Advertisment

ଜନସାଧାରଣଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଗୁପଚୁପ୍‌ ବିକ୍ରେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଆଜି ଜାମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ଦୁଇ ଜଣ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ବିହାରର ଗୁପଚୁପ ବିକାଳି ହୋଇଥିବାବେଳେ ଅନ୍ୟ ଜଣ ଉତ୍ତର ପ୍ରଦେଶର କାର୍ପେଣ୍ଟର ହୋଇଥିବା ନେଇ କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
Gol-Gappa Seller, Shot Dead In J&K,

Gol-Gappa Seller, Shot Dead In J&K;,

Advertisment

ଶ୍ରୀନଗର: ଗୁପଚୁପ୍‌ ବିକ୍ରେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଆଜି ଜାମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ଦୁଇଜଣ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ବିହାରର ଗୁପଚୁପ ବିକାଳି ହୋଇଥିବାବେଳେ ଅନ୍ୟ ଜଣ ଉତ୍ତର ପ୍ରଦେଶର କାର୍ପେଣ୍ଟର ହୋଇଥିବା ନେଇ କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛନ୍ତି । ବିଳମ୍ବିତ ରାତିରେ ସାଗିରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଅରବିନ୍ଦ କୁମାରଙ୍କ ମୃତ୍ୟୁ ଘଟିଛି। ବିହାରର ବାସିନ୍ଦା ଅରବିନ୍ଦ ଦୀର୍ଘ ଦିନ ଧରି ଶ୍ରୀନଗରରେ ଗୁପଚୁପ ବିକ୍ରି କରୁଥିଲେ। ସେହିଭଳି ୟୁପିର ସାଗର ପୁଲୱାମାର ଏକ ସିମିମିଲରେ କାର୍ପେଣ୍ଟର ଭାବରେ କାର୍ଯ୍ୟରତ ଥିଲେ ।

Advertisment

ସୂଚନା ଅନୁସାରେ ବିହାରୀ ଗୁପଚୁପ ବିକାଳୀ ଅରବିନ୍ଦ କୁମାରଙ୍କୁ ଶ୍ରୀନଗରେର ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରି ହତ୍ୟା କରାଯାଇଥିବାବେଳେ ୟୁପିର କାର୍ପେଣ୍ଟରସାଗିର ଅହମ୍ମଦଙ୍କୁ ପୁଲଓ୍ୱାମାରେ ଗୁଳି କରାଯାଇଛି । ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇ ତନାଘନା ଜାରି ରଖାଯାଇଛି । ଆଜିକୁ ମିଶାଇ ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଦ୍ୱାରା ମୋଟ ୯ ଜଣସାଧାରଣଙ୍କ ହତ୍ୟା କରାଯାଇଛି । ଅନ୍ୟପଟେ ଉପତ୍ୟକାରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିଥିବା ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ସୁରକ୍ଷା କର୍ମୀ । ଶ୍ରୀନଗରରେ ହୋଇଥିବା ଦୁଇଟି ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀମାନେ ଲସ୍କର-ଏ-ତଏବା ସଂଗଠନ ସହ ଜଡ଼ିତ ରହିଥିବା ସୂଚନା ମିଳିଥିବାବେଳ ଆଜିର ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଦାୟୀ ଥିବାର ସୂଚନା ମିଳିଛି ।

Advertisment

ପୋଲିସ କହିବା ଅନୁସାରେ, ପ୍ରବାସୀ ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ସହିତ ରେଡ ଆଲର୍ଟ ଜାରି କରାଯାଇଛି । ସହରରେ ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଘଟଣାକୁ ନେଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟୁଇଟ୍ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, "ଆଜି ଶ୍ରୀନଗରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଗୁପଚୁପ୍ ବିକ୍ରେତା ଅରବିନ୍ଦ କୁମାରଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଛନ୍ତି । ଏହି ଘଟଣାରେ ଜଣେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇ ତାଙ୍କୁ ହତ୍ୟା କରାଯାଇଛି ଯାହା ଅତି ନିନ୍ଦନୀୟ ଅଟେ ।

Advertisment
2 Killed Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ