Advertisment

ଲଭ୍‌, ବଦ୍‌ଲା ପାଇଁ କୁଛ୍‌ ବି...ସିରିୟଲ ଦେଖିଲେ, ପ୍ରେମିକ ସହ ମିଶି ନିଜ ମୃତ୍ୟୁର ମିଛ କାହାଣୀ ଗଢ଼ିଲେ

ସିରିୟଲ ‘କୁବୁଲ ହେ’ ଦେଖି  ଯୁବତୀ ଜଣକ ପ୍ରେମିକ ସହ ମିଶି ନିଜ ମୃତ୍ୟୁର ମିଛ କାହାଣୀ ଗଢ଼ିଥିଲେ। ଏହାକୁ ଯେମିତି ସମସ୍ତେ ସତ ଭାବିବେ ଏଥିପାଇଁ ସେ ଅନ୍ୟ ଜଣେ ଯୁବତୀଙ୍କୁ ହତ୍ୟା ମଧ୍ୟ କରିଥିଲେ।

ଅଦ୍ୟତନ ହୋଇଛି
Girl Plots Own Death News With Lover

Girl Plots Own Death News With Lover

Advertisment

ନିଜ ମୃତ୍ୟୁର ମିଛ କାହାଣୀ। ତା’ବି ପୁଣି ପ୍ରେମିକ ସହ ମିଶି। ସିରିୟଲ ‘କୁବୁଲ ହେ’ ଦେଖି  ଯୁବତୀ ଜଣକ ପ୍ରେମିକ ସହ ମିଶି ନିଜ ମୃତ୍ୟୁର ମିଛ କାହାଣୀ ଗଢ଼ିଥିଲେ। ଏହାକୁ ଯେମିତି ସମସ୍ତେ ସତ ଭାବିବେ ଏଥିପାଇଁ ସେ ଅନ୍ୟ ଜଣେ ଯୁବତୀଙ୍କ ହତ୍ୟା ମଧ୍ୟ କରିଥିଲେ। ଖାଲି ଏତିକି ନୁହେଁ, କେହି ଯେମିତି ତାଙ୍କୁ ଚିହ୍ନି ନପାରିବେ ଏଥିପାଇଁ ସେ ଯୁବତୀଙ୍କ ମୁହଁରେ ଏସିଡ୍‌ ଫିଙ୍ଗିବାକୁ ମଧ୍ୟ ପଛାଇ ନଥିଲେ। ଏହାସହ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଛାଡ଼ିଥିଲେ। ଫଳରେ ସମ୍ପୃକ୍ତ ଯୁବତୀଙ୍କ ଭାଇ, ଭଉଣୀ ମୃତ୍ୟୁବରଣ ହୋଇଥିବା ଭାବି ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ହେଲେ ଏହି ଶବ ତାଙ୍କ ଭଉଣୀଙ୍କର ନଥିଲା ବରଂ ଅନ୍ୟ ଜଣେ ଯୁବତୀଙ୍କ ଥିଲା। ହେଲେ ତାଙ୍କୁ ଏ ବିଷୟରେ ଜଣାନଥିଲା। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ନୋଏଡାରେ ଏମିତି କିଛି ଘଟିଛି।

Advertisment

ନଭେମ୍ବର ୧୨ରୁ ଘଟଣାକ୍ରମ ଆରମ୍ଭ ହୋଇଥିଲା। ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଦାଦ୍‌ରୀ ପୋଲିସ୍‌କୁ ନଭେମ୍ବର ୧୨ରେ ସୂଚନା ମିଳିଥିଲା। ଯୁବତୀଙ୍କ ବୟସ ୨୧ ବର୍ଷ ଥିବାବେଳେ ତାଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ଏହାସହ ମୃତଦେହ ନିକଟରେ ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିଥିଲା। ଯେଉଁଥିରେ ଲେଖା ହୋଇଥିଲା- ‘ମୋ ମୁହଁ ଜଳି ଯାଇଛି। ତେଣୁ ଏହି ମୁହଁକୁ ନେଇ ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ।’ ମୃତ ଯୁବତୀ ପାୟଲ ବୋଲି କୁହାଯାଇଥିଲା। ଯୁବତୀଙ୍କ ବାପାମା’ଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ପରିବାରର ୨ ଭାଇ ଥିବା ଜଣାପଡ଼ିଥିଲା। ଯୁବତୀଙ୍କ ଭାଇ ମୃତଦେହ ନିଜ ଭଉଣୀର ଭାବି ଏହାର ଅନ୍ତିମ ସଂସ୍କାର କରିଥିଲେ। ହେଲେ ପରେ ଘଟଣାକୁ ନେଇ ଯାହା ଖୁଲାସା ହୋଇଥିଲା ତା’ହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକୃତରେ ଏହି ଶବ ପାୟଲଙ୍କର ନୁହେଁ ବରଂ ହେମଲତାଙ୍କ ନାମକ ଅନ୍ୟ ଜଣେ ଯୁବତୀଙ୍କର ଥିଲା। 

କେମିତି ଖୋଲିଲା ରାଜ୍‌ ?

ଘଟଣା ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ  ଭଉଣୀ ନିଖୋଜ ନେଇ ହେମଲତାଙ୍କ ଭାଇ ପୋଲିସ୍‌ରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପୋଲିସ୍‌ ହେମଲତାଙ୍କ ନମ୍ବର ଟ୍ରେସ୍‌ କରିଥିଲା। ହେଲେ ଏହି ନମ୍ବର ଅଜୟ ନାମକ ଜଣେ ଯୁବକଙ୍କର ବୋଲି ଜଣାପଡ଼ିଥିଲା। ଅଜୟ ଆଉ କେହି ନୁହଁନ୍ତି ବରଂ ପାୟଲଙ୍କ ପ୍ରେମିକ। ପଚରାଉଚରା ବେଳେ ସେ ପୁରା ଘଟଣା ସମ୍ପର୍କରେ କହିଥିଲେ।

Advertisment

ପୁରା ଘଟଣା କ’ଣ, କାହିଁକି ହେମଲତାଙ୍କ ହତ୍ୟା ? 

ପୋଲିସ୍‌ ଜେରା ବେଳେ ପାୟଲ କହିଥିଲେ ଯେ, ତାଙ୍କ ବାପାମା’ ଆତ୍ମହତ୍ୟା କରିଥିଲେ। ଏଥିପାଇଁ ସେ ତାଙ୍କ ଭାଇଙ୍କ ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରୁଥିଲେ। ତେଣୁ ସେମାନଙ୍କୁ ସେ ମାରିବାକୁ ଚାହୁଁଥିଲେ। ପାୟଲ ନିଜକୁ ମୃତ ବୋଲି ଘୋଷିତ କରି ସେମାନଙ୍କର ହତ୍ୟା କରିବାକୁ ଚାହୁଁଥିଲେ। ଫଳରେ କେହିବି ତାଙ୍କ ଉପରେ ଆଉ ସନ୍ଦେହ କରିବେ ନାହିଁ। ସିରିୟଲ ‘କୁବୁଲ ହେ’ ଦେଖି ପାୟଲ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲେ। ଏଥିପାଇଁ ସେ ହେମଲତାଙ୍କୁ ବଢ଼ପୁରା ସ୍ଥିତ ନିଜ ଘରକୁ ଡାକିଥିଲେ। ଏହାପରେ ପ୍ରେମିକ ସହ ମିଶି ହେମଲତାଙ୍କ ହତ୍ୟା କରିଥିଲେ ଓ ତାଙ୍କ ମୁହଁରେ ଏସିଡ୍‌ ଫିଙ୍ଗି ଦେଇଥିଲେ। ହେମଲତାଙ୍କ ହତ୍ୟା ପରେ ପାୟଲ ଭାଇର ଶ୍ୱଶୁର ଘର ଲୋକଙ୍କ ହତ୍ୟା ପାଇଁ ମଧ୍ୟ ପ୍ଲାନ୍‌ କରିଥିଲେ।  

ପ୍ରେମିକକୁ ବାହା ହେବା ପାଇଁ ଚାହୁଁଥିଲେ ପାୟଲ..

ଏହାପୂର୍ବରୁ ପାୟଲ ନିଜ ପ୍ରେମିକକୁ ବାହା ହେବା ପାଇଁ ଚାହୁଁଥିଲେ। ଏଥିପାଇଁ ସେ ନିଜ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ। ଘର ଲୋକ ପାୟଲଙ୍କ ବିବାହ ପାଇଁ ପ୍ରସ୍ତୁତି ଚଳାଇଥିଲେ ହେଲେ ପାୟଲ ନିଜ ପ୍ରେମିକକୁ ବାହା ହେବାପାଇଁ ଚାହୁଁଥିଲେ। ସେ ଭୟ କରୁଥିଲେ, କାଳେ ଘର ଲୋକ ତାଙ୍କର ଏହି ପ୍ରସ୍ତାବରେ ରାଜି ହେବେ ନାହିଁ। ଏହି ଭୟ ଯୋଗୁ ସେ ଏଭଳି ଷଡ଼ଯନ୍ତ୍ର ରଚିଥିଲେ ବୋଲି ଜଣାପଡ଼ିଛି। 

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ