Advertisment

ବିଢ଼ବ ଦିନ ମଜୁରିଆଙ୍କ ପାରିଶ୍ରମିକ, ଏଣିକି ନ୍ୟୁନତମ ବେତନ ନୁହେଁ ଜୀବନଯାପନ ବେତନ

ରାଷ୍ଟ୍ରୀୟ ବେତନ ସ୍ତର ସବୁ ରାଜ୍ୟରେ ଲାଗୁ କରିବା ବାଧ୍ୟତାମୂଳକ ହୋଇନାହିଁ, ତେଣୁ କିଛି ରାଜ୍ୟରେ ଦିନକୁ ୧୭୬ ଟଙ୍କାରୁ ବି କମ୍‌ ମଜୁରୀ ଦିଆଯାଉଛି ।

ଅଦ୍ୟତନ ହୋଇଛି
Daily wages

Daily wages

Advertisment

କେନ୍ଦ୍ର ସରକାର ଭାରତରେ ୨୦୨୫ ସୁଦ୍ଧା ନ୍ୟୁନତମ ବେତନ ବଦଳରେ ଜୀବନଯାପନ ବେତନ ଲାଗୁ କରିପାରନ୍ତି । ଏହାକୁ ଆକଳନ ଓ ଲାଗୁ କରିବା ପାଇଁ ଏକ ଫ୍ରେମ୍‌ୱାର୍କ କରାଯିବ । ଯେଉଁଥିପାଇଁ ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନକୁ ଟେକ୍‌ନିକାଲ ସାହାୟତା ମଗାଯାଇଛି । ଶ୍ରମିକମାନେ ଯେଭଳି ସେମାନଙ୍କର ମୌଳିକ ଆବଶ୍ୟକତାକୁ ଭଲ ଭାବେ ପୁରଣ କରିପାରିବେ, ଜୀବନଯାପନ ବେତନରେ ସେହିଭଳି ବ୍ୟବସ୍ଥା କରାଯିବ । ଅର୍ଥାତ ସାଧାରଣ ଭାବରେ କହିବାକୁ ଗଲେ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ପାଇବ ।

Advertisment

ତେବେ ଶ୍ରମିକଙ୍କ ଏହି ମୌଳିକ ଆବଶ୍ୟକତା ଗୁଡ଼ିକ ମଧ୍ୟରେ ରହିଛି, ବାସଗୃହ, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ଏବଂ ପୋଷାକ । ଜୀବନଯାପନ ବେତନ ନ୍ୟୁନତମ ବେତନଠାରୁ ଅଧିକ ହେବ । ଚଳିତମାସ ଆରମ୍ଭରେ ଏହି ଜୀବନଯାପନ ବେତନକୁ ସମର୍ଥନ ଜଣାଇଛି ILO ବା ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନ । ୧୯୨୨ ମସିହାରୁ ILO ର ଫାଉଣ୍ଡିଂ ମେମ୍ବର ଓ ଗଭର୍ଣ୍ଣିଂବଡିର ସ୍ଥାୟୀ ମେମ୍ବର ରହି ଆସିଛି ଭାରତ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ମାତ୍ର ଏକ ବର୍ଷ ମଧ୍ୟରେ ଆମେ ନ୍ୟୁନତମ ବେତନରୁ ଆଗକୁ ବଢ଼ିପାରିବା । ଭାରତରେ ୫୦ ପ୍ରତିଶତ ଶ୍ରମିକ ଅଛନ୍ତି । ଆଉ ସେଥିମଧ୍ୟରୁ ୯୦ ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି । ଯେଉଁଠାରେ କିଛି କିଛି ଶ୍ରମିକ ଦିନକୁ ୧୭୦ ଟଙ୍କା ରୋଜଗାର କରୁଛନ୍ତି । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ମୂଲ୍ୟ ପାଇଥାନ୍ତି ଏହି ଶ୍ରମିକମାନେ । ଯେହେତୁ ରାଷ୍ଟ୍ରୀୟ ବେତନ ସ୍ତର ସବୁ ରାଜ୍ୟରେ ଲାଗୁ କରିବା ବାଧ୍ୟତାମୂଳକ ହୋଇନାହିଁ, ତେଣୁ କିଛି ରାଜ୍ୟରେ ଦିନକୁ ୧୭୬ ଟଙ୍କାରୁ ବି କମ୍‌ ମଜୁରୀ ଦିଆଯାଉଛି ।

Advertisment

ଜେନେଭାରେ ଆଇଏଲ୍ଓର ବୈଠକରେ ଏପରି ସଂସ୍କାରକୁ ଅନୁମୋଦନ ମିଳିଛି। ଭାରତରେ ୫ କୋଟିରୁ ଅଧିକ ଶ୍ରମିକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୯୦% ଶ୍ରମିକ ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି। ଏହି ବର୍ଗର ଶ୍ରମିକମାନେ ଦୈନିକ ସର୍ବନିମ୍ନ ମଜୁରୀ ବାବଦରେ ପ୍ରାୟ ୧୭୬ ବା ତା’ଠାରୁ ଅଧିକ(ରାଜ୍ୟ ଅନୁଯାୟୀ ଭିନ୍ନ ଭିନ୍ନ) ଟଙ୍କା ପାଇଥାଆନ୍ତି।

ଅବଶ୍ୟ ୨୦୧୭ ମସିହାରୁ ଜାତୀୟ ବେତନ ବ୍ୟବସ୍ଥା ସ୍ଥିର ରହିଛି। ତଥାପି ରାଜ୍ୟଗୁଡ଼ିକରେ ଏହାର କାର୍ଯ୍ୟକାରିତାର ଅଭାବ ଦେଖାଯାଉଛି। ତେଣୁ ଶ୍ରମିକଙ୍କ ବେତନରେ ଅସଙ୍ଗତି ଦେଖାଦେଇଛି। ୨୦୧୯ରେ କୋଡ ଅନ୍‌ ୱେଜେସ ପାରିତ ହୋଇଛି। କିନ୍ତୁ ଏହା କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ଯଦି ଏହା କାର୍ଯ୍ୟକାରୀ ହେବ, ତା’ହେଲେ ସମସ୍ତ ରାଜ୍ୟରେ ସର୍ବଭାରତୀୟ ସ୍ତରର ମଜୁରୀ ବ୍ୟବସ୍ଥା ଲାଗୁ ହୋଇପାରିବ।

Advertisment

୧୯୨୨ରୁ ଆଇଏଲ୍ଓର ପ୍ରତିଷ୍ଠାତା ସଦସ୍ୟ ରହିଥିବା ଭାରତ ୨୦୨୩ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟକୁ ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ସର୍ବନିମ୍ନରୁ ଜୀବିକା ମଜୁରୀ ବ୍ୟବସ୍ଥା ଲାଗୁ କରିବା ଦାରିଦ୍ର୍ୟ ଦୂରୀକରଣ ଉଦ୍ୟମକୁ ତ୍ୱରାନ୍ୱିତ କରିବା ପାଇଁ ଗୋଟିଏ ରଣନୀତି।

ବିକାଶଶୀଳ ଦେଶଗୁଡ଼ିକର ଚଳନ୍ତି ମଜୁରୀ ବ୍ୟବସ୍ଥା ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବନ ଧାରଣ ଶୈଳୀକୁ ଦର୍ଶାଇଥାଏ। ଚଳନ୍ତି ମଜୁରୀ ପରିଭାଷା ପାଇଁ ଜୀବନଧାରଣର ମାନଦଣ୍ଡରେ ଅର୍ଥନୀତିକ, ସାମାଜିକ ଓ ଜନସଂଖ୍ୟା ଉପାଦାନଗୁଡ଼ିକୁ ସାମିଲ କରିବାକୁ ଶ୍ରମ ସଚିବ ସୁମିତା ଦାୱାର ଗୁରୁତ୍ୱାରୋପ କରିଛନ୍ତି।

Daily Wages
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ