Advertisment

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର; ଆସନ୍ତା ମାସରୁ ଗୃହଋଣରେ ସରକାର ଦେବେ ସବ୍‌ସିଡି

ଯେଉଁ ମଧ୍ୟବିତ୍ତ ଲୋକେ ଯଦି ଘର ନିର୍ମାଣ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ମଧ୍ୟ କିଛି ଫାଇଦା ମିଳିବ । ଅଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ପ୍ରଦାନ କରିବ । ଯାହା ଫଳରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅଦ୍ୟତନ ହୋଇଛି
new housing loan subsidy

new housing loan subsidy

Advertisment

ମଧ୍ୟବିତ୍ତ ପରିବାର ପାଇଁ ଖୁସି ଖବର । ନୂଆ ଘର କରିବାକୁ ଋଣ କରିବାକୁ ଚାହୁଁଥିଲେ ସରକାର ଦେବେ ସବ୍‌ସିଡି । ଏନେଇ ଗୃହ ନିର୍ମାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ନୂତନ ଗୃହଋଣ ନେଇ ମୋଡାଲିଟି ଚୂଡାନ୍ତ ହୋଇଛି ।

Advertisment

ସହରୀ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଏହା କରାଯାଇଥିବା ଜଣାପଡ଼ିଛି । ଗୃହ ଋଣ ପାଇଁ ସରକାର ନୂତନ ସୁଧ ସବସିଡି ଯୋଜନା ଆରମ୍ଭ କରିବେ । ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବିବୃତି ରଖିଥିଲେ । ସ୍ୱାଧୀନତା ଦିବସରେ ତାଙ୍କର ଅଭିଭାଷଣରେ ଏହି ଯୋଜନାର ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ‘ମଧ୍ୟବିତ୍ତ ପରିବାର ଲୋକେ ନିଜ ଘର ଖଣ୍ଡିଏ କିଣିବାକୁ ସ୍ୱପ୍ନ ଦେଖୁଛନ୍ତି । ଏଥିପାଇଁ ଆମେ ଆଗାମୀ ବର୍ଷରେ ଏକ ନୂତନ ଯୋଜନା ପ୍ରସ୍ତୁତ କରୁଛୁ । ଯାହାଫଳରେ ମଧ୍ୟବିତ୍ତ ପରିବାରର ଲୋକେ ଉପକୃତ ହୋଇପାରିବେ ।

Advertisment

ସେହିପରି ଯେଉଁ ମଧ୍ୟବିତ୍ତ ଲୋକେ ଯଦି ଘର ନିର୍ମାଣ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ମଧ୍ୟ କିଛି ଫାଇଦା ମିଳିବ । ଅଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ପ୍ରଦାନ କରିବ । ଯାହା ଫଳରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଖାଲି ସେତିକି ନୁହେଁ, ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ନୂତନ ଯୋଜନାର ଲକ୍ଷ୍ୟ ହେଉଛି PM Awas Yojanaର ସମ୍ପ୍ରସାରଣ କରିବା । ନୂତନ ଯୋଜନାରେ ସୁଧ ସବସିଡି ପାଇବାର ଯୋଗ୍ୟତା ବୃଦ୍ଧି ପାଇଁ ଏହି ଲକ୍ଷ୍ୟ ରଖାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ