Advertisment

ଚର୍ଚ୍ଚାରେ ବାଇଡେନଙ୍କ 'ଦ ବିଷ୍ଟ୍', ୧୦ କୋଟି ଦାମ୍‌ର ଏହି କାର୍‌କୁ କୌଣସି ବୋମା ବି କ୍ଷତି ପହଞ୍ଚାଇ ପାରିବନି...

ଆମେରିକା ରାଷ୍ଟ୍ରପତିଙ୍କ ବହୁ ଚର୍ଚ୍ଚିତ ଅତି ସୁରକ୍ଷିତ ଏବଂ ଅତ୍ୟାଧୁନିକ କାର୍ 'ଦ ବିଷ୍ଟ୍' । ଏହି ଆକର୍ଷଣୀୟ ଗାଡ଼ି, ଯାହାର ଦାମ୍ ୧୦ କୋଟି ଟଙ୍କା। ଟ୍ରକ୍‌ର ଚେଚିସ୍‌ରେ ନିର୍ମିତ ୭ ଟନ୍ ଓଜନର ଏହି ଗାଡ଼ିକୁ କୌଣସି ବି ବୋମା କ୍ଷତି ପହଞ୍ଚାଇ ପାରିବନାହିଁ।

ଅଦ୍ୟତନ ହୋଇଛି
US President Joe Biden Leaves For India To Attend G20 Summit

World Safest Car The Beast That US President Joe Biden Will Be Using In New Delhi

Advertisment

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀକୁ ଆସୁଛନ୍ତି ବହୁ ସଂଖ୍ୟକ ବିଶ୍ୱନେତା। ତେବେ ସମସ୍ତଙ୍କ ଫୋକସ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ। ବାଇଡେନଙ୍କ ପୂର୍ବରୁ ଦିଲ୍ଲୀରେ ପହଞ୍ଚି ସାରିଛି ତାଙ୍କର ବାହାନ। ଆମେରିକା ରାଷ୍ଟ୍ରପତିଙ୍କ ବହୁ ଚର୍ଚ୍ଚିତ ଅତି ସୁରକ୍ଷିତ ଏବଂ ଅତ୍ୟାଧୁନିକ କାର୍ 'ଦ ବିଷ୍ଟ୍' । ସେପଟେ ବାଇଡେନଙ୍କ ସୁରକ୍ଷା ପାଇଁ ଉଭୟ ଭାରତ ଓ ଆମେରିକା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। 

Advertisment

'ଦ ବିଷ୍ଟ୍ ' ର ବିଶେଷତ୍ୱ...

  • 'ଦ ବିଷ୍ଟ୍ ' ଏହି ଆକର୍ଷଣୀୟ ଗାଡ଼ି, ଯାହାର ଦାମ୍ ୧୦ କୋଟି ଟଙ୍କା। ଟ୍ରକ୍‌ର ଚେଚିସ୍‌ରେ ନିର୍ମିତ ୭ ଟନ୍ ଓଜନର ଏହି ଗାଡ଼ିକୁ କୌଣସି ବି ବୋମା କ୍ଷତି ପହଞ୍ଚାଇ ପାରିବନାହିଁ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯା’ଆସ କରନ୍ତି। ଆଉ ଜି-୨୦ ସମ୍ମିଳନୀ ଲାଗି ବାଇଡେନ୍ ଭାରତ ଆସୁଥିବା ବେଳେ ତାଙ୍କ ଗସ୍ତ ପୂର୍ବରୁ ଏହି ଗାଡ଼ି ଦିଲ୍ଲୀ ପହଞ୍ଚି ସାରିଛି।
  • ଆମେରିକା ବାୟୁସେନାର ଗ୍ଲୋବ୍‌ ମାଷ୍ଟର ଏୟାରକ୍ରାଫ୍ଟ ଯୋଗେ ଏହି କାର୍ ଦିଲ୍ଲୀ ପହଞ୍ଚି ସାରିଛି। ଖାସ୍ ବାଇଡେନଙ୍କ ସୁରକ୍ଷା ଲାଗି ଆମେରିକା ପ୍ରଶାସନ ପକ୍ଷରୁ ଏହି ଗାଡ଼ିକୁ ନୂଆଦିଲ୍ଲୀ ଅଣାଯାଇଛି। ଏହି କାର୍‌ରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା ରହିଛି। ଷ୍ଟିଲ୍, ଆଲୁମିନିୟମ, ସିରେମିକ ଟାଇଟେନିୟମରେ ଏହି କାର୍ ନିର୍ମିତ। ଏହା ସମ୍ପୂର୍ଣ୍ଣ ବୁଲେଟପ୍ରୁଫ୍ ହୋଇଥିବା ବେଳେ କେମିକାଲ, ବାୟୋଲୋଜିକାଲ୍ ଏବଂ ନ୍ୟୁକ୍ଲିୟର ଆଟାକ୍ ଠାରୁ ଏହା ବର୍ତ୍ତିବାର କ୍ଷମତା ରଖିଛି।
  • 'ଦ ବିଷ୍ଟ୍ ' ନିଜେ ୧୨୦ ଭୋଲ୍ଟର କରେଣ୍ଟ ରିଲିଜ୍ କରିଥାଏ। ଏହି କାରରେ ରାଷ୍ଟ୍ରପତିଙ୍କ ବ୍ୟତୀତ ଅନ୍ୟ ୬ ଜଣ ବସିଥାନ୍ତି। ଯଦି କାର୍‌ ଚାଲିଲା ବେଳେ ଏହାର ଟାୟାର ମଧ୍ୟ ଫାଟିଯାଏ ‌ଏହାପରେ ବି କାର୍‌ର ଗତି ଏବଂ କ୍ଷମତା ଉପରେ କୌଣସି ପ୍ରଭାବ ପଡ଼ିନଥାଏ। ଏହା ସେହି ଅବସ୍ଥାରେ ୫୦ କିଲୋମିଟର ଯାଇପାରିବ। କାର୍‌ରେ ଲୁହବୁହା ଗ୍ୟାସ ସହ ଗ୍ରେନେଡ୍ ଆକ୍ରମଣର ବ୍ୟବସ୍ଥା ବି ରହିଛି।
  • ସାମ୍ନାରେ ଥିବା କୌଣସି ବି ଲକ୍ଷ୍ୟକୁ ଏହି କାର୍‌ ୧ ସେକେଣ୍ଡରେ ହିଁ ଧ୍ୱଂସ କରିବାର କ୍ଷମତା ରଖିଛି। କୌଣସି ପରିସ୍ଥିତିରେ କାର୍‌ ଉପରେ ଆକ୍ରମଣ ହେଲେ ଜରୁରୀକାଳୀନ ସ୍ଥିତି ଲାଗି ଏହି କାର୍‌ ଚକରେ ଅମ୍ଳଜାନ ସଂରକ୍ଷଣର ବ୍ୟବସ୍ଥା ବି ରହିଛି। ଏଥିରେ ଆମେରିକା ରାଷ୍ଟ୍ରପତିଙ୍କ ବ୍ଲଡ୍ ଗ୍ରୁପ୍‌ ମ୍ୟାଚ୍ ହେଲା ବଳି ରକ୍ତ ଥଳି ମଧ୍ୟ ରହିଥାଏ ।
Advertisment

ବାଇଡେନ୍‌ଙ୍କ ପାଇଁ କଡ଼ା ସୁରକ୍ଷା...

ସେପଟେ ବାଇଡେନଙ୍କ ସୁରକ୍ଷାରେ ଭାରତୀୟ ଏଜେନ୍ସିଙ୍କ ସହ ଆମେରିକାର ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ମଧ୍ୟ ମୁତୟନ ରହିବେ। ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟର ପ୍ରାୟ ୩ ଶହ କମାଣ୍ଡୋ ବାଇଡେନଙ୍କ ସୁରକ୍ଷାରେ ନିୟୋଜିତ ରହିବେ। ବାଇଡେନଙ୍କ ଗସ୍ତ ପୂର୍ବରୁ ଆକାଶମାର୍ଗ ହେଉ କି ସ୍ଥଳପଥ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏୟାରଫୋର୍ସ ୱାନ୍ ଏୟାରକ୍ରାଫ୍ଟରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

୪ ହଜାର ବର୍ଗଫୁଟ ଏବଂ ତିନି ମହଲା ବିଶିଷ୍ଟ ହେଉଛି ଏୟାରକ୍ରାଫ୍ଟ ଏୟାରଫୋର୍ସ ୱାନ୍। ଏୟାରଫୋର୍ସ ୱାନ୍ ୭୪୭-୨୦୦ ସିରିଜର ଏୟାରକ୍ରାଫ୍ଟ । ଏଥିରେ ସର୍ବଦା ସେନ୍‌ସର୍‌ ଆକ୍ଟିଭ୍ ରହିଥାଏ। ଏହା ଏଭଳି ବିମାନ ଏହାକୁ ଭେଦ କରିବା ଅସମ୍ଭବ ଅଟେ। କୌଣସି ପରିସ୍ଥିତିରେ ଯଦି ବିମାନ ଉପରେ ଆକ୍ରମଣ ହୁଏ, ତେବେ ଇଲେକ୍ଟ୍ରୋମାଗନେଟିକ୍ ପଲ୍ସ ଦ୍ୱାରା ଏହା ତାକୁ ବିଫଳ କରିବାର କ୍ଷମତା ରଖିଛି।

Advertisment

ଏୟାରଫୋର୍ସ ୱାନ୍‌ର ନିଜର ସୁରକ୍ଷିତ ଯୋଗାଯୋଗ ବ୍ୟବସ୍ଥା ରହିଛି। ଏଥିରେ ଆକାଶମାର୍ଗରେ ହିଁ ଇନ୍ଧନ ଭରିବାର କ୍ଷମତା ରହିଛି। ଏହା ଭିତରେ ମୋବାଇଲ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଥିବାବେଳେ କୌଣସି ବି ଆକ୍ରମଣ ବେଳେ ଏହା ଆକ୍ଟିଭ୍ ହୋଇଯାଇଥାଏ। ଏୟାରଫୋର୍ସ ୱାନ୍ ଭିତରେ କନଫରେନ୍ସ ରୁମ୍ ସହ ମେଡିକାଲ ସୁବିଧା ଏବଂ ଶହେରୁ ଦେଢ଼ ଶହ ଲୋକଙ୍କ ବସିବାର କ୍ଷମତା ରହିଛି। ଏହି ବିମାନରେ ରାଷ୍ଟ୍ରପତିଙ୍କ ସହ ବରିଷ୍ଠ ପରାମର୍ଶଦାତା ଏବଂ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଟିମ୍ ସାଥିରେ ଥାନ୍ତି।

କେଉଁଠି ରହିବେ ଆମେରିକା ରାଷ୍ଟ୍ରପତି ? 

ଦିଲ୍ଲୀରେ ଆଇଟିସି ମୋର୍ଯ୍ୟ ପ୍ରେସିଡେନ୍ସିଆଲ୍ ସୁଇଟରେ ରହିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଏଥିଲାଗି ହୋଟେଲର ୪ ଶହ ରୁମ୍ ଆଗୁଆ ବୁକ୍ ହେବା ସହିତ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ସବୁ ମହଲାରେ ମୁତୟନ ରହିବେ ଆମେରିକୀୟ ସିକ୍ରେଟ ସର୍ଭିସ୍ ଏଜେଣ୍ଟ । ବାଇଡେନଙ୍କ ରହଣୀ ବେଳେ ଏହି ହୋଟେଲର ସଂପୂର୍ଣ୍ଣ ମ୍ୟାପ୍ ସୁରକ୍ଷା ଏଜେନ୍ସିଙ୍କ ପାଖରେ ରହିବ।

ସୂଚନା ଅନୁସାରେ, ବାଇଡେନଙ୍କ ସହ ହଜାରେରୁ ଅଧିକ ସିକ୍ୟୁରିଟି ଅଫିସିଆଲ ଆମେରିକାରୁ ଆସୁଛନ୍ତି। ଏଥିଲାଗି ଦିଲ୍ଲୀ ପୋଲିସ, ସିଆରପିଏଫ ଏବଂ ଭିଆଇପି ସିକ୍ୟୁରିଟି କଭର ଏମାନଙ୍କ ଚାରିପଟେ ରହିବ। ଅନ୍ୟପକ୍ଷେ, ଦିଲ୍ଲୀ ରାଜରାସ୍ତାରେ ଯିବାକୁଥିବା କାରକେଡ୍ ମଧ୍ୟରୁ ବାଇଡେନଙ୍କ କାରକେଡ୍ ସବୁଠୁ ଲମ୍ବା ହେବ ବୋଲି କୁହାଯାଉଛି।

ଜି-୨୦ ଆୟୋଜନ ସ୍ଥଳ ନୂଆଦିଲ୍ଲୀର ପ୍ରଗତି ମଇଦାନକୁ ପ୍ରତି ଦେଶର ମୁଖ୍ୟଙ୍କ ସହ ଏକକାଳୀନ ୧୦ରୁ ୧୫ଟି ଗାଡ଼ି ଯିବାକୁ ଥିବାବେଳେ ବାଇଡେନଙ୍କ କାରକେଡରେ ୨୫ରୁ ୫୦ଟି ଗାଡ଼ି ସାମିଲ ହୋଇପାରେ ବୋଲି କୁହାଯାଉଛି।

Joe Biden G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ