Advertisment

ଆହୁରି ଶସ୍ତା ହେଲା ସୁନା

କିଛିଦିନ ସୁନା ଓ ରୁପା ଦର ବୃଦ୍ଧି ପାଇବା ପରେ ପୁଣି ଏହି ଦର ହ୍ରାସ ପାଇଛି। ଆଜି ପୁଣି ଏହା ହ୍ରାସ ପାଇଛି। ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୫୬ ଟଙ୍କାରେ ପହଞ୍ଚିଛି।

Gold Price Today

Gold Price Today

Advertisment

ଲଗାତାର ଭାବେ ସୁନା ଓ ରୁପା ଦର (Gold and Silver Price) ହ୍ରାସ ପାଉଥିବା ଦେଖିବାକୁ ମିଳିଛି। କିଛିଦିନ ସୁନା ଓ ରୁପା ଦର ବୃଦ୍ଧି ପାଇବା ପରେ ପୁଣି ଏହି ଦର ହ୍ରାସ ପାଇଛି। ଆଜି ପୁଣି ଏହା ହ୍ରାସ ପାଇଛି। ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୫୬ ଟଙ୍କାରେ ପହଞ୍ଚିଛି। ଏକ ସମୟରେ ଏହି ଦାମ୍‌ ପ୍ରତି ୧୦ ଗ୍ରାମକୁ ୫୬,୨୫୪ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। 

Advertisment

ସେହିପରି ରୁପା ଦର ମଧ୍ୟ ହ୍ରାସ ପାଇଛି। ଏକ ସମୟରେ ରୁପା ପ୍ରତି କିଲୋକୁ ୭୬,୦୦୮ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଏବେ ଏହା ୫୫,୮୮୮ ଟଙ୍କାରେ କାରବାର ଚାଲିଛି। ଆଜି ଅପରାହ୍ଣରେ MCX(Multi Commodity Exchange)ରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ରୁପାରେ ବଡ଼ ଧରଣର ହ୍ରାସ ଘଟିଛି। 

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୯୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୬,୪୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୫୧, ୦୫୪ ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୭୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୯୫୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ