Advertisment

ଶସ୍ତା ହେଲା ସୁନା, ମହଙ୍ଗା ହେଲା ରୁପା

ସୁନା ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ରୁପା ଦର ବୃଦ୍ଧି ପାଇଛି। ଆଜି ସୁନା ଦର ୫୨ ହଜାର ଟଙ୍କା ତଳକୁ ଥିବାବେଳେ ରୁପା ଦର ବୃଦ୍ଧି ପାଇ ୫୭ ହଜାର ଟଙ୍କା ପାର୍‌ କରିଛି।

Gold Price Today

Gold Price Today

Advertisment

ଗ୍ଲୋବାଲ୍‌ ମାର୍କେଟ୍‌ରେ ଦର ହ୍ରାସ ଯୋଗୁ ଆଜି ସକାଳେ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୁନା ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ରୁପା ଦର ବୃଦ୍ଧି ପାଇଛି। ଆଜି ସୁନା ଦର ୫୨ ହଜାର ଟଙ୍କା ତଳକୁ ଥିବାବେଳେ ରୁପା ଦର ବୃଦ୍ଧି ପାଇ ୫୭ ହଜାର ଟଙ୍କା ପାର୍‌ କରିଛି। Multi Commodity Exchange(MCX)ରେ ଆଜି ସକାଳେ ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୧,୮୪୪ ଟଙ୍କା ଥିଲା। ସେହିପରି ରୁପା ଦର ୫୦ ଟଙ୍କାବ ବୃଦ୍ଧି ପାଇ ପ୍ରତି କିଲୋକୁ ୫୭,୪୧୪ ଟଙ୍କାରେ ପହଞ୍ଚିଛି।

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୧,୮୭୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୭,୪୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୫୫୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୫୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୧,୮୭୦ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ରୁପା ପ୍ରତି କିଲୋକୁ ୫୭,୪୦୦ ଟଙ୍କା ରହିଛି।

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Silver Price Gold Price Today Gold Silver Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ