Advertisment

ଅଲ୍‌ ଟାଇମ୍‌ ରେକର୍ଡରୁ ୪,୮୯୦ ଟଙ୍କା ଶସ୍ତା ହେଲା ସୁନା

ଯଦି ଆପଣ ଏବେ ସୁନା କିଣିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଅଲ୍‌ ଟାଇମ୍‌ ରେକର୍ଡ ଦାମ୍‌ ଠାରୁ ଶସ୍ତାରେ ପାଇପାରିବେ। କାରଣ ଅଲ୍‌ ଟାଇମ୍‌ ରେକର୍ଡ ତୁଳନାରେ ଏବେ ଆପଣଙ୍କୁ ପ୍ରତି ୧୦ ଗ୍ରାମକୁ ୪,୮୯୦ ଟଙ୍କା ଶସ୍ତାରେ ସୁନା ମିଳିବ।

Gold price Today

Gold price Today

Advertisment

ଭାରତୀୟ ସରାଫ ବଜାରରେ କେତେବେଳେ ସୁନା, ରୁପା ଦର ହ୍ରାସ ପାଇଥାଏ ତ ଆଉ କେତେବେଳେ ବୃଦ୍ଧି ଘଟିଥାଏ। ଯଦି ଆପଣ ଏବେ ସୁନା କିଣିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଅଲ୍‌ ଟାଇମ୍‌ ରେକର୍ଡ ଦାମ୍‌ ଠାରୁ ଶସ୍ତାରେ ପାଇପାରିବେ। କାରଣ ଅଲ୍‌ ଟାଇମ୍‌ ରେକର୍ଡ ତୁଳନାରେ ଏବେ ଆପଣଙ୍କୁ ପ୍ରତି ୧୦ ଗ୍ରାମକୁ ୪,୮୯୦ ଟଙ୍କା ଶସ୍ତାରେ ସୁନା ମିଳିବ। 

Advertisment

ସୂଚନାଥାଉ କି, ୨୦୨୦ ମସିହା ଅଗଷ୍ଟ ମାସରେ ସୁନା ଏହାର ଅଲ୍‌ ଟାଇମ୍‌ ରେକର୍ଡ ସ୍ତରରେ ପହଞ୍ଚିଥିଲା। ସୁନା ପ୍ରତି ୧୦ ଗ୍ରାମକୁ ୫୫,୪୦୦ ଟଙ୍କାରେ ପହଞ୍ଚି ଥିଲା। 

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୬୨୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୫,୯୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୪୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୪୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୬୨୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today Gold Silver Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ