Advertisment

କାଲି ଅଟୋ ଚଲଉଥିଲେ, ଆଜି ମୁଖ୍ୟମନ୍ତ୍ରୀ...

ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି  ୫୮ ବର୍ଷୀୟ ଏକନାଥ ସିନ୍ଦେ। ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିବା ଜଣେ ଶିବସୈନିକ ଭାବେ ଏକନାଥ ସିନ୍ଦେ ଜଣାଶୁଣା।

ଅଦ୍ୟତନ ହୋଇଛି
From Auto Driver To CM

From Auto Driver To CM

Advertisment

ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଏକନାଥ ସିନ୍ଦେ ଶପଥ ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାଭିସ୍ ଶପଥ ନେଇଥିଲେ। ଉଭୟଙ୍କୁ ରାଜ୍ୟପାଳ ଭଗତ ସିଂ କୋସିୟାରୀ ଶପଥ ପାଠ କରାଇଥିଲେ। ଦୁଇ ନେତାଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। 

Advertisment

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶପଥ ଗ୍ରହଣ କରିବା ପୂର୍ବରୁ ବାଲାସାହେବ ଠାକ୍‌ରେଙ୍କ ଜୟଗାନ କରିଥିଲେ। ଶପଥଗ୍ରହଣ ସମାରୋହ ପରେ ଭାରତ ମାତା କୀ ଜୟ ଧ୍ୱନୀରେ କମ୍ପି ଉଠିଥିଲା ପରିବେଶ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି।

ସରକାର ଗଠନ ନେଇ ଫଡନାଭିସ୍‌ ଓ ସିନ୍ଦେ ରାଜ୍ୟପାଳଙ୍କୁ ଭେଟିବା ପରେ ଫଡନାଭିସ୍‌ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଲାଗି ରହିଥିଲା। ତେବେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଗୋଷ୍ଠୀ ବିଜେପିର ଏହି ନିଷ୍ପତ୍ତିରେ ସମସ୍ତେ ହତବାକ୍ ହୋଇଯାଇଛନ୍ତି।

Advertisment

ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ...

ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି  ୫୮ ବର୍ଷୀୟ ଏକନାଥ ସିନ୍ଦେ। ଆକ୍ରଣାତ୍ମକ ଆଭିମୁଖ୍ୟ ରଖିଥିବା ଜଣେ ଶିବସୈନିକ ଭାବେ ଏକନାଥ ସିନ୍ଦେ ଜଣାଶୁଣା। ଦୀର୍ଘ ବର୍ଷ ଧରି ସେ ଶିବସେନାର ପ୍ରମୁଖ ନେତା ଭାବେ ପରିଗଣିତ ହୋଇ ଆସୁଛନ୍ତି। ଥାନେର କୋପାରୀ-ପଛପାଖାଡି ନିର୍ବାଚନମଣ୍ଡଳୀର ବିଧାୟକ ଏକନାଥ ମହାରାଷ୍ଟ୍ର ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ।

୮୦ ଦଶକରେ ବାଲ୍ ଠାକ୍‌ରେ ଏବଂ ଥାନେର ତତ୍କାଳୀନ ଜିଲ୍ଲା ମୁଖ୍ୟ ଆନନ୍ଦ ଦୀଘେଙ୍କ ସଂସ୍ପର୍ଶରେ ଆସିବା ପରେ ଏକନାଥ ଶିବସେନାରେ ସାମିଲ ହୋଇଥିଲେ।  ପ୍ରଥମ ଥର ଲାଗି ସେ ୧୯୯୭ରେ ଥାନେ ନଗର ନିଗମର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ୨୦୦୧ରେ ତାଙ୍କୁ ଥାନେ ନଗର ନିଗମର ହାଉସ ଲିଡର ପଦବୀ ମିଳିଥିଲା। ପରେ ସେ ୨୦୦୪ରେ ପ୍ରଥମ ଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ଏହାପରଠାରୁ ସେ ଲଗାତର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।  ମହାରାଷ୍ଟ୍ର ବିଧାନସଭାରେ ସେ ବିରୋଧୀ ଦଳ ନେତା ଏବଂ ଶିବସେନା ବିଧାୟକ ଦଳର ନେତା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।  ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏବେ କଲ୍ୟାଣ ଆସନରୁ ଦ୍ୱିତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। 

Advertisment

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଣେ ତୃଣମୂଳସ୍ତରର ନେତା ହୋଇଥିବାରୁ ପ୍ରଧାନମନ୍ତ୍ରୀ ସିନ୍ଦେଙ୍କ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେ ମହାରାଷ୍ଟ୍ରର ବିକାଶଧାରାକୁ ସର୍ବୋଚ୍ଚ ସ୍ତରକୁ ନେଇଯିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଆଶା ରଖିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ଶୁଭେଛା ଜଣାଇଛନ୍ତି। ଜେପି ନଡ୍ଡା ଟ୍ୱିଟ୍‌ କରି କହିଛନ୍ତି, ମହାରାଷ୍ଟ୍ର ଜନତାଙ୍କ ଭଲ ପାଇଁ ଏକନାଥ ସିନ୍ଦେଙ୍କୁ ସମର୍ଥନ ଦେଇ ବିଜେପି ବଡ଼ମନର ପରିଚୟ ଦେଇଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଟ୍ୱିଟ୍ କରି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଓ ନୂଆ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟରେ ଆଗକୁ ଭଲ ଶାସନ ଚାଲିବ ବୋଲି ଆଶା ରଖିଥିବା ଉଦ୍ଧବ ଠାକ୍‌ରେ କହିଛନ୍ତି। 

Maharashtra Chief Minister Eknath Shinde Maharashtra CM Eknath Shinde
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ