Advertisment

ଗୀତା ପ୍ରେସ୍‌ର ବଡ଼ ନିଷ୍ପତ୍ତି, କେନ୍ଦ୍ର ସରକାରଙ୍କ ସମ୍ମାନ ସ୍ୱୀକାର କରିବୁ କିନ୍ତୁ ପୁରସ୍କାର ରାଶି ନୁହେଁ...

ପୂର୍ବରୁ ମଧ୍ୟ ଅନେକ ଉଦାହରଣ ରହିଛି ଯେ ଗୀତା ପ୍ରେସ କେବେ କୌଣସି ପ୍ରକାର ପୁରସ୍କାର ଗ୍ରହଣ କରିନାହିଁ । କିନ୍ତୁ ଏଥର ପରମ୍ପରାକୁ ଭାଙ୍ଗି କେବଳ ସମ୍ମାନ ଗ୍ରହଣ କରିବ ।

ଅଦ୍ୟତନ ହୋଇଛି
Geeta Press

Geeta Press

Advertisment

ବିଶ୍ୱର ସର୍ବବୃହତ ତଥା ସମ୍ମାନଜନକ ଧାର୍ମିକ ପୁସ୍ତକ ପ୍ରକାଶକ ଗୀତା ପ୍ରେସ ଗୋରଖପୁରକୁ ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ କମିଟିର ନିଷ୍ପତ୍ତି ପରେ ରବିବାର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଥିଲା । ତେବେ ଏହାରି ଭିତରେ ଗୀତା ପ୍ରେସ୍ ପକ୍ଷରୁ କୁହାଯାଇଛି ଯେ ସେ ନିଶ୍ଚିତ ଭାବେ ସମ୍ମାନ ଗ୍ରହଣ କରିବେ କିନ୍ତୁ ଏହା ସହିତ ଦିଆଯାଉଥିବା ଧନ ରାଶି ଗ୍ରହଣ କରିବେ ନାହିଁ ।

Advertisment

ଗୋରଖପୁର ଗୀତା ପ୍ରେସର ପ୍ରବନ୍ଧକ ଲାଲମାନି ତିୱାରୀ କହିଛନ୍ତି, ‘ଆମେ କୌଣସି ପ୍ରକାରର ଆର୍ଥିକ ସହାୟତା କିମ୍ବା ପୁରସ୍କାର ଗ୍ରହଣ କରୁନାହୁଁ, ତେଣୁ ଆମେ ଏହି ପୁରସ୍କାର ସ୍ୱରୁପ ଧନ ରାଶିକୁ ଗ୍ରହଣ କରିବୁନାହିଁ । ପୂର୍ବରୁ ମଧ୍ୟ ଅନେକ ଉଦାହରଣ ରହିଛି ଯେ ଗୀତା ପ୍ରେସ କେବେ କୌଣସି ପ୍ରକାର ପୁରସ୍କାର ଗ୍ରହଣ କରିନାହିଁ । କିନ୍ତୁ ଏଥର ପରମ୍ପରାକୁ ଭାଙ୍ଗି କେବଳ ସମ୍ମାନ ଗ୍ରହଣ କରାଯିବ । କିନ୍ତୁ ଏହାସହ ଦିଆଯାଉଥିବା ପୁରସ୍କାର ରାଶି ବା ଏକ କୋଟି ଟଙ୍କା ଗ୍ରହଣ କରାଯିବ ନାହିଁ । ଏନେଇ ସଂସ୍ଥାର ପରିଚାଳନା ସହ ଜଡିତ ସଦସ୍ୟମାନେ କହିଛନ୍ତି ।

ରବିବାର ଦିନ ଗୀତା ପ୍ରେସକୁ ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଦିଆଯିବା ନେଇ ଘୋଷଣା ହେବା ପରେ ଗୀତା ପ୍ରେସ ସହ ଜଡିତ ସଦସ୍ୟ ବହୁତ ଖୁସି ହୋଇଥିଲେ। ଏହା ସହିତ ସ୍ଥାନୀୟ ଲୋକେ ମଧ୍ୟ ଖୁବ ଖୁସି ହୋଇଥିଲେ । ଏଥିସହିତ ପିଏମ ମୋଦୀ ଏବଂ ସିଏମ ଯୋଗୀ ଆଦିତ୍ୟନାଥ ଟୁଇଟ୍ କରି ଗୀତା ପ୍ରେସକୁ ଅଭିନନ୍ଦନ ଜଣାଇଛନ୍ତି । କିନ୍ତୁ କଂଗ୍ରେସ ନେତା ଜୟରାମ ରମେଶଙ୍କ ଟ୍ୱିଟ ପରେ ଏହି କଥାକୁ ନେଇ ରାଜନୀତି ତେଜିବାକୁ ଲାଗିଲା ।

Advertisment

ଗୀତା ପ୍ରେସର ଟ୍ରଷ୍ଟି କହିଛନ୍ତି ଯେ ଗୀତା ପ୍ରେସ ସହିତ ମହାତ୍ମା ଗାନ୍ଧୀଙ୍କ ଏକ ବିଶେଷ ସମ୍ପର୍କ ଥିଲା। ସେ କଲ୍ୟାଣ ପତ୍ରିକା ପାଇଁ ପ୍ରଥମ ଲେଖା ଲେଖିଥିଲେ। ଏଥିରେ ଗାନ୍ଧିଜୀ ସ୍ୱାଭାବିକ ଶବ୍ଦର ଅପବ୍ୟବହାର ବିଷୟରେ ଉଲ୍ଲେଖ କରିଥିଲେ । ଏହାପରେ ବି ସେ କଲ୍ୟାଣ ପତ୍ରିକା ପାଇଁ ଅନେକ ଲେଖା ଲେଖିଛନ୍ତି । ଗାନ୍ଧିଜୀଙ୍କ ମୃତ୍ୟୁ ପରେ ବି ତାଙ୍କର ଚିନ୍ତାଧାରାକୁ ନେଇ ଗୀତା ପ୍ରେସରେ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ମହାତ୍ମା ଗାନ୍ଧୀ ୮ ଅକ୍ଟୋବର ୧୯୩୩ରେ ଗୀତା ପ୍ରେସର ଗୀତା ପ୍ରବେଶିକା ପାଇଁ ଭୂମିକା ଲେଖିଥିଲେ।

ଏମିତି ହୋଇଥିଲା ଗୀତା ପ୍ରେସ୍‌ର ଆରମ୍ଭ

୧୯୨୧ ମସିହାରେ କୋଲକାତାର ଗୋବିନ୍ଦ ଭବନ ଟ୍ରଷ୍ଟରେ ଜୟଦୟଲ ଗୋଏଙ୍କାଙ୍କ ଦ୍ୱାରା ଗୀତା ପ୍ରେସ ଆରମ୍ଭ ହୋଇଥିଲା । ଏହି ଟ୍ରଷ୍ଟ ଦ୍ୱାରା ହିଁ ଗୀତା ପ୍ରକାଶିତ ହୋଇଥିଲା। ଗୀତା ଛପା ଯାଉଥିବା ବେଳେ ବିଭିନ୍ନ ସମୟରେ ତ୍ରୁଟି ସାମ୍ନାକୁ ଆସିଲା । ଏନେଇ ଜୟଦୟଲ ଗୋଏଙ୍କା ପ୍ରେସ ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରେସ ମାଲିକ ତ୍ରୁଟି ସୁଧାରିବା ପରିବର୍ତ୍ତେ ସେତେବେଳେ କହିଥିଲେ ଯେ ଯଦି ଆପଣ ଶୁଦ୍ଧ ଗୀତା ପ୍ରକାଶ କରିବାକୁ ଚାହୁଁଛନ୍ତି, ତେବେ ନିଜର ପ୍ରେସ୍ ପ୍ରତିଷ୍ଠା କରନ୍ତୁ । ଏହା ପରେ ଗୀତା ପ୍ରକାଶ କରିବା ପାଇଁ ଏକ ପ୍ରେସ ସ୍ଥାପନ ବିଷୟରେ ଆଲୋଚନା ହେଲା, ପରେ ଗୋରଖପୁରରେ ହିଁ ଏକ ପ୍ରେସ୍‌ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଗଲା । ଏହା ପରେ, ୨୯ ଏପ୍ରିଲ ୧୯୨୩ରେ, ହିନ୍ଦି ବଜାରରେ ୧୦ ଟଙ୍କା ମାସିକ ଘର ଭଡ଼ାରେ ପ୍ରେସ ଆରମ୍ଭ ହୋଇଥିଲା, ଏବଂ ସେହିଠାରେ ହିଁ ଗୀତା ପ୍ରକାଶ ପାଇଥିଲା । ଏହାପରଠାରୁ ଧିରେ ଧିରେ ଗୀତା ପ୍ରେସ ବଡ଼ ହୋଇଥିଲା । ଆଉ ଆଜି ସାରା ବିଶ୍ୱରେ ଏହା ପରିଚିତ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ