Advertisment

"ଧର୍ମ ପରିବର୍ତ୍ତନ କଲେ ଦାହ ପ୍ରଥାକୁ ମନେ ପକାଇଲେ"

ଉତ୍ତର ପ୍ରଦେଶର ପୂର୍ବତନ ସିଆ ସେଣ୍ଟ୍ରାଲ ଓ୍ୱାକପ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜବି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏକ ମନ୍ଦିରରେ ତାଙ୍କୁ ହିନ୍ଦୁ ଧର୍ମରେ ଦୀକ୍ଷିତ କରିଥିଛନ୍ତି ମହନ୍ତ ନରସିଂହା ଆନନ୍ଦ ସରସ୍ୱତୀ ।

Wasim Rizvi

Wasim Rizvi

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ସିଆ ସେଣ୍ଟ୍ରାଲ ଓ୍ୱାକପ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜବି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏକ ମନ୍ଦିରରେ ତାଙ୍କୁ ହିନ୍ଦୁ ଧର୍ମରେ ଦୀକ୍ଷିତ କରିଥିଛନ୍ତି ମହନ୍ତ ନରସିଂହା ଆନନ୍ଦ ସରସ୍ୱତୀ । ନିଜ ଓ୍ୱିଲରେ ସେ ଉଲ୍ଲେଖ କରିଛନ୍ତି ଯେ, ମୃତ୍ୟୁ ପରେ ତାଙ୍କୁ କବର ଦିଆନଯାଇ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଦାହ ସଂସ୍କାର କରାଯିବ । ଏପରିକି ଗାଜିଆବାଦ ଦାସନା ମନ୍ଦିରର ମହନ୍ତ ନରସିମାହ୍ ଆନନ୍ଦ ସରସ୍ୱତୀ ମୁଖାଗ୍ନି ଦେବେ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି ।

Advertisment

ଓ୍ୱାସିମ ରିଜବି ଆଗରୁ ଅନେକ ବିବାଦ ଘେରରେ ରହିଆସିଛନ୍ତି । ବିଶେଷ କରି କୋରାନରୁ ୨୬ଟି ପଦ ହଟାଇବାକୁ ଦାବି କରି ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସେଗୁଡ଼ିକ ଆତଙ୍କବାଦ ଓ ଜିହାଦକୁ ପ୍ରୋତ୍ସାହନ ଦେଉଥିବା କହିଥିଲେ ରିଜଭି । ତେବେ ଏହାକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ ଓ ୫୦ ହଜାର ଟଙ୍କା ଜୋରିମାନା ମଧ୍ୟ ଲଗାଇଥିଲେ ।

ଧର୍ମ ପରିବର୍ତ୍ତନ ପରେ ୱସିମ ରିଜଭୀ, କହିଛନ୍ତି ଯେ ମୁସଲମାନମାନଙ୍କର ଭୋଟ୍ କୌଣସି ରାଜନୈତିକ ଦଳକୁ ଯାଏ ନାହିଁ। ମୁସଲମାନମାନେ କେବଳ ହିନ୍ଦୁତ୍ୱ ବିରୋଧରେ ଏବଂ ହିନ୍ଦୁମାନଙ୍କୁ ପରାସ୍ତ କରିବାକୁ ଭୋଟ୍ ଦିଅନ୍ତି। ଆଜିଠାରୁ ସେ କେବଳ ହିନ୍ଦୁତ୍ୱ ପାଇଁ କାମ କରିବେ। ମୋତେ ଇସଲାମରୁ ବାହାର କରିଦିଆଯାଇଛି। ପ୍ରତି ଶୁକ୍ରବାର ମୋ ମୁଣ୍ଡ ପୁଛା ରଖାଯାଇଥିବା ପୁରସ୍କାର ରାଶି ବଢ଼ୁଛି। ତେଣୁ ଆଜି ସନାତନ ଧର୍ମ ଗ୍ରହଣ କରୁଛି ବୋଲି କହିଛନ୍ତି।

Advertisment

ସୂଚନା ମୁତାବକ, ଗତ କିଛି ଦିନ ତଳେ ୱସିମ ରିଜଭୀ ନିଜ ୱସିୟତ ନାମା (ହ୍ୱିଲ୍‌)କୁ ସାର୍ବଜନୀନ କରିଥିଲେ। ମୃତ୍ୟୁ ପରେ ତାଙ୍କୁ କବର ନୁହେଁ, ବରଂ ହିନ୍ଦୁ ରୀତିନୀତି ଅନୁଯାୟୀ ଶବଦାହ କରାଯିବା ଉଚିତ୍ ଏବଂ ତାଙ୍କ ଶରୀରକୁ ପୋଡି ଦିଆଯିବା ଉଚିତ ବୋଲି ସେ ଘୋଷଣା କରିଥିଲେ। ୱାସିମ୍ ରିଜଭି କହିଥିଲେ ଯେ ୟେତି ନରସିଂହାନନ୍ଦ ତାଙ୍କ ମୁଖାଗ୍ନି ଦେବେ। କିଛି ଲୋକ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଏବଂ ଏହି ଲୋକମାନେ ଘୋଷଣା କରିଛନ୍ତି ଯେ ମୃତ୍ୟୁ ପରେ ତାଙ୍କ ମୃତଦେହକୁ କୌଣସି କବରରେ ସ୍ଥାନ ଦିଆଯିବ ନାହିଁ। ତେଣୁ ତାଙ୍କର ଶବଦାହ କରାଯିବା ଉଚିତ ବୋଲି ସେ କହିଥିଲେ।

Religion Change Wasim Rizvi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ