Advertisment

ଗତି ଶକ୍ତି ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ : ୧୦୦ ଲକ୍ଷ କୋଟିର ବଜେଟ, ଯୁବ ପୀଢ଼ିଙ୍କୁ ମିଳିବ ନିଯୁକ୍ତି

କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସଜାଡିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଏକ ମଲ୍ଟି ମୋଡାଲ ମାଷ୍ଟର ପ୍ଲାନ ଯୋଜନା ଏଥିରେ ଭିତ୍ତିଭୂମି ନିର୍ମାଣ ପାଇଁ ସରକାରଙ୍କ ବିଭିନ୍ନ ବିଭାଗକୁ ନେଇ ଏକ ସାମଗ୍ରିକ ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ

ଅଦ୍ୟତନ ହୋଇଛି
Prime Minister Narendra Modi

Prime Minister Narendra Modi

Advertisment

ନୂଆଦିଲ୍ଲୀ : କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସଜାଡିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଏକ ମଲ୍ଟି ମୋଡାଲ ମାଷ୍ଟର ପ୍ଲାନ ଯୋଜନା ଏଥିରେ ଭିତ୍ତିଭୂମି ନିର୍ମାଣ ପାଇଁ ସରକାରଙ୍କ ବିଭିନ୍ନ ବିଭାଗକୁ ନେଇ ଏକ ସାମଗ୍ରିକ ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ । ଏହା ଅଧୀନରେ ଦେଶର ବିଭିନ୍ନ ସରକାରୀ ବିଭାଗର ମିଶ୍ରଣରେ ଏକ ନେଟୱର୍କିଂ ପ୍ଲାନିଂ ଗ୍ରୁପ ପ୍ରସ୍ତୁତ କରାଯିବ ।

Advertisment

ଏହି ଯୋଜନା ଦେଶର ମାଷ୍ଟରପ୍ଲାନ ଏବଂ ଭିତ୍ତିଭୂମିର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନା ଦେଶରେ ନିଯୁକ୍ତି ସୁଯୋଗରେ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହୋଇପାରିବ । ୭୫ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଗତି ଶକ୍ତି ଯୋଜନାର ଘୋଷଣା କରିଥିଲେ ।

Gati Shakti Master Plan

  • ଆଗାମୀ ୪-୫ ବର୍ଷ ମଧ୍ୟରେ ଦେଶରେ ୨୦୦ରୁ ଅଧିକ ନୂତନ ବିମାନବନ୍ଦର, ହେଲିପ୍ୟାଡ ଏବଂ ୱାଟର ଏରୋଡ୍ରୋମ ଫିଲ୍ଡ ନିର୍ମାଣ ହେବାକୁ ଯାଉଛି । ଦେଶର କୃଷକ ଏବଂ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ପାଇଁ କାମ ଚାଲିଛି ।
Advertisment
  • ଗତିଶକ୍ତି ଯୋଜନା ମାଧ୍ୟମରେ ଦେଶରେ UDAN ଅଧୀନରେ ଆଞ୍ଚଳିକ ସଂଯୋଗ ତ୍ୱରାନ୍ୱିତ ହେବ । ୨୦୨୪-୨୫ ସୁଦ୍ଧା ବିମାନବନ୍ଦର / ହେଲିପୋର୍ଟ / ୱାଟର ଏରୋଡ୍ରୋମ ସଂଖ୍ୟା ୨୨୦କୁ ବୃଦ୍ଧି ପାଇବ। ଏଥିରେ ୧୦୯ଟି ନୂତନ ବିମାନବନ୍ଦର ରହିବ । ଆଉ ଏହା ଅଧୀନରେ ଦେଶରେ ୫୧ ଟି ଏୟାରଷ୍ଟ୍ରିପ୍, ୧୮ ଟି ନୂତନ ପ୍ରକଳ୍ପ, ୧୨ ଟି ୱାଟର ଏରୋଡ୍ରୋମ ଏବଂ ୨୮ ଟି ହେଲିପୋର୍ଟର ବିକାଶ କାର୍ଯ୍ୟ ସାମିଲ ରହିଛି ।
  • ଦେଶରେ ଚାଲୁଥିବା କାମର ଗତି ବର୍ତ୍ତମାନ ଭାରତର ନୂତନ ପରିଚୟରେ ସୃଷ୍ଟି କରୁଛି । ସେହିପରି ୧ ହଜାର କିଲୋମିଟର ଲମ୍ବର ନୂତନ ମେଟ୍ରୋ ମାର୍ଗରେ କାମ ଚାଲିଛି । ଆକାଂକ୍ଷା ବୃଦ୍ଧି ପାଇଛି, ତୀବ୍ର ବେଗରେ କାମ ହେଉଛି ।
Advertisment
  • ଗତ ୭୦ ବର୍ଷ ତୁଳନାରେ ଭାରତ ତୀବ୍ର ବେଗରେ କାମ କରୁଛି । ପ୍ରଥମ ନାଚୁରାଲ ଗ୍ୟାସ୍ ପାଇପ୍ ଲାଇନ୍ ୧୯୮୭ରେ କାର୍ଯ୍ୟକ୍ଷମ ହୋଇଥିଲା । ଆଉ ତା’ପରେ ୨୦୧୪ ପର୍ଯ୍ୟନ୍ତ ଦେଶରେ ୨୭ ବର୍ଷରେ ୧୫ ହଜାର କିଲୋମିଟର ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ କରାଯାଇଥିଲା । ଆଜି ସାରା ଦେଶରେ ୧୬,୦୦୦ କିଲୋମିଟରରୁ ଅଧିକ ଗ୍ୟାସ ପାଇପଲାଇନରେ କାମ ଚାଲିଛି । ୨୭ ବର୍ଷରେ ଯେଉଁ କାମ ହୋଇଥିଲା, ଅଧା ସମସୀମା ମଧ୍ୟରେ ଏହି କାମ ହୋଇଛି ।
  • ସେହିଭଳି ଏହି ଯୋଜନା ଅନୁସାରେ ୨୦୨୪-୨୫ ସୁଦ୍ଧା NHAI ଦ୍ୱାରା ପରିଚାଳିତ ଜାତୀୟ ରାଜପଥକୁ ୨ ଲକ୍ଷ କିଲୋମିଟର ଲମ୍ବକୁ ବୃଦ୍ଧି କରାଯିବ । ୨୦୧୪ ମସିହାରେ ଏହା ମାତ୍ର ୯୧,୦୦୦ କିଲୋମିଟର ଥିଲା ଏବଂ ଚଳିତ ନଭେମ୍ବର ଶେଷ ସୁଦ୍ଧା ଅର୍ଥାତ୍ ଏହା ୧.୩ ଲକ୍ଷ କିଲୋମିଟରରେ ପହଞ୍ଚିଯିବ ।
  • ପୂର୍ବରୁ ପୋର୍ଟ ଥିଲେ ସୁଦ୍ଧା ସଂଯୋଗ କରୁଥିବା କୌଣସି ରେଳ-ସଡ଼କ ମାର୍ଗ ନଥିଲା । ଫଳରେ ରପ୍ତାନି ଓ ଲଜିଷ୍ଟିକ୍ ମୂଲ୍ୟ ବୃଦ୍ଧି ହେଉଥିଲା । ଏହା ଆତ୍ମନିର୍ଭରଶୀଳ ଭାରତ ନିର୍ମାଣରେ ଏକ ପ୍ରତିବନ୍ଧକ । ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ଲଜିଷ୍ଟିକ୍ ମୂଲ୍ୟ ଜିଡିପିର ପ୍ରାୟ ୧୩ ପ୍ରତିଶତ ଅଟେ । ଦୁନିଆର ବଡ ବଡ଼ ଦେଶରେ ଏପରି ପରିସ୍ଥିତି ନାହିଁ ।
  • ଆଜି ଏକବିଂଶ ଶତାବ୍ଦୀର ଭାରତ ସରକାରୀ ବ୍ୟବସ୍ଥାର ପୁରୁଣା ଚିନ୍ତାଧାରାକୁ ଛାଡି ଆଗକୁ ବଢ଼ୁଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରିବା ପାଇଁ କେବଳ ୱର୍କ କଲଚର୍ ବିକଶିତ ହୋଇନାହିଁ, କିନ୍ତୁ ପ୍ରକଳ୍ପଗୁଡ଼ିକୁ ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରାଯାଉଛି ।
Gati Shakti Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ