Advertisment

ଟ୍ରାଫିକ୍ ଜାମ୍‌ରେ ଫସିଲେ ପରୀକ୍ଷାର୍ଥୀ, ସେଣ୍ଟରରେ ପହଞ୍ଚିବାକୁ ୨ କିଲୋମିଟର ଧାଇଁଲେ...

ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍। ପରିସ୍ଥିତି ଏମିତି ହେଲା ଯେ, ପଛକୁ ପଛ ଶହ ଶହ ଗାଡ଼ି ଅଟକି ରହିଲା। ଶେଷରେ ପରୀକ୍ଷାର୍ଥୀ କାଳ ବିଳମ୍ବ ନକରି ଜାତୀୟ ରାଜପଥର କଡ଼େ କଡ଼େ ଧାଇଁବାକୁ ଲାଗିଲେ।

ଅଦ୍ୟତନ ହୋଇଛି
Girl Students Run For 2 Km On National Highway To Reach Exam Centre

Girl Students Run For 2 Km On National Highway To Reach Exam Centre

Advertisment

ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍। ପରିସ୍ଥିତି ଏମିତି ହେଲା ଯେ, ପଛକୁ ପଛ ଶହ ଶହ ଗାଡ଼ି ଅଟକି ରହିଲା। ଇଞ୍ଚେ ଘୁଞ୍ଚିବାକୁ ବି ବାଟ ନାହିଁ। ସମସ୍ତେ ଅଟକି ରହିଲେ। ଏମିତି ସମୟରେ କେବଳ ଭଗବାନ ହିଁ ଭରସା। କିନ୍ତୁ ଏଇ ରାସ୍ତାରେ ଥିଲେ କିଛି ପରୀକ୍ଷାର୍ଥୀ। ସେମାନଙ୍କର ପରୀକ୍ଷା ସମୟ ହୋଇଯାଉଥାଏ। ବାସ୍, ଆଉ କାଳ ବିଳମ୍ବ ନକରି ସେମାନେ ଜାତୀୟ ରାଜପଥର କଡ଼େ କଡ଼େ ଧାଇଁବାକୁ ଲାଗିଲେ।

Advertisment

ବିଶ୍ୱାସ ନହେଲେ ବି ଏମିତି ଏକ ଘଟଣା ଘଟିଛି ବିହାରରେ। ଏଇ ରାସ୍ତାରେ କିଛି ପିଲା ବିହାର ବୋର୍ଡ ପରୀକ୍ଷା ଦେବାକୁ ଯାଉଥିଲେ। ଟ୍ରାଫିକ୍ ଜାମ୍ ଦେଖି କିଛି ପିଲାଙ୍କ ଅଭିଭାବକ ବିକଳ୍ପ ବ୍ୟବସ୍ଥା କରି ସେମାନଙ୍କ ପିଲାଙ୍କୁ ପରୀକ୍ଷା ହଲ୍‌କୁ ନେଇଥିବା ବେଳେ ଆଉ କିଛି ପିଲା ଧାଇଁ ଧାଇଁ ପରୀକ୍ଷା ହଲ୍‌ରେ ପହଞ୍ଚି ଥିଲେ।

ଅଧିକ ପଢ଼ନ୍ତୁ: ବେକରେ ଷ୍ଟେଥୋ ପକାଇ କନ୍ୟା ବେଶରେ ପରୀକ୍ଷା ଦେଲେ ଯୁବତୀ

ପୁଣି ଧାଇଁ ଧାଇଁ ଦୀର୍ଘ ୨ କିଲୋମିଟର ରାସ୍ତା ସେମାନଙ୍କୁ ପାର୍‌ ହେବାକୁ ପଡ଼ିଥିଲା। ଏହା ବୋର୍ଡ ପରୀକ୍ଷା ହୋଇଥିବାରୁ ସାମାନ୍ୟ ବିଳମ୍ବ ହେଲେ ପରୀକ୍ଷା ହଲ୍‌ରେ ପଶିବାକୁ ଦିଆଯିବନି। ଫଳରେ ପିଲାମାନେ ଆଉ କିଛି ବାଟ ନଥିବାରୁ ବାଧ୍ୟ ହୋଇ ଦୌଡ଼ି ଦୌଡ଼ି ପରୀକ୍ଷା ହଲ୍‌ରେ ପହଞ୍ଚିଥିଲେ।

Advertisment

ସୂଚନାଯୋଗ୍ୟ ଯେ, ଏହି ରାସ୍ତାରେ ଅଧିକାଂଶ ସମୟ ଟ୍ରାଫିକ୍ ଜାମ୍ ରହୁଥିବାରୁ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି। ତେବେ ଏହାର ପରିଣାମ ବିଚରା ପରୀକ୍ଷାର୍ଥୀଙ୍କୁ ଭୋଗିବାକୁ ପଡ଼ିଛି। ବିହାରର କୈମୁର ଅଞ୍ଚଳରେ ଏହି ପିଲାମାନଙ୍କର ପରୀକ୍ଷା ସେଣ୍ଟର ପଡ଼ିଥିଲା। 

ରାସ୍ତାରେ ଧାଇଁ ଧାଇଁ ପରୀକ୍ଷା ହଲ୍‌କୁ ଯାଉଥିବା ଦୃଶ୍ୟ ଏବେ ଭାଇରାଲ୍ ହେଉଛି। ପ୍ରଶାସନର ଏଭଳି ଅବହେଳାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଅନ୍ୟପକ୍ଷରେ ପରୀକ୍ଷା ସେଣ୍ଟର ଚୟନକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଉଛି। କାରଣ ପିଲାଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କ ବାସସ୍ଥାନଠାରୁ ପରୀକ୍ଷା ସେଣ୍ଟରର ଦୂରତାକୁ ମଧ୍ୟ ବିଚାରକୁ ନିଆଯାଇଥାଏ।  

Advertisment
Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ