Advertisment

୫୪,୦୦୦ ଛୁଇଁବ ସୁନା ଦର !

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିଛି। ମହଙ୍ଗାକୁ ନେଇ ଚିନ୍ତା ବଢ଼ିଛି। ସୁନା ଓ ରୂପା ଦର ମଧ୍ୟ ବୃଦ୍ଧି ଘଟିଛି।

Gold Price May Hike

Gold Price May Hike

Advertisment

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିଛି। ମହଙ୍ଗାକୁ ନେଇ ଚିନ୍ତା ବଢ଼ିଛି। ସୁନା ଓ ରୂପା ଦର ମଧ୍ୟ ବୃଦ୍ଧି ଘଟିଛି। ଆଜି Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୨,୫୪୯ରେ ପହଞ୍ଚିଛି। ଆଗକୁ ସୁନା ଦର ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସୁନା ଦର ବୃଦ୍ଧି ପାଇ ୫୪,୦୦୦ ଟଙ୍କାରେ ପହଞ୍ଚିବ ବୋଲି ଏକ୍ସପର୍ଟମାନେ ଆକଳନ କରିଛନ୍ତି।

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୮୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୭୦,୦୦୦ ଟଙ୍କା ରହିଛି। ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୫୨,୦୪୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୮,୦୦୦ ଟଙ୍କା ଥିଲା।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୪୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୨,୮୦୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Gold Price Today Gold Silver Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ