Advertisment

‘ପ୍ରିୟ ଭାରତୀୟମାନେ, ଯିଏ ଯେଉଁଠି ଅଛ; ସେଇଠି ରୁହ’

ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ଯିଏ ଯେଉଁଠି ଅଛ, ସେଇଠି ରହିବାକୁ କୁହାଯାଇଛି।

ଅଦ୍ୟତନ ହୋଇଛି
Government's Advisory For Indians In Ukraine

Government's Advisory For Indians In Ukraine

Advertisment

ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନରେ ଅଛନ୍ତି। ସେମାନଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର AI1947 ବିମାନ ୟୁକ୍ରେନ ଅଭିମୁଖେ ବାହାରି ଥିଲା। ହେଲେ ୟୁକ୍ରେନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବାରୁ ଭାରତୀୟ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି। 

Advertisment

ଏଭଳି ସ୍ଥିତିରେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ରହିଛି। ଦୟାକରି ଆପଣମାନେ ଶାନ୍ତ ଏବଂ ସୁରକ୍ଷିତ ଜାଗାରେ ରୁହନ୍ତୁ। ଘର, ହଷ୍ଟେଲ, ଅସ୍ଥାୟୀ ଶିବିର... ଯିଏ ଯେଉଁଠି ଅଛ, ସେଇଠି ରୁହ। କିଭ୍ ଅଭିମୁଖେ ଆସୁଥିବା ଲୋକ ନିଜ ନିଜ ସହରକୁ ଫେରିଯାଆନ୍ତୁ। ଅପେକ୍ଷାକୃତ ସୁରକ୍ଷିତ ଜାଗାକୁ ଚାଲି ଯିବାକୁ’ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ୟୁକ୍ରେନରେ ରହୁଥିବା ଭାରତୀୟ ଛାତ୍ର ଓ ଅନ୍ୟ ଭାରତୀୟଙ୍କୁ ଦୂତାବାସ ପକ୍ଷରୁ ଏହି ପରାମର୍ଶ ଜାରି କରାଯାଇଛି। କାରଣ କିଭ୍‌ ସମେତ ଅନ୍ୟ ସହରକୁ ଋଷିଆ ଟାର୍ଗେଟ୍‌ କରିଛି। 

Advertisment

ସୂଚନାଥାଉ କି, ଗତକାଲି କିଛି ଭାରତୀୟ ସ୍ୱଦେଶ ଫେରି ଥିବାବେଳେ ଆଜି ସକାଳ ୭ଟା ୪୫ ମିନିଟ୍‌ରେ ୧୮୨ ଜଣ ଭାରତୀୟ ସୁରକ୍ଷିତ ଭାବେ Indira Gandhi International Airportରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି। ତେବେ ୨୦ ହଜାରରୁ ଅଧିକ ଭାରତୀୟ ଏବେବି ୟୁକ୍ରେନରେ ଫସି ଥିବା ସୂଚନା ମିଳିଛି। ଯୁଦ୍ଧ ଘନଘଟା ମଧ୍ୟରେ ଭୟଭୀତ ଅବସ୍ଥାରେ ସେମାନେ ଥିବା ଜଣାପଡ଼ିଛି। 

ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଏୟାର ଇଣ୍ଡିଆ ବିମାନ କିଭ୍‌ରେ ଅବତରଣ କରିଥାନ୍ତା, ହେଲେ ଅଧା ବାଟରୁ ବିମାନ ଦିଲ୍ଲୀ ଫେରି ଆସିଥିଲା। କମର୍ସିଆଲ୍‌ ଫ୍ଲାଇଟ୍‌ ପାଇଁ ୟୁକ୍ରେନ ଏହାର ଏୟାର ସ୍ପେସ୍ ବନ୍ଦ କରିଥିବାରୁ ଏୟାର ଇଣ୍ଡିଆ ବିମାନଙ୍କୁ ଅଧା ବାଟରୁ ଫେରି ଆସିବାକୁ ପଡ଼ିଥିଲା। 

Advertisment
Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ