Advertisment

ପୁଣି କମିଲା ସୁନା ଦର

ଆଜି ସର୍ରାଫା ବଜାରରେ କାରବାରର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। ବୁଲିୟନ୍‌ ମାର୍କେଟ୍‌ରେ ସୁନା ୪୮ ହଜାର ଟଙ୍କା କମ୍‌ରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Gold Price Today

Gold Price Today

Advertisment

ନୂଆଦିଲ୍ଲୀ: ଆଜି ସର୍ରାଫା ବଜାରରେ କାରବାରର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। ବୁଲିୟନ୍‌ ମାର୍କେଟ୍‌ରେ ସୁନା ୪୮ ହଜାର ଟଙ୍କା କମ୍‌ରେ କାରବାର ଚାଲିଥିବା ଦେଖିବାକୁ ମିଳିଛି। ସୁନା ଦର ଆଜି ୩୭୦ ଟଙ୍କା ହ୍ରାସ ପାଇ ୪୭,୯୬୩ ଟଙ୍କାରେ କାରବାର ଚାଲିଥିବା ନଜର ଆସିଛି। 

Advertisment

ସେହିପରି ରୂପା ଦର ମଧ୍ୟ ହ୍ରାସ ପାଇଛି। ରୂପା ଦର ହ୍ରାସ ପାଇ ୬୧,୪୬୨ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି। ନୂଆଦିଲ୍ଲୀରେ ଆଜି ସୁନା ଦର ୫୯୭ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୬,୮୧୪ ଟଙ୍କାରେ କାରବାର ଚାଲିଥିଲା। ପୂର୍ବ କାରବାରରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୧୧୬ ଟଙ୍କାରେ କାରବାର ବନ୍ଦ ହୋଇଥିଲା।

ରୂପା ମଧ୍ୟ ୩୬୯ ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୦,୬୨୫ ଟଙ୍କାରେ କାରବାର ଚାଲିଥିଲା। ପୂର୍ବ କାରବାରରେ ରୂପା ପ୍ରତି କିଲୋକୁ ୬୧,୨୨୨ ଟଙ୍କାରେ କାରବାର ଚାଲିଥିଲା। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ