Advertisment

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମେଡ଼ିକାଲ ନେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା। ସ୍ଥିତି ଏମିତି ହେଲାଣି ଯେ, ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ହିଁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି ସତ କିନ୍ତୁ କିଛି ଲାଭ ହେଉନାହିଁ।

Accident

Accident

Advertisment

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା। ସ୍ଥିତି ଏମିତି ହେଲାଣି ଯେ, ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ହିଁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି ସତ କିନ୍ତୁ କିଛି ଲାଭ ହେଉନାହିଁ। ତେଣୁ ସରକାର ଏବେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ପରେ ଦୁର୍ଘଟଣା କମିବ ବୋଲି ଆଶା ରଖିଛନ୍ତି ସରକାର।

Advertisment

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡ଼ିକାଲରେ ନେଲେ ମିଳିବ ବଡ଼ ପୁରସ୍କାର। ନୂଆ ଯୋଜନା ଲାଗୁ କଲେ ସରକାର। ଯେଉଁ ବ୍ୟକ୍ତିମାନେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଦୁର୍ଘଟଣାର ଘଂଟାଏ ମଧ୍ୟରେ ମେଡ଼ିକାଲରେ ପହଞ୍ଚାଇପାରିବେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନେକ ସମୟରେ ଦେଖାଯାଏ କି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପୋଲିସ ଭୟରେ ମେଡ଼ିକାଲ ନେଇ ନଥାନ୍ତି ଲୋକେ। ତେଣୁ ରାସ୍ତାରେ ପଡ଼ି ଅଧିକାଂଶ ଲୋକଙ୍କ ପ୍ରାଣ ଚାଲିଯାଏ। ତେଣୁ ପୁରସ୍କାର ମାଧ୍ୟମରେ ଏହା କମିପାରିବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି। ତେବେ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଂଚଳର ପରିବହନ ବିଭାଗକୁ ଚିଠି ଲେଖାଯାଇଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଯୋଜନା ଚଳିତ ଅକ୍ଟୋବର ମାସ ୧୫ ତାରିଖରୁ ଲାଗୁ ହେବ। କେବଳ ଏତିକି ନୁହେଁ ବରଂ ୨୦୨୬ ପର୍ଯ୍ୟନ୍ତ ଏହି ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯିବ ବୋଲି ସୂଚନା ମିଳିଛି।

Advertisment

ଯେଉଁ ବ୍ୟକ୍ତିମାନେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ମେଡ଼ିକାଲ ନେଇଥିବେ ସେମାନଙ୍କୁ କେବଳ ପୁରସ୍କାର ମିଳିବ ତାହା ନୁହେଁ ବରଂ ପ୍ରମାଣ ପତ୍ର ମିଳିବ। ଏହାସହ ରାଷ୍ଟ୍ରୀୟ ସ୍ତରରେ ୧୦ ଡଣ ଟପ୍‌ ସହାୟତା ଚୟନ କରାଯିବ ଯେଉଁମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଦୁର୍ଘଟଣାଗ୍ରସ୍ତଙ୍କୁ ଯେଉଁମାନେ ମେଡ଼ିକାଲ ନେଉଛନ୍ତି ସେମାନଙ୍କ ତଥ୍ୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଏକ ୱେବପୋର୍ଟାଲ ଶୁଭାରମ୍ଭ କରାଯାଇଛି। ପ୍ରତି ମାସରେ ପୋର୍ଟାଲରେ ଏନେଇ ସୂଚନା ଦିଆଯିବ। ଯେଉଁମାନେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବେ ତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଏହି ପୋର୍ଟାଲରେ ଅପଲୋଡ଼୍‌ କରାଯିବ ବୋଲି ସୂଚନା ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁମାନେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡ଼ିକାଲ ନେଇଛନ୍ତି ସେମାନଙ୍କୁ ପୋଲିସ ଜୋରଜବରଦସ୍ତ ଥାନାକୁ ଡାକିପାରିବ ନାହିଁ କିମ୍ବା ସାକ୍ଷୀ ଦେବାକୁ ବାଧ୍ୟ କରିପାରିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Road Accident Accident Ministry Of Road Transport And Highways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ