Advertisment

Fuel Ban on Old Petrol-Diesel Vehicles: ଆଉ ଗଡିବନି ବୟସ ପୁରା କରିଥିବା ଯାନବାହାନ, ଆଜିଠୁ ଲାଗୁ ହେଲା ନୂଆ ନିୟମ...

୧୦ ବର୍ଷ ପୁରୁଣା ଡିଜେଲ୍ ଗାଡ଼ି, ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି। ରାଜଧାନୀ ଦିଲ୍ଲୀରେ ଆଉ ଗଡିବନି ବୟସ ପୁରା କରିଥିବା ଏସବୁ ଯାନବାହାନ। ଲାଗୁ ହୋଇଛି ନୋ ଫୁଏଲ ଫର୍ ଏଣ୍ଡ ଅଫ୍ ଲାଇଫ୍ ଭେହିକିଲ୍।

Fuel Ban on Old Petrol-Diesel Vehicles

Fuel Ban on Old Petrol-Diesel Vehicles

Advertisment

ପୁରୁଣା ଗାଡ଼ିକୁ ତେଲ ମନା। ଦିଲ୍ଲୀରେ ଆଜିଠୁ ଲାଗୁ ହୋଇଛି ନୂଆ ନିୟମ। ଶୀତ ପୂର୍ବରୁ ରାଜଧାନୀର ବାୟୁ ପ୍ରଦୂଷଣ ଉପରେ ରୋକ୍ ଲଗାଇବାକୁ ଆକ୍ସନ ମୋଡକୁ ଆସିଛନ୍ତି ବିଜେପି ସରକାର। ୧୫ ବର୍ଷ ପୁରୁଣା ପେଟ୍ରୋଲ୍ ଗାଡ଼ି ଓ 10 ବର୍ଷ ପୁରୁଣା ଡିଜେଲ୍ ଗାଡ଼ିକୁ ଆଉ ଦିଆଯାଉନି ତେଲ। କେବଳ ସେତିକି ନୁହେଁ, ୧୦ ହଜାର ଟଙ୍କା ଯାଏ ଜୋରିମାନା ସହ ଗାଡି ସିଜ୍ କରିବାକୁ ଆରମ୍ଭ ହୋଇଛି ଅଭିଯାନ।

Advertisment

୧୦ ବର୍ଷ ପୁରୁଣା ଡିଜେଲ୍ ଗାଡ଼ି, ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି। ରାଜଧାନୀ ଦିଲ୍ଲୀରେ ଆଉ ଗଡିବନି ବୟସ ପୁରା କରିଥିବା ଏସବୁ ଯାନବାହାନ। ଲାଗୁ ହୋଇଛି ନୋ ଫୁଏଲ ଫର୍ ଏଣ୍ଡ ଅଫ୍ ଲାଇଫ୍ ଭେହିକିଲ୍। ଅର୍ଥାତ୍ ପୁରୁଣା ଗାଡ଼ିକୁ ତେଲ ମନା। ଦିଲ୍ଲୀର ୩୫୦ରୁ ଅଧିକ ପେଟ୍ରୋଲ ପମ୍ପରେ ଝୁଲୁଛି ନୋଟିସ ବୋର୍ଡ। ପୁରୁଣା ଗାଡ଼ି ଚିହ୍ନିବାକୁ ଲାଗିଛି ଅତ୍ୟାଧୁନିକ କ୍ୟାମେରା। ଘୋଷଣା ପାଇଁ ମାଇକ୍ ଆଉ ସ୍ପିକର। (ଆମ୍ବିଆନସ) ମୁତୟନ ହୋଇଛନ୍ତି ମାଳ ମାଳ ପୋଲିସ। ପରିବହନ ବିଭାଗ, ମ୍ୟୁନିସପାଲ କର୍ପୋରେସନ୍ ଏବଂ ଟ୍ରାଫିକ୍ ପୋଲିସ ବି ଡେରା ପକାଇଛନ୍ତି।

ଏବେ ଆସନ୍ତୁ ଜାଣିବା ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ି ଧରିବାକୁ କଣ ହୋଇଛି ବ୍ୟବସ୍ଥା। ପମ୍ପରେ ପରିବହନ ବିଭାଗ ପକ୍ଷରୁ ଲଗାଯାଇଛି ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗନିସନ୍ କ୍ୟାମେରା। ଏହି କ୍ୟାମେରା ଗାଡିର ନମ୍ବର ପ୍ଲେଟ୍ ସ୍କାନ କରି ବାହନ ଡାଟାବେସରୁ ତାର ବୟସ ଯାଂଚ କରିବ। ଯଦି ଗାଡିଟିର ରାସ୍ତାରେ ଗଡିବା ଅବଧି ସରିଯାଇଛି ତେବେ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ତେଲ ନଦେବାକୁ ତୁରନ୍ତ ମାଇକରେ ଘୋଷଣା କରାଯିବ। ଏଥିସହ ପରିବହନ ବିଭାଗ ଓ ଟ୍ରାଫିକ୍ ପୋଲିସ ଟିମ୍ ଗାଡି ଜବତ କରିବେ। ନିୟମ ଉଲ୍ଲଂଘନ ପାଇଁ ଚାରିଚକିଆ ଯାନ ଉପରେ ୧୦ ହଜାର ଏବଂ ଦୁଇ ଚକିଆ ଉପରେ ୫ ହଜାର ଟଙ୍କା ଫାଇନ୍ କରାଯିବ। ପରେ ଗାଡିକୁ ସିଧା ସ୍କ୍ରାପ୍ ପାଇଁ ପଠାଇ ଦିଆଯିବ। ମାଲିକଙ୍କୁ ଟୋଇଂ ଅର୍ଥାତ୍ ଗାଡି ଉଠାଇବା ଏବଂ ପାର୍କିଂ ଶୁଳ୍କ ବି ଦେବାକୁ ପଡିବ।

Advertisment

ବାହନ ତଥ୍ୟ ଅନୁସାରେ, ଦିଲ୍ଲୀରେ ପ୍ରାୟ ୬୨ ଲକ୍ଷ ଗାଡ଼ିର ରାସ୍ତାରେ ଗଡ଼ିବା ଅବଧି ସରିଯାଇଛି। ପ୍ରଦୂଷଣ ବୃଦ୍ଧି ଦୃଷ୍ଟିରୁ ଏସବୁ ଗାଡି ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଛି ପରିବହନ ବିଭାଗ, ଏମ୍ସିଡି ଏବଂ ପୋଲିସ ପ୍ରଶାସନ। ଦିଲ୍ଲୀରେ ସାଂଘାତିକ ସ୍ଥିତିରେ ଥିବା ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ପୂର୍ବରୁ ଆପ୍ ସରକାର ଅଡ୍-ଇଭିନ୍ ଫର୍ମୁଲା ଲାଗୁ କରିଥିଲେ। ତେବେ ତାହା ବିଫଳ ହୋଇଥିଲା। ଏବେ ବିଜେପି ସରକାର ଆଣିଥିବା ନିୟମକୁ ନେଇ ତେଜିଛି ରାଜନୀତି। 

ଦିଲ୍ଲୀରେ ୨୦୧୮ରେ ୧୦ ବର୍ଷ ପୁରୁଣା ଡିଜେଲ୍ ଗାଡ଼ି ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଉପରେ ବ୍ୟାନ୍ ଲଗାଇଥିଲେ ସୁପ୍ରିମକୋର୍ଟ। ଏହାପୂର୍ବରୁ ୨୦୧୪ରେ ସର୍ବସାଧାରଣ ସ୍ଥାନରେ ୧୫ ବର୍ଷ ପୁରୁଣା ଗାଡି ପାର୍କିଂ ଉପରେ ପ୍ରତିବନ୍ଧକ ଲଗାଇଥିଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ।

Advertisment
Petrol Diesel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ