ନିତିନ୍‌ ଗଡ଼କରୀଙ୍କ ବଡ଼ ଘୋଷଣା : ରାସ୍ତାରେ ରହିବନି ଟୋଲ୍ ପ୍ଲାଜା, ଜିପିଏସ ମାଧ୍ୟମରେ କଟିବ ଶୁଳ୍କ

ଇଲେକ୍ଟ୍ରିକ୍ ଟୋଲ୍ ପ୍ଲାଜା ପରେ ସରକାର ଆଉ ଏକ ପଦକ୍ଷେପ ନେଉଛନ୍ତି । ଜିପିଏସ୍ ଟେକ୍ନୋଲୋଜି ମାଧ୍ୟମରେ ଟୋଲ୍ ସଂଗ୍ରହ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

Nitin Gadkari

ଭାରତରେ ଦ୍ରୁତ ଗତିରେ ରାସ୍ତାର ବିକାଶ ସହ ବିସ୍ତାର କରାଯାଉଛି । ପୂର୍ବପରି ରାସ୍ତାରେ ଖାଲଢ଼ିପ ନଥିବାରୁ ବର୍ତ୍ତମାନ ଯାନଗୁଡିକ ଘଣ୍ଟା ପ୍ରତି୧୦୦ କିଲୋମିଟର ବେଗରେ ଦଉଡ଼ୁଛନ୍ତି । ଇଲେକ୍ଟ୍ରିକ୍ ଟୋଲ୍ ପ୍ଲାଜା ପ୍ରଣାଳୀ ସହିତ ଟୋଲ୍ ପଏଣ୍ଟରେ ଲାଗୁଥିବା ସମୟ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ତେବେ ଖୁବ୍ ଶୀଘ୍ର ଆପଣଙ୍କୁ ଟୋଲ୍ ପ୍ଲାଜାରେ ଲାଇନ୍‌ ଲଗାଇବାରୁ ମଧ୍ୟ ପଡ଼ିବ ନାହିଁ ।

ଇଲେକ୍ଟ୍ରିକ୍ ଟୋଲ୍ ପ୍ଲାଜା ପରେ ସରକାର ଆଉ ଏକ ପଦକ୍ଷେପ ନେଉଛନ୍ତି । ଜିପିଏସ୍ ଟେକ୍ନୋଲୋଜି ମାଧ୍ୟମରେ ଟୋଲ୍ ସଂଗ୍ରହ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଟୋଲ ସଂଗ୍ରହ ପାଇଁ ଜିପିଏସ ସିଷ୍ଟମ ଲାଗୁ ହେବା ପରେ ଟୋଲ ବ୍ଲକ ଗୁଡ଼ିକୁ ହଟାଇ ଦିଆଯିବ । ସଡକ ପରିବହନ ଏବଂ ରାଜପଥ (MoRTH) ମନ୍ତ୍ରୀ ନିତିନ ଗଡକରି କହିଛନ୍ତି, ଜାତୀୟ ରାଜପଥରେ ଟୋଲ ପ୍ଲାଜାରେ ଲୋକଙ୍କୁ ଆଉ ଅଟକି ରହିବାକୁ ପଡିବ ନାହିଁ ।

ସଂସଦର ବଜେଟ୍ ସେସନ୍‌ରେ କେନ୍ଦ୍ରମନ୍ତ୍ରୀ ଏକଥା ସ୍ପଷ୍ଟ କରିଛନ୍ତି । ରାସ୍ତାରେ ସୁଧାର ଆଣିବାକୁ ସରକାର ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରୁଛନ୍ତି । ବର୍ତ୍ତମାନ ଇଲେକ୍ଟ୍ରୋନିକ୍ ଟୋଲ ମାଧ୍ୟମରେ ୯୭ ପ୍ରତିଶତ ଶୁଳ୍କ ସଂଗ୍ରହ କରାଯାଉଛି । ତେବେ ଆଗାମୀ ସମୟରେ ସରକାର ଜିପିଏସ୍ ସିଷ୍ଟମ୍ ଆଣିବାକୁ ଚାହୁଁଛନ୍ତି । ଫଳରେ ରାସ୍ତାରେ କୌଣସି ଟୋଲ୍ ରହିବ ନାହିଁ । ଗାଡିରେ ଜିପିଏସ୍ ସିଷ୍ଟମ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ଜିପିଏସରେ ସମସ୍ତ ରେକର୍ଡ ରହିବ । ଗାଡ଼ି କେଉଁଠାରେ ପ୍ରବେଶ କରିଛି ଓ ବାହାରିଛି , ସହଜରେ ଜଣାପଡ଼ିଯିବ । ଆଉ ତା’ପରେ ଆପେଆପେ ଅପାଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିବ । କେହି ଆପଣଙ୍କୁ ଅଟକାଇବେ ନାହିଁ, କି ଟୋଲ୍‌ ଶୁଳ୍ପ ଆଦାୟ କରିବେ ନାହିଁ । ଫଳରେ ଭିଡ଼ କମିବା ସହ ସମୟ ମଧ୍ୟ ବଞ୍ଚିଯିବ ।