Millet
ପାର୍ଲାମେଣ୍ଟରେ ମିଲେଟ ମିଲ୍ର ସୁଆଦ ଚାଖିଲେ ସାଂସଦ । ଏଥିପାଇଁ ସ୍ୱତନ୍ତ୍ର ମିଲେଟ୍ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା । ମିଲେଟ୍ ବର୍ଷ ପାଳନ ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ସାଂସଦମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମିଲେଟ୍ ଜାତୀୟ ଖାଦ୍ୟକୁ ମଧ୍ୟାହ୍ନ ଭୋଜନରେ ସାମିଲ କରିଥିଲେ । ସଂସଦ ଭବନ ପରିସରରେ ଏହି ମିଲେଟ୍ ମଧ୍ୟାହ୍ନ ଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମେତ ଅଧିକାଂଶ ସଦସ୍ୟ ସାମିଲ ହୋଇଥିଲେ ।
ତିଆରି ହୋଇଥିଲା ମାଣ୍ଡିଆ ଇଡଲି, ଦୋସା ଭଳି ଖାଦ୍ୟ । ଏଥିପାଇଁ ସ୍ୱତନ୍ତ୍ର ସେଫ୍ ମଧ୍ୟ ଆସିଥିଲେ । ମିଲେଟ୍ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ସାଂସଦଙ୍କୁ ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ରୁଟି ଖାଇବାକୁ ଦିଆଯାଇଥିଲା । ବାଜରା ଓ ମାଣ୍ଡିଆ ଭଳି ଖାଦ୍ୟକୁ ପ୍ରୋତ୍ସାହନ ଲାଗି ୨୦୨୩କୁ କେନ୍ଦ୍ର ସରକାର ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Millet_1671552373.jpg)