ମୋଦି ସରକାରଙ୍କ ବଡ଼ ଘୋଷଣା; PM ଆବାସ ଯୋଜନାରେ ହେବ ଆଉ ୩ କୋଟି ଘର

 ତୃତୀୟ ପାଳିରେ ଦ୍ବିତୀୟ ବଡ଼ ଘୋଷଣା କଲେ ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ ।

Pradhan Mantri Awas Yojana

ମୋଦି ସରକାରଙ୍କ ବଡ଼ ଘୋଷଣା । ତୃତୀୟ ପାଳିରେ ଦ୍ବିତୀୟ ବଡ଼ ଘୋଷଣା କଲେ ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର । ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟରେ ନିଆଗଲା ବଡ଼ ନିଷ୍ପତ୍ତି ।

ତେବେ ଗତକାଲି ଶପଥ ଗ୍ରହଣ କରିବା ପରେ ଆଜି ସକାଳେ କାର୍ଯ୍ୟାଳୟରେ ପହଞ୍ଚି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଆଜି ସକାଳେ ସାଉଥ-ବ୍ଲକରେ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ମୋଦିଙ୍କୁ ଅଧିକାରୀମାନେ ଭବ୍ୟ ସ୍ବାଗତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ନିଜ ଚାମ୍ବରରେ ଆଧିକାରୀଙ୍କ ଚୌକିରେ ବସି କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ମୋଦିଙ୍କ ପ୍ରଥମ ଦସ୍ତଖତ, PM କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା

 ତୃତୀୟ ପାଳିର ପ୍ରଥମ ନିଷ୍ପତ୍ତି ଭାବେ ‘ପ୍ରଧାନମନ୍ତ୍ରୀ କିଷାନ ନିଧି’ ଯୋଜନର ୧୭ ତମ ଅର୍ଥରାଶି ରିଲିଜ୍‌ ଫାଇଲରେ ଦସ୍ତଖତ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ୯.୩ କୋଟି ଚାଷୀଙ୍କୁ ଉପକୃତ କରିବ । ପ୍ରାୟ ୨୦,୦୦୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯିବ । ଅନ୍ୟପଟେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳ ଆବଣ୍ଟନ ଉପରେ ସମସ୍ତଙ୍କ ନଜର ରହିଛି ।

ମୋଦି ମନ୍ତିମଣ୍ଡଳ ଗଠନ ସମୟରେ ସବୁ ବର୍ଗର ନେତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ୨୭ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ ‘ଓବିସି’, ୧୦ ଜଣ ଅନୁସୂଚିତ ଜାତି ଓ ୫ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ରହିଛନ୍ତି । ଏହାସହିତ ୪୩ ଜଣ ମନ୍ତ୍ରୀଙ୍କୁ ତୃତୀୟ ଥର ଲାଗି ମନ୍ତ୍ରୀ ପଦ ମିଳିଥିବା ବେଳେ ୩୯ ଜଣ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହି ଟିମରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ୩୪ ମନ୍ତ୍ରୀ ବିଧାୟକ ଭାବେ ନିଜ ନିଜ ରାଜ୍ୟରେ ଦାୟିତ୍ବ ସମ୍ଭାଳି ସାରିଛନ୍ତି ।