ଏଣିକି ୪୫ ମିନିଟ୍‌ ନୁହେଁ, ମାତ୍ର ୧୪ ମିନିଟ୍‌ରେ ସଫା ହୋଇ ଗଡ଼ିବ ଟ୍ରେନ୍‌

ଅକ୍ଟୋବର ୧ ରୁ ଏହି ନୂଆ ନିୟମ ଲାଗୁ କରାଯିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଦିଲ୍ଲୀ କଣ୍ଟ୍‌ ଷ୍ଟେସନ୍‌ରେ ଏହାର ଶୁଭାରମ୍ଭ ହେବ ।

Vande Bharat Express

ମାତ୍ର ୧୪ ମିନିଟ୍‌ରେ ସଫା ହୋଇ ଆଗାମୀ ଯାତ୍ରା ପାଇଁ ରେଡ୍ଡି ହୋଇଯିବ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଏହି ପ୍ରୟାସକୁ ‘୧୪ ମିନିଟ୍‌ ମିରାକଲ୍‌’ ବୋଲି ନାମିତ କରାଯାଇଛି । ରେଳ ବିଭାଗର ଏହି ନୂତନ ପ୍ରୟାସ କାଲିଠାରୁ ୨୯ଟି ଷ୍ଟେସନ୍‌ରେ ଆରମ୍ଭ ହେବ । ଦିଲ୍ଲୀର ଆନନ୍ଦ ବିହାର ଷ୍ଟେସନ ସମେତ ଚେନ୍ନାଇ, ପୁରୀ, ଶିରିଡ଼ିରୁ କାଲିଠୁ ଏହା ଲାଗୁ କରାଯିବ ।

ଅକ୍ଟୋବର ୧ ରୁ ଏହି ନୂଆ ନିୟମ ଲାଗୁ କରାଯିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଦିଲ୍ଲୀ କଣ୍ଟ୍‌ ଷ୍ଟେସନ୍‌ରେ ଏହାର ଶୁଭାରମ୍ଭ ହେବ । ଏହାପୂର୍ବରୁ ଜାପାନରେ ବୁଲେଟ୍‌ ଟ୍ରେନ୍‌କୁ ମାତ୍ର ମାତ୍ର ୭ ମିନିଟ୍‌ର ସଫା କରାଯାଇ ପୁଣି ଟ୍ରାକ୍‌ରେ ଗଡୁଥିଲା । ଏହାକୁ ‘୭ ମିନିଟ୍‌ ମିରାକଲ୍‌’ କୁହାଯାଉଛି । ଏହାପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ସଫା କରିବାକୁ ୪୫ ମିନିଟ୍‌ ସମୟ ଲାଗୁଥିଲା । ଏବେ କିନ୍ତୁ କେବଳ ୧୪ ମିନିଟ୍‌ ସମୟ ଲାଗିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

ରେଳ ଅଧିକାରୀ କହିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ପ୍ରତିଟି କୋଚ୍‌କୁ ସଫା କରିବା ପାଇଁ ୩ ଜଣ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯାଇଛି । ଏଥିପାଇଁ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ରେଳ ବିଭାଗର ଏହି ନୂଆ ମିଶନ୍‌ ‘୧୪ ମିନିଟ୍‌ ମିରାକଲ୍‌’ କୁ ‘ସ୍ୱଚ୍ଛତା ହି ସେବା’ କ୍ୟାମ୍ପେନ୍‌ରେ ସାମିଲ କରାଯାଇଛି ।

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏହି ନୂଆ ପ୍ରୟାସ ନିଆଯାଇଛି । ଏହି ସମୟକୁ ଆଗାମୀ ଦିନରେ ଆହୁରି କମାଯିବ ବୋଲି ପ୍ରୟାସ ଜାରି ରଖିଛି ରେଳ ବିଭାଗ ।