Advertisment

ଆବୁଝାମାଡ଼ ଜଙ୍ଗଲରେ DRG ଓ STFର ମିଳିତ କମ୍ବିଂ; ୪ମାଓବାଦୀ ନିହତ

ଆବୁଝାମାଡ଼ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଗୁଇନ୍ଦା ବିଭାଗ ଏନେଇ ଖବର ଦେବାପରେ ଆରମ୍ଭ ହୋଇଥିଲା କମ୍ୱିଂ ଅପରେସନ୍। DRG ଓ STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।

ଅଦ୍ୟତନ ହୋଇଛି
Chhattisgarh encounter

Chhattisgarh encounter

Advertisment

ପୁଣି ଅଶାନ୍ତ ମାଲକାନଗିରି ଛତିଶଗଡ ସୀମାନ୍ତ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଥମୁନି ମାଓ ଉପଦ୍ରବ। ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ପୁଣି ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ନିହତ ହୋଇଛନ୍ତି ୪ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଆବୁଝାମାଡ଼ ଜଙ୍ଗଲରେ ଗୁଳି ବିନିମୟ ବେଳେ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

Advertisment

ପୋଲିସ ଗୁଳିରେ ଚାରି ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଆବୁଝାମାଡ଼ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଗୁଇନ୍ଦା ବିଭାଗ ଏନେଇ ଖବର ଦେବାପରେ ଆରମ୍ଭ ହୋଇଥିଲା କମ୍ୱିଂ ଅପରେସନ୍। DRG ଓ STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।

ଏନକାଣ୍ଟର ପରେ ଘଟଣାସ୍ଥଳ ଛାଡି ମାଓବାଦୀମାନେ ଚମ୍ପଟ୍ ମାରିଛନ୍ତି । ତେବେ ଏହି ଏନ୍‌କାଉଣ୍ଟରରେ ୪ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଏତେ ବଡ଼ ଏନ୍‌କାଉଣ୍ଟର ପରେ ଆକ୍ସନକୁ ଆସିଛନ୍ତି ସୁରକ୍ଷାକର୍ମୀ । ଯବାନଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି ।

Advertisment
Maoists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ