Advertisment

ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୁଖ୍ୟ

ନୂଆ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

Gen Manoj Pande takes charge as Army chief

Gen Manoj Pande takes charge as Army chief

Advertisment

ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ଦାୟିତ୍ୱ ନେଇଛନ୍ତି। ଆଜି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ ମନୋଜ ମୁକୁନ୍ଦ ନରଭଣେଙ୍କଠାରୁ ସେ ୨୯ତମ ସେନାମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି।

Advertisment

ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ପ୍ରଥମ ଥର ପାଇଁ ସ୍ଥଳସେନା ମୁଖ୍ୟ ପଦବୀରେ କପର୍ସ ଅଫ୍ ଇଞ୍ଜିନିୟର ସର୍ଭିସ୍‌ରୁ କୌଣସି ଇଞ୍ଜିନିୟରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି।

ନ୍ୟାସନାଲ ଡିଫେନ୍ସ ଏକାଡେମୀର ଛାତ୍ର ମନୋଜ ପାଣ୍ଡେ ୧୯୮୨ ମସିହାରେ ସେନାରେ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ। ଦୀର୍ଘ ଚାରି ଦଶଦ୍ଧିର କାର୍ଯ୍ୟକାଳରେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ଅନେକ ଗୁରୁ ଦାୟିତ୍ୱ ସହ କଠିନ ଅପରେସନକୁ ସଫଳ କରାଇଛନ୍ତି।

Advertisment

କାଶ୍ମୀର, ଲଦାଖ, ରାଜସ୍ଥାନରେ ସେନାକୁ ଦୁର୍ଗମ ଅଞ୍ଚଳ ଓ ଉଚ୍ଚତମ ଶୃଙ୍ଖକୁ ପହଞ୍ଚାଇବା ଭଳି ଅନେକ କାର୍ଯ୍ୟ ମନୋଜ ପାଣ୍ଡେ କରିଛନ୍ତି। ଏଲ୍ଓସିରେ ଯବାନଙ୍କୁ ନେବା ପାଇଁ ରାସ୍ତା ହେଉ ଅବା ବ୍ରିଜ୍ କିମ୍ବା କୌଣସି ବଡ଼ ଅପରେସନ ବେଳେ ସେନାର ମେରୁଦଣ୍ଡ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ କାର୍ଯ୍ୟ କରିଛନ୍ତି। ସେପଟେ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଜେନେରାଲ ନରଭଣେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି। ା

Army Chief Gen Manoj Pande
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ