Advertisment

ସିଦ୍ଧୁ ମୁସେଓ୍ୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ, କହିଲା ପୋଲିସ

ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ କରାଯାଇଥିଲା ଷଡ଼ଯନ୍ତ୍ର।

ଅଦ୍ୟତନ ହୋଇଛି
Sidhu Moose Wala

Sidhu Moose Wala

Advertisment

ପଂଜାବୀ ସିଙ୍ଗର୍ କଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ  ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ତାର ଇଙ୍ଗିତ ଓ ଷଡ଼ୟନ୍ତ୍ରରେ ହିଁ ସିଦ୍ଧୁଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ଦିଲ୍ଲୀ ପୋଲିସ। ଲରେନ୍ସ ଏବେ ତିହାର ଜେଲ୍‌ରେ ଅଛି। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଘନ ଘନ ଜେରା କରାଯିବା ପରେ ଲରେନ୍ସ କହିଛି ଯେ, ତାର ଗ୍ୟାଙ୍ଗ ସିଦ୍ଧୁଙ୍କୁ ହତ୍ୟା କରିଛି। କିନ୍ତୁ ସେ ନିଜେ ଏଥିରେ ସିଧାସଳଖ ସଂପୃକ୍ତ ନୁହେଁ।

Advertisment

ବଲିଉଡ ଷ୍ଟାର ସଲମାନ ଖାନ୍ ଓ ତାଙ୍କ ବାପା ସଲିମ ଖାନଙ୍କୁ ଧମକ ପଛରେ ତାର ହାତ ନଥିବା ମଧ୍ୟ କହିଛି ଲରେନ୍ସ। ଗତ ମେ ୨୯ ତାରିଖରେ ସିଦ୍ଧୁ ମୁସେଓ୍ୱାଲାଙ୍କୁ ଆଖିବୁଜା ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଦେହରେ ବାଜିଥିଲା ୧୯ଟି ଗୁଳି। କାନାଡ଼ାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ ତାର ଫେସବୁକ୍ ପୋଷ୍ଟରେ ମାନିଥିଲା ଯେ, ସିଦ୍ଧୁଙ୍କ ହତ୍ୟା ପଛରେ ତାର ହାତ ଅଛି।

ଅକାଳି ଦଳର ନେତା ଭିକି ମିଦ୍ଦୁଖେରାଙ୍କ ହତ୍ୟାର ପ୍ରତିଶୋଧ ନିଆଯାଇଥିବା ସଫେଇ ଦେଇଛି ଏହି ଗ୍ୟାଙ୍ଗଷ୍ଟର। ଭିକିଙ୍କ ହତ୍ୟାକାରୀଙ୍କୁ ସିଦ୍ଧୁ ସମର୍ଥନ କରିଥିବାରୁ ଏହି ପ୍ରତିଶୋଧ ନିଆଯାଇଥିବା କହିଥିଲା ଗୋଲ୍ଡି। ଦିଲ୍ଲୀ ପୋଲିସ କହିଛି, ଖୁବଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ।

Advertisment
Punjab Singer Sidhu Moosewala Punjab Singer Murder Sidhu Moosewala Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ