସାଧ୍ୟ ହେଉଥିଲା । ଏହାର କାରଣ କେବଳ ରାସ୍ତାରେ ନୁହେଁ ଟୋଲ୍‌ ପ୍ଲାଜାରେ ମଧ୍ୟ ଜାମ ଥିଲା, ଯେଉଁଥିପାଇଁ ଯାନବାହାନଗୁଡିକ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମରେ ଅଟକି ରହିଥଲା । କିନ୍ତୁ ଫାସ୍‌ଟ୍ୟାଗ୍‌ ମାଧ୍ୟମରେ ଟୋଲ୍ ସଂଗ୍ରହ ପ୍ରଣାଳୀର ଏକ ବଡ଼ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଟୋଲ ପ୍ଲାଜାରେ ନିଆଯାଇଥିବା ସମୟ ଯଥେଷ୍ଟ ହ୍ରାସ ପାଇଛି । ଜିପିଏସ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା ପ୍ରଣୟନ କରି ଅବଶିଷ୍ଟ ତ୍ରୁଟି ଦୂର କରିବାକୁ ସରକାର ଚେଷ୍ଟା କରୁଛନ୍ତି ।

Advertisment
GPS Nitin Gadkari FASTags FASTags Toll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ