Advertisment

G-20 ସମ୍ମିଳନୀ: କାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା...

G-20 ଶିଖର ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆସନ୍ତାକାଲି ସେ ଭାରତ ଆସିବେ ବୋଲି ହ୍ୱାଇଟ୍ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅଦ୍ୟତନ ହୋଇଛି
G20 Summit 2023 Live Updates

US President Joe Biden To Visit India

Advertisment

G-20 ଶିଖର ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆସନ୍ତାକାଲି ସେ ଭାରତ ଆସିବେ ବୋଲି ହ୍ୱାଇଟ୍ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବାଇଡେନ୍‌ଙ୍କ ପତ୍ନୀ ଜିଲ୍ ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିଯୋଗୁ ବାଇଡେନ୍‌ଙ୍କ ଗସ୍ତ ନେଇ ଅନିଶ୍ଚିତତା ଦେଖାଦେଇଥିଲା। କିନ୍ତୁ ଦୁଇ ଥର କୋଭିଡ୍ ଟେଷ୍ଟ କରାଯିବା ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା।

Advertisment

ଭାରତ ଗସ୍ତ ସମୟରେ ବାଇଡେନ୍ ଜି-୨୦ ସମ୍ମିଳନୀରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶୁକ୍ରବାର ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଅନ୍ୟପକ୍ଷରେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏହି ବୈଠକରେ ଯୋଗ ଦେଉ ନାହାନ୍ତି।

ଅଧିକ ପଢ଼ନ୍ତୁ: G-20 ସମ୍ମିଳନୀ: ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ

ସେପଟେ G-20 ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତୀୟ ସେନାବାହିନୀ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛଇ। ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍‌, ସ୍ନିଫର ଡଗ୍‌, କାଉଣ୍ଟର ଡ୍ରୋନ ମୁତୟନ ହୋଇଛି। ଏହାସହ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ସ ମଧ୍ୟ ଜାରି ହୋଇଛି।

Advertisment

G-20କୁ ୧୯ଟି ଦେଶର ରାଷ୍ଟ୍ରମୁଖ୍ୟ ଆସୁଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପ୍ଟେମ୍ବର ୯, ୧୦ ସମ୍ମିଳନୀ ପାଇଁ ରାଷ୍ଟ୍ରମୁଖ୍ୟ ଆଗୁଆ ଆସିବେ। 

G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ