Advertisment

ଆସନ୍ତାକାଲି ପଞ୍ଚଭୂତରେ ଲୀନ ହେବ କଲ୍ୟାଣ ସିଂହଙ୍କର ମରଶରୀର

ଆସନ୍ତାକାଲି ହେବ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶେଷକୃତ୍ୟ। ଆଜି ଲକ୍ଷ୍ନୌସ୍ଥିତ ତାଙ୍କ ବାସଭବନରେ ପ୍ରାର୍ଥୀବ ଶରୀର ରଖାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ।

ଆସନ୍ତାକାଲି ପଞ୍ଚଭୂତରେ ଲୀନ ହେବ କଲ୍ୟାଣ ସିଂହଙ୍କର ମରଶରୀର

Kalyan Singh Demise

Advertisment

ଲକ୍ଷ୍ନୌ: ଆସନ୍ତାକାଲି ହେବ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶେଷକୃତ୍ୟ। ଆଜି ଲକ୍ଷ୍ନୌସ୍ଥିତ ତାଙ୍କ ବାସଭବନରେ ପ୍ରାର୍ଥୀବ ଶରୀର ରଖାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଆମେ ଜଣେ ଦକ୍ଷ ନେତାଙ୍କୁ ହରାଇଲୁ। ତାଙ୍କର ଅବର୍ତ୍ତମାନରେ ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାସଭବନରୁ ତାଙ୍କର ପ୍ରାର୍ଥୀବ ଶରୀରକୁ ବିଧାନସଭା ପରିସର ଏବଂ ପରେ ବିଜେପି ପାର୍ଟି ଅଫିସକୁ ନିଆଯିବ ବୋଲି ସୂଚନା ମିଳିଛି।

Advertisment

ପରେ ତାଙ୍କର ମରଶରୀରକୁ ଆଲିଗଡ଼ ନିଆଯିବ। ସେଠାରେ ସାଧାରଣ ଲୋକେ ତାଙ୍କର ଶେଷ ଦର୍ଶନ କରିବେ। ଆସନ୍ତାକାଲି ଗଙ୍ଗା ଘାଟରେ ତାଙ୍କର ଶେଷକୃକ୍ୟ ସଂପନ୍ନ ହେବ। ଉତ୍ତର ପ୍ରଦେଶର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିଲେ କଲ୍ୟାଣ ସିଂହ। କଲ୍ୟାଣ ସିଂହଙ୍କ ପରଲୋକରେ ୟୁପିରେ ୩ ଦିନିଆ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେପ୍ସିସ୍ ଓ ମଲ୍ଟି ଅର୍ଗାନ ଫେଲ୍ୟୁୟର ଯୋଗୁଁ ୮୯ ବର୍ଷ ବୟସରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା।

Advertisment

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଗତକାଲି ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ କଲ୍ୟାଣ ସିଂହ । ୮୯ ବର୍ଷ ବୟସରେ କଲ୍ୟାଣ ସିଂହଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହିମାଚଳ ପ୍ରଦେଶ ଓ ରାଜସ୍ଥାନର ରାଜ୍ୟପାଳ ମଧ୍ୟ ଥିଲେ କଲ୍ୟାଣ।

ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସରେ ତାଙ୍କର ପରଲୋକ ହୋଇଛି। ସେ ସେପ୍‌ସିସ୍‌ ରୋଗରେ ଆକ୍ରାନ୍ତ ଥିଲେ ଏବଂ ପରେ ତାଙ୍କର ଅନେକ ଅଙ୍ଗପ୍ରତ୍ୟେଙ୍ଗ ମଧ୍ୟ ଅକାମୀ ହୋଇଯାଇଥିଲା। ଗତ ଜୁଲାଇ ୪ରେ ସେ ମେଡ଼ିକାଲରେ ଭର୍ତି ହୋଇଥିଲେ। ମେଡ଼ିକାଲରେ ତାଙ୍କର ପୂରା ଶରୀର ସଂକ୍ରମିତ ଥିଲା ତେଣୁ ତାଙ୍କର ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ମଧ୍ୟ କରୁଥିଲେ। ଏହାସହ ଗତ କିଛି ଦିନ ହେବ ସେ ଭେଂଟିଲେଟରରେ ମଧ୍ୟ ରହିଥିବା ନେଇ ମେଡ଼ିକାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଗତକାଲି ୮୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ବିଜେପିର ଜଣେ ଟାଣୁଆ ନେତା ଥିଲେ କଲ୍ୟାଣ।

Advertisment
India UP Kalyan Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ