Advertisment

ଭାରତର ସିଲିକନ୍ ଭ୍ୟାଲିରେ ସଂଗୀନ୍ ସ୍ଥିତି: ଜଳବନ୍ଦୀ ଯୋଗୁଁ ଚାଲିଗଲା ଯୁବତୀଙ୍କ ଜୀବନ

ଲୋକଙ୍କୁ ଅତି ଜରୁରୀ ନଥିଲେ ବାହାରକୁ ନଯାଇ ଘରେ ରହିବାକୁ ପ୍ରଶାସନ ଅପିଲ୍ କରିଛି।

ଅଦ୍ୟତନ ହୋଇଛି
Bengaluru Floods

Bengaluru Floods

Advertisment

ବେଙ୍ଗଲୁରୁକୁ ବର୍ଷା ବିପଦ। ଦୁଇଦିନ ହେଲା ରାସ୍ତାରେ ପାଣି, ଘରେ ପାଣି। ଯେଉଁ ଆଡେ ଦେଖିବା ଖାଲି ପାଣି ଆଉ ପାଣି। ରବିବାର ଠାରୁ ଜଳବନ୍ଦୀରେ ରହିଛି ଆଇଟି ନଗରୀ। ରାଜପଥ ନଦୀ ପାଲଟି ଥିବା ବେଳେ କେଉଁଠି ଦୁଇ ଚକିଆ ଯାନ ଭାସୁଛି, ତ କେଉଁଠି ବିରାଟ ଟ୍ରାଫିକ୍ ଜାମ୍। ଏମିତି କି ରାସ୍ତା ଉପରେ ରେସ୍କ୍ୟୁ ବୋଟ୍ ମଧ୍ୟ ଚାଲୁଥିବା ଦେଖିବାକୁ ମିଳିଛି।

Advertisment

ସହରର ଇକୋସ୍ପେସ, ବେଲାନ୍ଦୁର, କେଆର ମାର୍କେଟ, ସିଲ୍କ୍ ବୋର୍ଡ ଜଙ୍କସନ୍, ଭାରଥୁର ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ଲୋକଙ୍କ ଘରଦ୍ୱାରରେ ପାଣି ପଶିଯାଇଛି ବହୁ ଆଇଟି କଂପାନୀ। ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ଅତି ଜରୁରୀ ନଥିଲେ ବାହାରକୁ ନଯାଇ ଘରେ ରହିବାକୁ ପ୍ରଶାସନ ଅପିଲ୍ କରିଛି।

ଆସନ୍ତା ୯ ତାରିଖ ଯାଏଁ କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେପଟେ ବର୍ଷା ଯୋଗୁଁ ଆଇଟି ଫାର୍ମ ଗୁଡ଼ିକୁ ୨୨୫ କୋଟିର କ୍ଷତି ସହିବାକୁ ପଡିଛି।

Advertisment

କେବଳ ସେତିକି ନୁହେଁ, ସହରରେ ଜଳବନ୍ଦୀ ସମସ୍ୟା ଯୋଗୁଁ ଜଣଙ୍କର ଜୀବନ ଯାଇଛି। ରାସ୍ତା ଜଳବନ୍ଦୀ ହେବା ଯୋଗୁଁ ଜଣେ ୨୩ ବର୍ଷିୟା ଯୁବତୀ ଅଖିଲା ସ୍କୁଟିରୁ ପଡ଼ିଯିବା ଯୋଗୁଁ ଇଲେକ୍ଟ୍ରି ଖୁଣ୍ଟି ସଂସ୍ପର୍ଶରେ ଚାଲିଆସିଥିଲେ। ଫଳରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଛି। 

Heavy Rainfall Bengaluru Flood Karnataka Rains
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ