Advertisment

ସମୁଦ୍ର ମଝିରେ ହେଲିକପ୍ଟର କ୍ରାଶ୍‌: ଜଣେ ଓଡ଼ିଆଙ୍କ ସମେତ ୪ ମୃତ

ଆରବ ସାଗରରେ ଜରୁରୀକାଳୀନ ଅବତରଣ ବେଳେ ହେଲିକପ୍ଟରଟି କ୍ରାଶ୍‌ ହୋଇଯାଇଥିଲା। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Four Dead In Helicopter Crash In Arabian Sea

Four Dead In Helicopter Crash In Arabian Sea

Advertisment

ଆରବ ସାଗରରେ ବଡ଼ଧରଣର ଅଘଟଣ ଘଟିଛି। ୯ ଜଣଙ୍କୁ ନେଇ ଯାଉଥିବା ପବନ ହଂସ ହେଲିକପ୍ଟର ସମୁଦ୍ର ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସମସ୍ତ ମୃତକ ONGCର ଅଧିକାରୀ ବୋଲି ଜଣାପଡ଼ିଛି।

Advertisment

ମୃତକଙ୍କ ନାଁ  ମୁକେଶ ପଟେଲ୍ , ବିଜୟ ମଣ୍ଡଲୋଇ, ସତ୍ୟମ୍ବଦ ପାତ୍ର ଓ ସଞ୍ଜୁ ଫ୍ରାନ୍ସିସ୍। ଏନେଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ONGCର ଜିଓଲୋଜିଷ୍ଟ ବା ଭୂତତ୍ତ୍ୱବିତ୍ ସତ୍ୟମ୍ବଦ ପାତ୍ର ଓଡ଼ିଶାର ବୋଲି ସୂଚନା ମିଳିଛି। ଆରବ ସାଗରରେ ଜରୁରୀକାଳୀନ ଅବତରଣ(ଏମରଜେନ୍ସି ଳ୍ୟାଣ୍ଡିଂ) ବେଳେ ହେଲିକପ୍ଟରଟି କ୍ରାଶ୍‌ ହୋଇଯାଇଥିଲା। 

ONGCର ୪ ଅଧିକାରୀଙ୍କୁ ଅଚେତ ଅବସ୍ଥାରେ ଭାରତୀୟ ନୌସେନା ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେମାନଙ୍କର ଜୀବନ ରକ୍ଷା କରାଯାଇପାରିନଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ONGC ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Advertisment
Helicopter Crash In Arabian Sea Helicopter Crash Arabian Sea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ