Advertisment

ଅଶ୍ଳୀଳ କଣ୍ଟେଣ୍ଟକୁ ନା; ବ୍ୟାନ୍ ହେଲା ୧୮ ଓଟିଟି ପ୍ଲାଟଫର୍ମ ସହ ଏହି ସବୁ ଆପ୍

ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ / ବିଭାଗ ଏବଂ ଗଣମାଧ୍ୟମ ଏବଂ ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ର ନିୟମ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
Government bans 18 OTT platforms

Government bans 18 OTT platforms

Advertisment

ଡିଜିଟାଲ୍ ପ୍ଲାଟଫର୍ମରେ ଅନେକ ଲୋକ ଆକ୍ଟିଭ ଅଛନ୍ତି। ହେଲେ ଏହାର ସଦୁପଯୋଗ କରିବା ପରିବର୍ତ୍ତେ ଦୁରୁପଯୋଗ ହେଉଛି। ଦିନକୁ ଦିନ ସୋସିଆଲ୍ ମଡିଆର ବ୍ୟବହାର ବଢୁଥିବା ବେଳେ ଛତୁ ଫୁଟିବା ଭଳି ୱେବସାଇଟ୍ ଓ ଆପ୍ ବିକଶିତ କରାଯାଉଛି। ଏହା ସାହାଯ୍ୟରେ ଅନେକ ଅଶ୍ଳୀଳ ବିଷୟ ବସ୍ତୁ ପ୍ରଦର୍ଶିତ ହେଉଛି। ତେବେ ଏହାକୁ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକାଧିକ OTT ପ୍ଲାଟଫର୍ମ ସହ ଆପ୍ ଏବଂ ୱେବସାଇଟ୍ ଆଦିକୁ ବ୍ୟାନ କରାଯାଇଛି ।

Advertisment

ଅଶ୍ଳୀଳ ବିଷୟ ବସ୍ତୁ ପ୍ରଦର୍ଶିତ କରୁଥିବା ଅଭିଯୋଗରେ କେନ୍ଦ୍ର ସରକାର ୧୮ଟି OTT ପ୍ଲାଟଫର୍ମକୁ ବ୍ୟାନ କରିଛନ୍ତି। ଏଥିସହ ୧୯ଟି ୱେବସାଇଟ୍, ୧୦ଟି ମୋବାଇଲ୍ ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋର ୭ଟି, ଆପଲ୍ ଆପ୍ ଷ୍ଟୋର୍‌ର ୩ଟି) ଏବଂ ଏହି ପ୍ଲାଟଫର୍ମଗୁଡିକ ସହିତ ଜଡିତ ୫୭ଟି ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ୟାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର 'ସୃଜନଶୀଳ ଅଭିବ୍ୟକ୍ତି' ନାମରେ ଅଶ୍ଳୀଳତାକୁ ପ୍ରୋତ୍ସାହନ ନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଏହି OTT ପ୍ଲାଟଫର୍ମଗୁଡ଼ିକ ହେଉଛି-

ଡ୍ରିମ୍ସ ଫିଲ୍ମସ୍ (Dreams Films)

ଭୋଭି(Voovi)

ୟେସମା(Yessma)

ଅନକଟ୍ ଆଡ୍ଡା(Uncut Adda)

ଟ୍ରି ଫ୍ଲିକ୍ସ(Tri Flicks)

ଏକ୍ସ ପ୍ରାଇମ୍( X Prime)

ନିଓନ୍ ଏକ୍ସ ଭିଆଇପି( Neon X VIP)

ବେସରମସ୍(Besharams)

ହଣ୍ଟର୍ସ(Hunters)

ରାବିଟ୍( Rabbit)

ଏକ୍ସଟ୍ରାମୁଡ୍( Xtramood)

ନ୍ୟୁଫ୍ଲିକ୍ସ( Nuefliks)

ମୁଡ୍ ଏକ୍ସ(MoodX)

ମୋଜଫ୍ଲିକ୍ସ(Mojflix )

ହଟ୍ ସଟ୍ ଭିଆଇପି(Hot Shots VIP)

ଫଗି(Fugi)

ଚିକୋଫ୍ଲିକ୍ସ(Chikooflix)

ପ୍ରାଇମ୍ ପ୍ଲେ(Prime Play)

ଚଳିତବର୍ଷ ମାର୍ଚ୍ଚ ୧୨ରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଘୋଷଣା କରିଥିଲେ ଯେ ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶିତ କରୁଥିବା ୧୮ଟି OTT ପ୍ଲାଟଫର୍ମ ହଟାଇ ଦିଆଯାଇଛି। ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ / ବିଭାଗ ଏବଂ ଗଣମାଧ୍ୟମ ଏବଂ ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ର ନିୟମ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଏହି ପ୍ଲାଟଫର୍ମଗୁଡିକରେ ମହିଳାମାନଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ପୋଷ୍ଟ ହେଉଥିବା ଜଣାପଡିଛି। ଏହି ବିଷୟବସ୍ତୁ ଆଇଟି ଆକ୍ଟର ଧାରା ୬୭ ଏବଂ ୬୭A, ଆଇପିସିର ଧାରା ୨୯୨ ଏବଂ ମହିଳାଙ୍କ ଅଶ୍ଳୀଳ ପ୍ରତିନିଧିତା (ନିଷେଧ) ଅଧିନିୟମ, ୧୯୮୬ର ଉଲ୍ଲଂଘନ କରଉଥିଲା। ତେଣୁ ଏଗୁଡକ ଉପରେ ବ୍ୟାନ ଲଗାଯାଇଛି।

Advertisment

ବ୍ୟାନ ହୋଇଥିବା OTT ଆପ୍ ମଧ୍ୟରୁ ଗୋଟିଏରେ ୧କୋଟିରୁ ଅଧିକ ଡାଉନଲୋଡ୍ ଥିଲା। ସେହିପରି ଗୁଗୁଲ ପ୍ଲେ ଷ୍ଟୋରରେ ଥିବା ୨ଟି ଆପରେ ୫୦ଲକ୍ଷରୁ ଅଧିକ ଡାଉନଲୋଡ୍ ହୋଇଥିଲା। ବିଶେଷ ଭାବରେ ଏହି ପ୍ଲାଟଫର୍ମଗୁଡିକ ଟ୍ରେଲର୍, ନିର୍ଦ୍ଦିଷ୍ଟ ଦୃଶ୍ୟ, ଏବଂ ବାହ୍ୟ ଲିଙ୍କ୍ ବିସ୍ତାର କରିବାକୁ ସୋସିଆଲ୍ ମିଡିଆ ବ୍ୟବହାର କରି ସେମାନଙ୍କର ୱେବସାଇଟ୍ ପ୍ରତି ଲୋକଙ୍କୁ ଆକୃଷ୍ଟ କରୁଥିଲେ। ତେବେ ଏହି ଓଟିଟି ପ୍ଲାଟଫର୍ମଗୁଡିକର ୩୨ଲକ୍ଷରୁ ଅଧିକ ୟୁଜର୍ସ ଥିଲେ।

Google Play Store
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ