Advertisment

ଆଜିଠୁ ବିଶ୍ୱମଞ୍ଚରେ ହେବ ମାନସ ମନ୍ଥନ, ଅତିଥିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ହୋଷ୍ଟ କରିବେ ମୋଦି...

ପ୍ରଥମ ଥର ଲାଗି ଭାରତ ଅଧ୍ୟକ୍ଷତାରେ G-20 ଶିଖର ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ଆଜିଠୁ ବିଶ୍ୱମଞ୍ଚରେ ହେବ ମାନସ ମନ୍ଥନ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ବିଶ୍ୱର ବଡ଼ ବଡ଼ ନେତା ଏକାଠି ହେବେ।

ଅଦ୍ୟତନ ହୋଇଛି
G20 Summit 2023 kicks off at Bharat Mandapam today

G20 Summit 2023 kicks off at Bharat Mandapam today

Advertisment

ରାଜଧାନୀ ଦିଲ୍ଲୀରେ ଏକାଠି ହୋଇଛନ୍ତି ବିଶ୍ୱନେତା। ପ୍ରଥମ ଥର ଲାଗି ଭାରତ ଅଧ୍ୟକ୍ଷତାରେ G-20 ଶିଖର ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ଆଜିଠୁ ବିଶ୍ୱମଞ୍ଚରେ ହେବ ମାନସ ମନ୍ଥନ। ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ରାଷ୍ଟ୍ରମୁଖ୍ୟମାନେ ଆସି ନୂଆଦିଲ୍ଲୀରେ ପହଞ୍ଚି ସାରିଥିବା ବେଳେ ଆଜି ବିଶ୍ୱ ମଞ୍ଚରେ ବିଭିନ୍ନ ପ୍ରସଙ୍ଗରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ।

Advertisment

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ବିଶ୍ୱର ବଡ଼ ବଡ଼ ନେତା ଏକାଠି ହୋଇଛନ୍ତି। ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି। ପର୍ଯ୍ୟାୟକ୍ରମେ ଆଜି ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ରହିଛି।

ସକାଳେ ପ୍ରଥମେ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ବିଦେଶୀ ଅତିଥିଙ୍କୁ ସ୍ୱାଗତ ସହ ୱେଲ୍‌କମ୍ ସେରିମନି ହୋଇଥିଲା। ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ ପ୍ରଥମ ଅଧିବେଶନ। ପରେ ବିଦେଶୀ ଅତିଥିଙ୍କ ଲାଗି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ହୋଷ୍ଟ କରିବେ। ଏହାପରେ କିଛି ଖାଲି ସମୟ ରହିବ। ଏହି ସମୟରେ ବିଭିନ୍ନ ଶୀର୍ଷ ନେତାମାନେ ଦ୍ୱିପାକ୍ଷିକ ବୈଠକ କରିପାରିବେ।

Advertisment

ଏହାପରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବ ଏବଂ ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। ପରେ କିଛି ଦ୍ୱିପାକ୍ଷିକ ବୈଠକ ଲାଗି ସମୟ ମିଳିବ। ରାତି ୮ଟାରେ ରାତ୍ରି ଭୋଜନର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ବିଦେଶୀ ଅତିଥିଙ୍କ ଲାଗି ରାତ୍ର ଭୋଜନ ବ୍ୟବସ୍ଥା ରହିଥିବା ବେଳେ ଏଥିରେ ଏକ ମ୍ୟୁଜିକାଲ ପ୍ରୋଗ୍ରାମ ମଧ୍ୟ ରଖାଯାଇଛି। ଭାରତର ବିବିଧତା ପ୍ରଦର୍ଶନ ଲାଗି ଏହି ମ୍ୟୁଜିକାଲ ପ୍ରୋଗ୍ରାମରେ ଅନେକ ବିରଳ ବାଦ୍ୟଯନ୍ତ୍ର ବ୍ୟବହାର କରାଯିବ। ଯୁବ ସଂଗୀତଜ୍ଞ ଏବଂ ଦିବ୍ୟାଙ୍ଗ କଳାକାରମାନେ ଏଥିରେ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।

ଭାରତର ଅଧ୍ୟକ୍ଷତାରେ ପ୍ରଥମ ଥର ଜି-୨୦ ସମ୍ମିଳନୀ ହେଉଥିବା ବେଳେ ଏବର୍ଷର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ୍ ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ।

Advertisment
G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ