Advertisment

ଆର୍ୟନ ଗିରଫ ହୋଇ ଜେଲରେ ଥିବାରୁ ଖାଁ ଖାଁ ମନ୍ନତ, ପୁଅ ନଫେରିବା ପର୍ଯ୍ୟନ୍ତ ଘରେ ସ୍ୱାଦିଷ୍ଟ ଖାନା ବି ବନ୍ଦ

ଆର୍ୟନ ଖାନ ଗିରଫ ହୋଇ ଏବେ ଜେଲରେ ଥିବା ବେଳେ ଖାଁ ଖାଁ ମନ୍ନତ। ଉଦାସ ହୋଇ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ମାଆ ଗୌରୀ ଖାନ୍। ପୁଅ ନ ଆସିବା ଯାଏଁ ଘରେ କୌଣସି ସେଲିବ୍ରେସନ ହେବନାହିଁ। ଏପରିକି ଘରେ କୌଣସି ସ୍ୱାଦିଷ୍ଟ ଖାଇବା ମଧ୍ୟ ପ୍ରସ୍ତୁତ ନ କରିବାକୁ ହାଉସ୍ ଷ୍ଟାଫଙ୍କୁ କହିଛନ୍ତି ଗୌରୀ।

ଅଦ୍ୟତନ ହୋଇଛି
aryan khan

aryan khan

Advertisment

ମୁମ୍ବାଇ: ଆର୍ୟନ ଖାନ ଗିରଫ ହୋଇ ଏବେ ଜେଲରେ ଥିବା ବେଳେ ଖାଁ ଖାଁ ମନ୍ନତ। ଉଦାସ ହୋଇ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ମାଆ ଗୌରୀ ଖାନ୍। ପୁଅ ନ ଆସିବା ଯାଏଁ ଘରେ କୌଣସି ସେଲିବ୍ରେସନ ହେବନାହିଁ। ଏପରିକି ଘରେ କୌଣସି ସ୍ୱାଦିଷ୍ଟ ଖାଇବା ମଧ୍ୟ ପ୍ରସ୍ତୁତ ନ କରିବାକୁ ହାଉସ୍ ଷ୍ଟାଫଙ୍କୁ କହିଛନ୍ତି ଗୌରୀ।

Advertisment

ଜେଲରେ ପୁଅ, ଖାଁ ଖାଁ ବିଳାସମୟ ମନ୍ନତ । ଉଦାସ ମନ ନେଇ ପୁଅର ଫେରିବା ବାଟକୁ ଚାହିଁ ରହିଛି ମାଆ। ଆଲିସାନ୍ ମନ୍ନତକୁ ପୁଅ ଆର୍ୟନର ପାଦ ପଡ଼ିଲେ ଖୁସି ଫେରିବ । ସେବେ ଯାଏ କିନ୍ତୁ ଏହି ସେଲିବ୍ରିଟିଙ୍କ ଘରେ ନୋ ସେଲିବ୍ରେସନ ନୋ ଫେଷ୍ଟିଭାଲ୍। ରୋଷେୟାକୁ ବି ମାଆ ଗୋରୀ ଖାନଙ୍କ କଡ଼ା ଚେତାବନୀ, କିଚେନରେ ଖିରିକୁ ନୋ ଏଣ୍ଟ୍ରି କରାଯାଇଛି। ବେଲରେ ପୁଅ ନ ଫେରିଲା ଯାଏ ପ୍ରସ୍ତୁତ ହେବନି ସ୍ୱାଦିଷ୍ଟ ଖିର୍। ମିଠା ଆଇଟମ୍ ତିଆରି ନ କରିବାକୁ ମଧ୍ୟ ହାଉସ ଷ୍ଟାଫଙ୍କୁ କହିଦେଇଛନ୍ତି ଗୌରୀ। ଖବର ଅନୁସାରେ ଲଞ୍ଚ ବେଳେ ଖିର୍ ପ୍ରସ୍ତୁତ କରିଥିଲେ ରୋଷେୟା । ଡାଇନିଙ୍ଗ୍ ଟେବୁଲରେ ଖିର୍ ଦେଖି ଚିହିଁକି ଉଠିଲେ ମାଆ ଗୌରୀ, ଏମିତି ପୁନର୍ବାର ନ କରିବାକୁ ସିଧା ସିଧା ଷ୍ଟାଫଙ୍କୁ ଶୁଣାଇବି ଦେଲେ। ମୁମ୍ବାଇ ଆର୍ଥର ଜେଲରେ ପୁଅ ରହିଥିବା ବେଳେ ଆଜି ଜାମିନ୍ ଆବେଦନର ଶୁଣାଣି ହେବ । ବାପା ଶାହାରୁଖ୍ ଖାନ୍ ଓ ମାଆ ଗୌରୀ ଆଶା ରଖିଛନ୍ତି ଯେ, ଦିଓ୍ୱାଲୀ ପୂର୍ବରୁ ପୁଅ ଫେରିବ।

Advertisment

ଇଦ୍ ଏବଂ ଦିଓ୍ୱାଲୀରେ ଆଲୋକ ମାଳାରେ ଝଲସିଥାଏ ମନ୍ନତ। ଅତିଥୀଙ୍କ ଗହଳରେ ପୁରିଲା ପୁରିଲା ଲାଗିଥାଏ ଷ୍ଟାର୍ ଭିଲ୍ଲା। ଏବେ କିନ୍ତୁ ଉତ୍ସବ ପାଇଁ ଉତ୍ସାହ ନାହିଁ। ଅକ୍ଟୋବର ୩ ତାରିଖ ପରଠାରୁ ମନ୍ନତରେ ସତେ ଯେମିତି ଖୁସି ଗାଏବ ହୋଇଯାଇଛି । ଷ୍ଟାରକିଡଙ୍କ ଗିରଫ ପରଠାରୁ ଅନେକ ସେଲିବ୍ରିଟ୍ ସାନ୍ତ୍ୱନା ପାଇଁ ଆସିଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ ସମସ୍ତଙ୍କ ପାଇଁ କବାଟ ବନ୍ଦ ରହିଥିଲା। ମାନସିକ ଅଶାନ୍ତି ମଧ୍ୟରେ ଉଭୟ ଶାହାରୁଖ ଏବଂ ଗୌରୀ ପୁଅକୁ ବେଲ୍ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା ଜାରି ରଖିଛନ୍ତି।

ଡ୍ରଗ୍ସ ଲିଙ୍କ୍ ମାମଲାରେ ପୁଅ ଆର୍ୟନ ଗିରଫ ହେବା ପରଠାରୁ ମାଆ ଗୌରୀ ଭାଙ୍ଗିପଡ଼ିଛନ୍ତି। ବନ୍ଧୁ ବାନ୍ଧବ, ସମ୍ପର୍କୀୟ, ସହକର୍ମୀ ଓ ପ୍ରଶଂସକ ଗୌରୀ-ଶାହାରୁଖଙ୍କ ଏହି ଭାରି ସମୟରେ ଛିଡ଼ା ହୋଇଛନ୍ତି । ପୁଅ ପାଇଁ ପ୍ରାର୍ଥନା କରିବାକୁ ବି ନେହୁରା ହୋଇଥିଲେ ଗୌରୀ। ଅକ୍ଟୋବର ୨ ତାରିଖରେ ମୁମ୍ବାଇ ଉପକୁଳରେ ଏକ ବିଳାସମୟ କ୍ରୁଜରେ ପାର୍ଟି ବେଳେ ଡ୍ରଗ୍ସର ବ୍ୟବହାର ଅଭିଯୋଗରେ ଗିରଫ ହୋଇଛନ୍ତି ଆର୍ୟନ। ଆର୍ୟନ ଖାନଙ୍କ ଡ୍ରଗ୍ସ ଲିଙ୍କ ନେଇ ଏବେ ବି ନାର୍କୋଟିକ୍ କଣ୍ଟ୍ରୋଲ୍ସ ବ୍ୟୁରୋ ବା ଏନସିବିର ତଦନ୍ତ ଜାରି ରହିଛି। ଗତ ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟରେ ଜାମିନ ଆବେଦନର ଶୁଣାଣି ହୋଇଥିଲା । କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଆର୍ୟନଙ୍କୁ ବେଲ୍ ମିଳିବା ନା ନାହିଁ ସେ ନେଇ ରାୟ ଶୁଣାଇବେ ନ୍ୟାୟାଳୟ ।

Advertisment
NCB SRK Son Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ