Advertisment

ବଢ଼ିଲା ସୁନା ଦର, ରୁପା ବି ହେଲା ମହଙ୍ଗା

ଦିଲ୍ଲୀରେ ଆଜି ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମଳିଛି। HDFC Securities ଅନୁସାରେ, ଦିଲ୍ଲୀରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୩ ଟଙ୍କା ବୃଦ୍ଧି ପାଇ ୪୯,୭୩୮ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Gold Price Today

Gold Price Today

Advertisment

ଦିଲ୍ଲୀରେ ଆଜି ସୁନା ଓ ରୂପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମଳିଛି। HDFC Securities ଅନୁସାରେ, ଦିଲ୍ଲୀରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୩ ଟଙ୍କା ବୃଦ୍ଧି ପାଇ ୪୯,୭୩୮ରେ ପହଞ୍ଚିଛି। ପୂର୍ବ କାରବାରରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୯,୨୨୫ ଟଙ୍କାରେ ବନ୍ଦ ହୋଇଥିଲା। ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ରୂପା ପ୍ରତି କିଲୋକୁ ୧୯୦ ଟଙ୍କା ବୃଦ୍ଧି ପାଇ ୬୩,୨୨୨ ଟଙ୍କାରେ ପହଞ୍ଚିଛି। ପୂର୍ବ କାରବାରରେ ପ୍ରତି କିଲୋକୁ ଏହା ୬୩,୦୩୨ ଟଙ୍କା ଥିଲା। 

Advertisment

ଏକ୍ସପର୍ଟଙ୍କ କହିବା ଅନୁସାରେ, ଋଷ ଓ ୟୁକ୍ରେନ୍‌ ମଧ୍ୟରେ ବିବାଦ ସୁନା ଦର ବୃଦ୍ଧିର ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ଏଥିପାଇଁ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୦ ହଜାର ଟଙ୍କା ପାଖାପାଖି ପହଞ୍ଚିଛି। ଫଳରେ ଅର୍ଥବ୍ୟବସ୍ଥାକୁ ଏକ ପ୍ରକାର ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି। ଏହାସହ ସୁନାର ନିବେଶ ପାଇଁ ଲୋକଙ୍କ ଆଗ୍ରହ ବଢ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାସହ ଅଶୋଧିତ ତୈଳ ଦର ମଧ୍ୟ ବୃଦ୍ଧି ପାଇଛି। ଏହିସବୁ କାରଣରୁ ସୁନା ଦର ବୃଦ୍ଧି ପାଉଥିବା ଜଣାପଡ଼ିଛି। 

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୯,୯୭୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩,୪୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୬୩,୦୦୦ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୫,୮୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୯୭୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Gold Price Today Gold Silver Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ