Advertisment

ଆଉ ୬ ମାସ ପାଇଁ ମାଗଣା ରାସନ ଦେବ କେନ୍ଦ୍ର

ଏହି ଯୋଜନାର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିଲା।

PM Modi

PM Modi

Advertisment

ଆଉ ୬ ମାସ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା। ଆସନ୍ତା ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏହି ଯୋଜନାର ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ଏହି ଯୋଜନାରେ ଦେଶର ଗରିବ ଲୋକଙ୍କୁ ମୁଣ୍ଡ ପିଛା ମାସିକ ୫ କେଜିର ମାଗଣା ରାସନ ମିଳୁଛି। ଦେଶର ୮୦ କୋଟିରୁ ଅଧିକ ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି। ଏହି ଯୋଜନାର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିଲା। ଦେଶରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ଅନେକ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୨୦ ଏପ୍ରିଲରୁ ଏହି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର।

Advertisment

PMGKAYକୁ ବିଶ୍ୱର ସର୍ବବୃହତ ଖାଦ୍ୟ ନିରାପତ୍ତା ଯୋଜନା ବୋଲି କୁହାଯାଉଥିବା ବେଳେ ଆସନ୍ତା ୬ ମାସ ଲାଗି ସରକାରଙ୍କୁ ଏ ବାବଦରେ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Free Ration Scheme Extended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ