Advertisment

ଏହି ମାନଙ୍କୁ ସନ୍ଧ୍ୟାରେ ମିଳିପାରେ ମନ୍ତ୍ରୀ ପଦ, ଦେଖନ୍ତୁ ପୂରା ତାଲିକା

ସେହିପରି, କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ଇସ୍ତଫା ଦେଇଛନ୍ତି । ଏହାସହ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବି ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ଗତକାଲିଠାରୁ କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲୋଟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଅଦ୍ୟତନ ହୋଇଛି
ଏହି ମାନଙ୍କୁ ସନ୍ଧ୍ୟାରେ ମିଳିପାରେ ମନ୍ତ୍ରୀ ପଦ, ଦେଖନ୍ତୁ ପୂରା ତାଲିକା

Narendra Modi

Advertisment

ନୂଆଦିଲ୍ଲୀ: ମୋଦିଙ୍କ ଟିମରୁ ବାଦ୍ ପଡ଼ିଛନ୍ତି ବଡ଼ ଚେହେରା। ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ତାଙ୍କୁ ଅନ୍ୟ କୌଣସି ପଦବୀରେ ଅବସ୍ଥାପିତ କରାଯାଇପାରେ। ସଂପ୍ରସାରଣ ପୂର୍ବରୁ ଏକାଧିକ କେନ୍ଦ୍ର ମନ୍ତ୍ରୀ ପଦ ଛାଡ଼ିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟଲନିଶଙ୍କ, ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱର ଇସ୍ତଫା, ରସାୟନ ଓ ସାର ମନ୍ତ୍ରୀ ଡି. ଭି. ସଦାନନ୍ଦ ଗୌଡ଼ା ଇସ୍ତଫା ଦେଇଛନ୍ତି। ତେବେ ସ୍ୱାସ୍ଥ୍ୟଗତ କାରଣରୁ ନିଶଙ୍କ ପଦରୁ ଇସ୍ତଫା ଦେଇଥିବା କୁହାଯାଇଛି। ସେପଟେ ରସାୟନ ଓ ସାର ମନ୍ତ୍ରୀ ଡି. ଭି. ସଦାନନ୍ଦ ଗୌଡ଼ା ଓ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଛନ୍ତି ।

Advertisment

ସେହିପରି, କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ଇସ୍ତଫା ଦେଇଛନ୍ତି । ଏହାସହ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବି ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ଗତକାଲିଠାରୁ କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲୋଟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

Advertisment

ସେହିପରି, ମୋଦିଙ୍କ ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିପାରେ। ଯେଉଁ ମାନଙ୍କ ନାଁ ପଦୋନ୍ନତି ପାଇଁ ଚର୍ଚ୍ଚା ହେଉଛି… ସେମାନେ ହେଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ଜି. କିଷନ ରେଡ୍ଡି, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର, ପଞ୍ଚାୟତରାଜ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ କିରନ ରିଜ୍ଜୁ, ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହପୁରୀ ଓ ଆର.କେ.ସିଂହ।

ପଦୋନ୍ନତି ଚର୍ଚ୍ଚା

ମୋଦିଙ୍କ ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀଙ୍କୁ ମିଳିପାରେ ପଦୋନ୍ନତି

ଗୃହ ରାଷ୍ଟ୍ର ମନ୍ତ୍ରୀ ଜି. କିଷନ ରେଡ୍ଡିଙ୍କୁ ପଦୋନ୍ନତି ନେଇ ଚର୍ଚ୍ଚା

ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମିଳିପାରେ ପଦୋନ୍ନତି

ପୁରୁଷୋତ୍ତମ ରୁପାଲା, କିରନ ରିଜିଜୁଙ୍କୁ ବି ମିଳିପାରେ ପ୍ରମୋସନ୍

ହରଦୀପ ସିଂହପୁରୀ ଓ ଆର.କେ.ସିଂହଙ୍କୁ ପଦୋନ୍ନତି ନେଇ ଚର୍ଚ୍ଚା

ସମ୍ଭାବ୍ୟ ମନ୍ତ୍ରୀ ତାଲିକା

ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜେପି ସାଂସଦ, ମଧ୍ୟପ୍ରଦେଶ

ସର୍ବାନନ୍ଦ ସୋନଓ୍ୱାଲ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମ

ପଶୁପତି ପାରସ, ଏଲଜେପି ସାଂସଦ, ବିହାର

ନାରାୟଣ ରାଣେ, ବିଜେପି ସାଂସଦ, ମହାରାଷ୍ଟ୍ର

ଭୂପେନ୍ଦ୍ର ଯାଦବ, ବିଜେପି ସାଂସଦ, ରାଜସ୍ଥାନ

ଅନୁପ୍ରିୟା ପଟେଲ, ଆପନା ଦଳ ସାଂସଦ, ଉତ୍ତର ପ୍ରଦେଶ

ମିନାକ୍ଷୀ ଲେଖି, ବିଜେପି ସାଂସଦ, ନୂଆଦିଲ୍ଲୀ

ରାହୁଲ କସଓ୍ୱା, ବିଜେପି ସାଂସଦ, ରାଜସ୍ଥାନ

ଅଶ୍ୱିନୀ ବୈଷ୍ଣବ, ବିଜେପି ସାଂସଦ, ଓଡ଼ିଶା

ବିନୋଦ ସୋନକର, ବିଜେପି ସାଂସଦ, ଉତ୍ତର ପ୍ରଦେଶ

ପଙ୍କଜ ଚୌଧୁରୀ, ବିଜେପି ସାଂସଦ, ଉତ୍ତର ପ୍ରଦେଶ

ଆର.ସି.ପି. ସିଂହ, ଜେଡିୟୁ ସାଂସଦ, ବିହାର

ଦିଲେଶ୍ୱର କାମତ, ଜେଡିୟୁ ସାଂସଦ, ବିହାର

ଚନ୍ଦ୍ରେଶ୍ୱର ପ୍ରସାଦ ଚନ୍ଦ୍ରବଂଶୀ, ଜେଡିୟୁ ସାଂସଦ, ବିହାର

ରାମନାଥ ଠାକୁର, ଜେଡିୟୁ ସାଂସଦ, ବିହାର

ରାଜକୁମାର ରଞ୍ଜନ, ବିଜେପି ସାଂସଦ, ମଣିପୁର

ବି.ଏଲ. ଶର୍ମା, ବିଜେପି ସାଂସଦ, ଦିଲ୍ଲୀ

ଅଜୟ ମିଶ୍ରା, ବିଜେପି ସାଂସଦ, ଉତ୍ତର ପ୍ରଦେଶ

ହିନା ଗୋଭିତ୍, ବିଜେପି ସାଂସଦ, ମହାରାଷ୍ଟ୍ର

ଶୋଭା କରନ୍ଦଲାଜେ, ବିଜେପି ସାଂସଦ, କର୍ଣ୍ଣାଟକ

Union Govt Narendra Modi Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ