Advertisment

ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଶତାଧିକ ଅସୁସ୍ଥ, ୫୦ରୁ ଅଧିକ ମହିଳା ହସ୍ପିଟାଲ୍‌ରେ ଭର୍ତ୍ତି

ବିଶାଖାପାଟଣା ନିକଟରେ ଥିବା ଏକ ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଶତାଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ୟାସ୍‌ ଲିକ୍‌ ଯୋଗୁ ଏଠାରେ କାମ କରୁଥିବା କର୍ମଚାରୀଙ୍କ ଆଖି ପୋଡ଼ିବା ସହିତ ବାନ୍ତି ହୋଇଥିଲା।

ଅଦ୍ୟତନ ହୋଇଛି
Gas Leak In Industrial Area Near Visakhapatnam

Gas Leak In Industrial Area Near Visakhapatnam

Advertisment

ବିଶାଖାପାଟଣା ନିକଟରେ ଥିବା ଏକ ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଶତାଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବିଶାଖାପାଟଣା ନିକଟ ଅଚ୍ୟୁତାପୁରମ୍‌ ଠାରେ ଥିବା ବ୍ରାଣ୍ଡିକ୍ସ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଶିଳ୍ପାଞ୍ଚଳରେ ଥିବା ଏକ ପୋଷାକ ଉତ୍ପାଦନ କମ୍ପାନୀରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି।   

Advertisment

ଗ୍ୟାସ୍‌ ଲିକ୍‌ ଯୋଗୁ ଏଠାରେ କାମ କରୁଥିବା କର୍ମଚାରୀଙ୍କ ଆଖି ପୋଡ଼ିବା ସହିତ ବାନ୍ତି ହୋଇଥିଲା। ଏହାପରେ ଶତାଧିକ କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ ଓ ଗୁରୁତର ଥିବା ୫୦ ଜଣ କର୍ମଚାରୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 

ପୋଲିସ୍‌ ସୂଚନା ଅନୁସାରେ, ଏହି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଶିଳ୍ପାଞ୍ଚଳରେ ଏକ ପୋଷାକ କାରଖାନା, ପୋରସ୍‌ ଲାବ୍ରୋଟୋରୀ, ପିଭି ଲିମିଟେଡ୍ ସମେତ ୩ଟି କମ୍ପାନୀ ରହିଛି। ତେବେ ଲାବ୍ରୋଟୋରୀରୁ ଏହି ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ,  ଗତ ୨ ମାସରେ ଏହା ଦ୍ୱିତୀୟ ଗ୍ୟାସ୍‌ ଲିକ୍‌ ଘଟଣା। ଗ୍ୟାସ୍‌ ଲିକ୍‌ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  

Advertisment

ସୂଚନାଥାଉ କି, ଗତ ଜୁନ୍‌ ୩ ତାରିଖରେ ଏଠାରେ ଗ୍ୟାସ୍‌ ଲିକ୍‌ ହୋଇ୨୦୦ରୁ ଅଧିକ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। ଏଠାରେ ଥିବା ପୋରସ୍‌ ଲାବ୍ରୋଟୋରୀରୁ ଆମୋନିଆ ଲିକ୍‌ ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଇଥିଲା। 

Advertisment
Gas Leak Gas Leak In Visakhapatnam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ