Advertisment

ରେଡିଓ ଜକି ଛାଡ଼ି ଲଢ଼ିଲେ ନିର୍ବାଚନ, ଏବେ ହେଲେ ସର୍ବକନିଷ୍ଠ ବିଧାୟିକା

୩୨ ବର୍ଷିୟା ବରିଲି ଜୋରାମ ପିପୁଲ୍ସ ମୁଭ୍‌ମେଣ୍ଟ ( ଜେପିଏମ୍) ପାର୍ଟିରୁ ନିର୍ବାଚନ ଲଢ଼ୁଥିଲେ। ଆଇଜଲ୍ ସାଉଥ୍-୩ ବିଧାନସଭା ଆସନରୁ ସେ ବିଜୟୀ ହୋଇଛନ୍ତି। ଜଣେ ରେଡିଓ ଜକି ଭାବେ ବରିଲି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।

Baryl Vanneihsangi

Baryl Vanneihsangi

Advertisment

ସମାଜ ପାଇଁ ଯାହା କରିବାକୁ ଚାହୁଁଛନ୍ତି, କରନ୍ତୁ। କୌଣସି ଚାପ ଆଗରେ ମୁଣ୍ଡ ନୁଆଁନ୍ତୁ ନାହିଁ। ଲିଙ୍ଗଗତ ଭେଦଭାବକୁ ଦୂରେଇବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଜଣେ ସ୍ୱାଧୀନ ଭାବେ କିଛି କରିବାର ସୁଯୋଗ ପାଇବ। ଏମିତି କହିଛନ୍ତି ମିଜୋରାମର ନବନିର୍ବାଚିତ ବିଧାୟିକା ବରିଲି ଭନୈସେଙ୍ଗି। ବରିଲି ଏବେ ମିଜୋରାମର ସର୍ବକନିଷ୍ଠ ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି।

Advertisment

୩୨ ବର୍ଷିୟା ବରିଲି ଜୋରାମ ପିପୁଲ୍ସ ମୁଭ୍‌ମେଣ୍ଟ ( ଜେପିଏମ୍) ପାର୍ଟିରୁ ନିର୍ବାଚନ ଲଢ଼ୁଥିଲେ। ଆଇଜଲ୍ ସାଉଥ୍-୩ ବିଧାନସଭା ଆସନରୁ ସେ ବିଜୟୀ ହୋଇଛନ୍ତି। ଜଣେ ରେଡିଓ ଜକି ଭାବେ ବରିଲି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।

ଯେଉଁ ୩ ଜଣ ମହିଳା ମିଜୋରାମ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ବରିଲି। ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷାଧିକ ଅନୁଗାମୀ ରହିଛନ୍ତି। ସେ ସିଲଂର ଏକ ବିଶ୍ୱବିଦ୍ୟାଳୟରୁ ଏମ୍‌ଏ ପାସ୍ କରିଛନ୍ତି।

Advertisment

ପୂର୍ବରୁ ଆଇଜଲ୍ ମ୍ୟୁନିସିପାଲ କର୍ପୋରେସନରେ ବରିଲି ଜଣେ କର୍ପୋରେଟର ଭାବେ କାର୍ଯ୍ୟ କରିଛନ୍ତି। ମିଜୋରାମ ବିଧାନସଭା ନିର୍ବାଚନରେ ସମୁଦାୟ ୧୭୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ସେମାନଙ୍କ ମଧ୍ୟରେ ୧୬ ଜଣ ମହିଳା ଥିଲେ।

ସୂଚନାଯୋଗ୍ୟଯେ, ସମୁଦାୟ ୪୦ ଆସନ ମଧ୍ୟରୁ ଜେପିଏମ୍ ୨୭ ଟି ଆସନରେ ବିଜୟ ଲାଭ କରି ମିଜୋରାମର ଶାସନ ଭାର ହାତକୁ ନେଇଛି। ଜେପିଏମ୍ ଏକ ନୂଆ ଦଳ ହୋଇଥିଲେ ମଧ୍ୟ ଏହା ମିଜୋ ନ୍ୟାସନାଲ୍ ପ୍ରଣ୍ଟ ହାତରୁ କ୍ଷମତା ଛଡ଼ାଇନେବାରେ ସଫଳ ହୋଇଥିବାରୁ ଏହା ଦଳର ଜୋସ୍‌କୁ ଦ୍ୱିଗୁଣିତ କରିଥିବା କୁହାଯାଉଛି।

Advertisment
India Mizoram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ