Advertisment

ଜୀବନ ବଞ୍ଚାଇବା ପାଇଁ...କାର୍‌ ଡୋର୍‌ ଖୋଲି ପାଣିକୁ ଡେଇଁଲେ ଯୁବତୀ

ଭାରସାମ୍ୟ ହରାଇ ନଦୀ ଭିତରକୁ ପଶିଗଲା କାର୍‌। ଫଳରେ ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଭିତରେ ଥିବା ଯୁବତୀ କାର୍‌ ଡୋର୍‌ ଖୋଲି ପାଣିକୁ ଡେଇଁ ପଡ଼ିଥିଲେ।

Girl Jumps While Car Floating in Kelo River

Girl Jumps While Car Floating in Kelo River

Advertisment

ଭାରସାମ୍ୟ ହରାଇ ନଦୀ ଭିତରକୁ ପଶିଗଲା କାର୍‌। ଫଳରେ ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଭିତରେ ଥିବା ଯୁବତୀ କାର୍‌ ଡୋର୍‌ ଖୋଲି ପାଣିକୁ ଡେଇଁ ପଡ଼ିଥିଲେ। ଏହାପରେ କାର୍‌ଟି ଧୀରେ ଧୀରେ ପାଣିରେ ବୁଡ଼ି ଯାଇଥିଲା। ଛତିଶଗଡ଼ ରାୟଗଡ଼ ସହରରେ କେଲୋ ନଦୀରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କାର୍‌ଟି ନିୟନ୍ତ୍ରଣ ହରାଇ ନଦୀ ଭିତରକୁ ପଶି ଯାଇଥିଲା। ଏଥିରେ ଥିବା ଜଣେ ଯୁବତୀ ବାହାରକୁ ଡେଇଁ ଜୀବନ ବଞ୍ଚାଇଥିବା ବେଳେ କାର୍ ଡ୍ରାଇଭର ନିଖୋଜ ଅଛନ୍ତି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ୍ କରିଥିଲା। କେବଳ କାର୍‌କୁ ପାଣି ଭିତରୁ ବାହାର କରାଯାଇଥିଲା। 

Advertisment

ଗାଡ଼ି ଭିତରେ ଥିବା ଡ୍ରାଇଭର କିମ୍ବା ଯାତ୍ରୀଙ୍କ ସମ୍ପର୍କରେ କୌଣସି ବି ଖୋଜଖବର ମିଳିପାରିନିା ଏପରିକି ଯୁବତୀ ଜଣକ କିଏ ସେ ସମ୍ପର୍କରେ ବି କିଛି ସୂଚନା ମିଳିପାରିନିା ଚକ୍ରଧରନଗର ପୋଲିସ୍ ସମସ୍ତଙ୍କୁ ଏବେ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ