Advertisment

ସୁନା ଦରରେ ଏତିକି ଟଙ୍କା ହେଲା ହ୍ରାସ: ବିଳମ୍ବ ନକରି ଜଲଦି ହିଁ କିଣିନିଅନ୍ତୁ ସୁନା....ନଚେତ୍‌

ଆପଣ ସୁନା କିଣିବା ପାଇଁ ଇଚ୍ଛା ରଖିଛନ୍ତି କି? ତେବେ ଆଜି ହିଁ କିଣି ନିଅନ୍ତୁ। କାରଣ ଆଜି ସୁନା ଦରରେ ହ୍ରାସ ହୋଇଛି। କିଛି ସପ୍ତାହ ଧରି ସ୍ଥିର ହ୍ରାସ ଦେଖୁଥିବା ସୁନା, ୨୪ ସେପ୍ଟେମ୍ବର ଅର୍ଥାତ୍‌ ଆଜି ବି ହ୍ରାସ ପାଇଛି। ଡଲାର ଦୁର୍ବଳ ହେତୁ ଆନ୍ତର୍ଜାତୀୟ ବଜାର ସାମାନ୍ୟ ମଜବୁତ ହୋଇଛି ଦର

undefined

gold prices rise

Advertisment

ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଇଚ୍ଛା ରଖିଛନ୍ତି କି? ତେବେ ଆଜି ହିଁ କିଣି ନିଅନ୍ତୁ। କାରଣ ଆଜି ସୁନା ଦରରେ ହ୍ରାସ ହୋଇଛି। କିଛି ସପ୍ତାହ ଧରି ସ୍ଥିର ହ୍ରାସ ଦେଖୁଥିବା ସୁନା, ୨୪ ସେପ୍ଟେମ୍ବର ଅର୍ଥାତ୍‌ ଆଜି ବି ହ୍ରାସ ପାଇଛି। ଡଲାର ଦୁର୍ବଳ ହେତୁ ଆନ୍ତର୍ଜାତୀୟ ବଜାର ସାମାନ୍ୟ ମଜବୁତ ହୋଇଛି ଦର। ଆଜି ଘରୋଇ ବଜାରରେ ଥିବା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅକ୍ଟୋବର ଚୁକ୍ତି ସୁନାରେ ୦.୦୬ ପ୍ରତିଶତ ହ୍ରାସ ଘଟିଛି ଏବଂ ସୁନା ୧୦ ଗ୍ରାମ୍‌ ପ୍ରତି ୪୬,୦୩୦ ରହିଛି। ଏହାସହ ରୂପା କିଲୋଗ୍ରାମରେ ୬୦,୬୯୮ ଟଙ୍କା ରହିଛି। କେବେ ଆଜି ସକାଳୁ ସୁନା ଓ ରୂପା ଦର ବଢିଥିବା ବେଳେ ପୁଣି ଥରେ ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା।

Advertisment

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧ ଗ୍ରାମରେ ୪,୬୨୯ ଟଙ୍କା, ଏବଂ ପ୍ରତି ୧୦ ଗ୍ରାମ୍‌ର ମୂଲ୍ୟ ୪୬,୦୩୦ ଟଙ୍କା ରହିଛି। ଏହାସହ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୪୫,୩୯୦ ଟଙ୍କା ରହିଛି। ଯଦି ଆମେ ପ୍ରମୁଖ ସହରଗୁଡିକରେ ସୁନା ମୂଲ୍ୟକୁ ଦେଖିବା, ତେବେ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୫,୭୪୦ ଏବଂ ୨୪ କ୍ୟାରେଟ୍ ସୁନା ୪୯,୮୯୦, ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ଦର ୪୫,୨୯୦ ଏବଂ ୨୪ କ୍ୟାରେଟ୍ ସୁନା ୪୬,୨୯୦ରେ ଚାଲୁଛି | କୋଲକାତାରେ ୨୨ କ୍ୟାରେଟ୍ ସୁନା ୪୫,୮୯୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ୪୮,୫୯୦ ଟଙ୍କା ରହିଛି। ସେହିପରି ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୩,୫୭୦ ଏବଂ ୨୪ କ୍ୟାରେଟ୍ ୪୭,୫୩୦ ଟଙ୍କା ରହିଛି। ତେବେ ଆଗାମୀ ସମୟରେ ପାର୍ବଣ ଋତୁ ଥିବାରୁ ସୁନା ଏବଂ ରୂପା ଦରରେ ବୃଦ୍ଧି ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment
Gold Price Silver Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ