Advertisment

ଆଧାର-ପାନ୍‌ ଦେଖେଇଲେ ମାଗଣା ପେଟ୍ରୋଲ୍

ଦେଶରେ ପେଟ୍ରୋଲ୍ ଡିଜେଲ୍ ଆକାଶଛୁଆଁ ହୋଇଥିବା ବେଳେ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଯେଉଁମାନେ ଆଧାର ଓ ପାନ୍‌ କାର୍ଡ ଦେଖେଇବେ ସେମାନଙ୍କୁ ମିଳିବ ୧ ଲିଟର ମାଗଣା ପେଟ୍ରୋଲ୍। ଏହି ଘୋଷଣା କରିଛି ତାମିଲନାଡୁର କାଞ୍ଚିପୂରମ ଜିଲ୍ଲାରେ ଥିବା ଏକ ଘରୋଇ କମ୍ପାନୀ। ଏହି ଘୋଷଣା ପରେ କାଞ୍ଚିପୂରମ୍‌ର ଉଥିରମେରୁର୍ ଗାଁର ଶହ ଶହ ବାସିନ୍ଧା ସ୍ଥାନୀୟ ଇଣ୍ଡିଆନ ପେଟ୍ରୋଲ୍ ପମ୍ପରେ ଗହଳି କରିଛନ୍ତି। ସେମାନେ ତାଙ୍କର ଆଧାର ଓ ପାନ୍ କାର୍ଡ ଜେରକ୍ସ ଧରି ସେଠାରେ ପହଞ୍ଚି ୧ ଲିଟର ପେଟ୍ରୋଲ୍ ପାଇଁ ଦାବି କରିଛନ୍ତି।

Free Petrol

Free Petrol

Advertisment

ଚେନ୍ନାଇ : ଦେଶରେ ପେଟ୍ରୋଲ୍ ଡିଜେଲ୍ ଆକାଶଛୁଆଁ ହୋଇଥିବା ବେଳେ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଯେଉଁମାନେ ଆଧାର ଓ ପାନ୍‌ କାର୍ଡ ଦେଖେଇବେ ସେମାନଙ୍କୁ ମିଳିବ ୧ ଲିଟର ମାଗଣା ପେଟ୍ରୋଲ୍। ଏହି ଘୋଷଣା କରିଛି ତାମିଲନାଡୁର କାଞ୍ଚିପୂରମ ଜିଲ୍ଲାରେ ଥିବା ଏକ ଘରୋଇ କମ୍ପାନୀ। ଏହି ଘୋଷଣା ପରେ କାଞ୍ଚିପୂରମ୍‌ର ଉଥିରମେରୁର୍ ଗାଁର ଶହ ଶହ ବାସିନ୍ଧା ସ୍ଥାନୀୟ ଇଣ୍ଡିଆନ ପେଟ୍ରୋଲ୍ ପମ୍ପରେ ଗହଳି କରିଛନ୍ତି। ସେମାନେ ତାଙ୍କର ଆଧାର ଓ ପାନ୍ କାର୍ଡ ଜେରକ୍ସ ଧରି ସେଠାରେ ପହଞ୍ଚି ୧ ଲିଟର ପେଟ୍ରୋଲ୍ ପାଇଁ ଦାବି କରିଛନ୍ତି।

Advertisment

ଶ୍ରୀରାମ ଭେହିକଲ୍ କର୍ମସିଆଲ୍ ଫାଇନାନ୍ସ ଏହି ଅଫର୍ ଦେଇଛି। ଲୋକେ ପୂରା ଘଟଣାର ତର୍ଜମା ନ କରି ଫାଇଦା ମଧ୍ୟ ଉଠାଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ସଂପୃକ୍ତ ଫାଇନାନ୍ସ କମ୍ପାନୀ କାହିଁକି ଏପରି ଅଫର୍ ଦେଲା? ଏହା ତାଙ୍କ କମ୍ପାନୀର ପ୍ରମୋସନ୍ ନା ଅନ୍ୟ କିଛି ଉଦ୍ଦେଶ୍ୟ, ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Advertisment

ସୂଚନାରୁ ପ୍ରକାଶ, ସମଗ୍ର ଦେଶରେ ପେଟ୍ରୋଲ୍ ଦର ବଢ଼ୁଥିବା ବେଳେ ତାମିଲନାଡୁ ପ୍ରଥମଥର ଲାଗି ଲିଟର୍ ପିଛା ୩ ଟଙ୍କା ହ୍ରାସ କରିଥିଲା। ରାଜ୍ୟ ସରକାର ନିଜସ୍ୱ ଟିକସରୁ ଏହି ଦର କମାଇଥିଲା। ବର୍ତ୍ତମାନ ଚେନ୍ନାଇରେ ପେଟ୍ରୋଲ୍ ଦାମ ୯୮.୯୬ଟଙ୍କା ରହିଛି। ଏଥିପାଇଁ ରାଜ୍ୟ ବାର୍ଷିକ ୧୧୬୦ କୋଟି ଟଙ୍କାର କ୍ଷତି ସହିବ ବୋଲି ଅର୍ଥମନ୍ତ୍ରୀ ପଲାନିଭେଲ୍ ଥିଆଗା ରଞ୍ଜନ କହିଛନ୍ତି।

ପ୍ରକାଶଥାଉ ଯେ ଅଗଷ୍ଟ ୧୧ରେ ଥିରୁଚିରାପଲ୍ଲୀର ଅରବିନ୍ଦ ଏଜେନ୍ସୀ ମଧ୍ୟ ଗ୍ରାହକଙ୍କ ପାଇଁ ଏଭଳି ଏକ ଘୋଷଣା କରିଥିଲା। କମ୍ପାନୀ କହିଥିଲା ଯେ ଯେଉଁ ବ୍ୟକ୍ତି ନିରଜ ନାମଧାରୀ ହୋଇଥିବ ତାଙ୍କୁ ୨ ଲିଟର ପେଟ୍ରୋଲ୍ ମାଗଣା ଦିଆଯିବ। ପ୍ରମାଣ ପାଇଁ ଉକ୍ତ ବ୍ୟକ୍ତିଙ୍କୁ ଆଧାର କାର୍ଡ ଦେଖେଇବାକୁ ହେବ। ଜଣେ ବ୍ୟକ୍ତି ଏହାର ଫାଇଦା ନେଇଥିଲେ।

Advertisment
Tamil Nadu Chennai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ