Advertisment

କମିଲା ସୁନା ଦାମ୍‌

ସୁନା ଓ ରୁପା ଦର ଆଜି ହ୍ରାସ ପାଇଥିବା ଦେଖିବାକୁ ମିଳିଛି। MCXରେ ସୁନା ୦.୨୧% ଅର୍ଥାତ୍‌ ୧୦୬ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୭୯୮ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।

Gold Price Today

Gold Price Today

Advertisment

ସୁନା ଓ ରୁପା ଦର ଆଜି ହ୍ରାସ ପାଇଥିବା ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ସୁନା ୦.୨୧% ଅର୍ଥାତ୍‌ ୧୦୬ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୭୯୮ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି। ସେହିପରି ରୁପା ୦.୬୨% ଅର୍ଥାତ୍‌ ୩୭୬ ଟଙ୍କା ହ୍ରାସ ପାଇ ପ୍ରତି କିଲୋକୁ ୬୦,୨୭୨ ଟଙ୍କା କାରବାର ଚାଲିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୫୦, ୯୦୪ ଟଙ୍କା କାରବାରରେ ବନ୍ଦ ହୋଇଥିଲା। ସେହିପରି ରୁପା ପ୍ରତି କିଲୋକୁ ୬୦,୬୪୮ ଟଙ୍କା କାରବାରରେ ବନ୍ଦ ହୋଇଥିଲା। 

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୧,୯୯୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୦,୨୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୫୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୧,୯୯୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Today Silver Price Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ