Advertisment

ଭାରତ ମଣ୍ଡପମ୍‌ରେ କୋଣାର୍କ ଚକ୍ର, ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ

ସ୍ୱାଗତ ବେଳେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ମୋଦି ବୁଝାଇଲେ କୋଣାର୍କ ଚକ୍ରର ମହତ୍ୱ...ଜି ଟ୍ୱେଣ୍ଟି ବୈଠକରେ ମୁଖ୍ୟ ଆକର୍ଷଣ ସାଜିଛି ଉତ୍କଳୀୟ କଳାର ଉତ୍କର୍ଷ...

ଅଦ୍ୟତନ ହୋଇଛି
G20 Summit 2023

G20 Summit 2023

Advertisment

ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଛି ଓଡ଼ିଶାର କୋଣାର୍କ ଚକ୍ର। ଯାହା ଆଗରେ ରାଷ୍ଟ୍ର ମୁଖ୍ୟମାନଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଷ୍ଟ୍ରର ମୁଖ୍ୟ, ଯୋଗଦେଇଥିବା ସମସ୍ତ ପ୍ରତିନିଧିଙ୍କୁ ଏହି କୋଣାର୍କ ଚକ ଆଗରେ ସ୍ୱାଗତ କରାଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏହି ଚକ ଦେଖାଇ ପ୍ରଧାନମନ୍ତ୍ରୀ ମୋଦି ଏହାର ବୈଶିଷ୍ଠତା ସମ୍ପର୍କରେ ଅବଗତ କରାଇଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ମୋଦି ବେଶ୍ କିଛି ସମୟ ଯାଏଁ ଆମେରିକା ରାଷ୍ଟ୍ରପତିଙ୍କୁ ଗୋଟି ଗୋଟି କରି ସବୁ କିଛି ବୁଝାଇଥିଲେ । କୋଣାର୍କ ଚକ୍ରର ସ୍ଥିତି ଓ ମହତ୍ତ୍ୱ ବିଷୟରେ କହିଥିଲେ । ...୧୩ ଶହ ଶତାଦ୍ଦୀରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ ଏହି ଚକରେ ରହିଛି ୨୪ଟି ଅଖ ।...ଯାହା ସମୟ ଓ ବିକାଶର ଧାରାକୁ ଦର୍ଶାଉଛି । ଗଣତନ୍ତ୍ରରେ ଏକତା ଓ ଦିଶାର ପରିବର୍ତ୍ତନ ଧାରାକୁ ଦର୍ଶାଇବାକୁ ଏହା G20ରେ ସ୍ଥାନ ଦିଆଯାଇଛି । ଏବେ କୋଣାର୍କ ଚକ G20ର ମୁଖ୍ୟ ଆକର୍ଷଣ ସାଜିଛି ଉତ୍କଳୀୟ କଳାର ଉତ୍କର୍ଷ... ।

ଆଜି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି ୨୦ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି ବୈଠକ। ବିଶ୍ୱର ତୁଙ୍ଗନେତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ସଂପ୍ରତି ବିଶ୍ୱାସର ନୂଆ ସଂକଟ ଦେଖାଦେଇଛି । ଏହି ସଙ୍କଟକୁ ଦୂର କରିବାକୁ ସମସ୍ତେ ମିଳିମିଶି କାମ କରିବାକୁ ପଡିବ । ଏକାଠି ହେଲେ ସବୁ ସଂକଟ ଦୂର ହୋଇପାରିବ ।

Advertisment

ଏକବିଂଶ ଶତାଦ୍ଦୀ ବିଶ୍ୱକୁ ନୂଆ ଦିଶା ଦେବାର ସମୟ । ‘ଏବେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ ଉପନୀତ । ସବ୍ କା ସାଥ୍, ସବ୍ କା ବିକାଶ, ସବ୍ କା ପ୍ରୟାସ ପଥପ୍ରଦର୍ଶକର ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ପ୍ରାରମ୍ଭରେ ମରୋକ୍କାରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ। ...

PM Modi Joe Biden US President G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ