Gold Biscuits Worth Over Rs 6 Crore Seized
Advertisment
ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରୁ ୧୦ କେଜି ଓଜନର ସୁନା ବିସ୍କୁଟ୍ ଜବତ ହୋଇଛି । ଧନତାଲା ପୋଲିସ ଏହି ସୁନା ବିସ୍କୁଟ୍ ଜବତ କରିବା ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଜବତ ସୁନା ବିସ୍କୁଟ୍ର ଆନୁମାନିକ ବଜାର ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
Advertisment
ଧନତାଲା ଥାନା ଅନ୍ତର୍ଗତ ପଞ୍ଚବେରିଆ ଅଞ୍ଚଳରେ ଏକ କାର୍ରେ ଚୋରା ସୁନା ବିସ୍କୁଟ ଧରି ଅଭିଯୁକ୍ତମାନେ ଯାଉଥିବା ସମ୍ପର୍କରେ ଖବର ପାଇ ପୋଲିସ ଚଢ଼ଉ କରିଥିଲା । ଏତେ ପରିମାଣର ସୁନା ବିସ୍କୁଟ୍ କୁଆଡୁ ଆଣି କାହା ପାଖକୁ ନିଆଯାଉଥିଲା ସେନେଇ ଖୋଳତାଡ଼ ଚାଲିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1700898788.jpg)