Former Telangana CM KCR falls at farmhouse
ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆହତ ହୋଇଛନ୍ତି । କେସିଆର୍ ଏରାବଲି ଫାର୍ମହାଉସ୍ରେ ଥିବାବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା । ଏଥିରେ ସେ ଆହତ ହୋଇଥିଲେ ।
ଗତକାଲି ରାତିରେ କେସିଆର୍ଙ୍କୁ ସୋମାଜିଗୁଡାର ଯଶୋଦା ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ସେପଟେ ଖୁବଶୀଘ୍ର ବିଆର୍ଏସ୍ ମୁଖ୍ୟ ସୁସ୍ଥ ହୋଇଯିବେ ବୋଲି କେସିଆର୍ଙ୍କ ଝିଅ କେ. କବିତା Xରେ ସୂଚନା ଦେଇଛନ୍ତି ।
କେସିଆର୍ ସାମାନ୍ୟ ଆହତ ହୋଇଛନ୍ତି । ଏକ ବିଶେଷଜ୍ଞ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି କବିତା ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, କେସିଆର୍ଙ୍କ ଆଶୁ ଆରୋଗ୍ୟ କାମନା କକରିଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1702016859.jpg)