Advertisment

ନୂଆ ଦଳ ଗଢ଼ିବେ ପଞ୍ଜାବର ପୂର୍ବତନ ସିଏମ୍ ଅମରିନ୍ଦର ସିଂହ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗଢ଼ିବେ ନୂଆ ଦଳ। ଏ ନେଇ ଗତକାଲି ସେ ଘୋଷଣା କରିଛନ୍ତି। ଯଦି ଚାଷୀ ଆନ୍ଦୋଳନର ସମାଧାନ ତାଙ୍କ ହିତରେ ରୁହେ ତେବେ ସେ ଆସନ୍ତା ନିର୍ବାଚନରେ ପଞ୍ଜାବରେ ବିଜେପି ସହ ବୁଝାମଣା ନେଇ ବିଚାର କରିବେ

ଅଦ୍ୟତନ ହୋଇଛି
Amarinder Singh

Amarinder Singh

Advertisment

ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗଢ଼ିବେ ନୂଆ ଦଳ। ଏ ନେଇ ଗତକାଲି ସେ ଘୋଷଣା କରିଛନ୍ତି। ଯଦି ଚାଷୀ ଆନ୍ଦୋଳନର ସମାଧାନ ତାଙ୍କ ହିତରେ ରୁହେ ତେବେ ସେ ଆସନ୍ତା ନିର୍ବାଚନରେ ପଞ୍ଜାବରେ ବିଜେପି ସହ ବୁଝାମଣା ନେଇ ବିଚାର କରିବେ। ଏଥିସହ ଅକାଳୀ ସମୁହଠୁ ଅଲଗା ହୋଇଥିବା ଏବଂ ସମାନ ବିଚାରଧାରା ରଖୁଥିବା ଦଳ ସହ ସେ ଗଠବନ୍ଧନ କରିବା ପାଇଁ ଚିନ୍ତା କରିବେ ବୋଲି କହିଛନ୍ତି। ଗତ ମାସରେ ହିଁ ଅମରିନ୍ଦର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତେବେ ବିଜେପିରେ ସାମିଲ ହେବା ସମ୍ଭାବନାକୁ ସେ ଖାରଜ କରିଦେଇଥିଲେ । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ସେ ଗୃହମନ୍ତ୍ରୀଙ୍କୁ ଭେଟିଥିବା କହିଥିଲେ।

Advertisment

p;

ଯଦି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ୩ଟି କୃଷି ବିଲକୁ ପ୍ରତ୍ୟାହାର କରି ନିଅନ୍ତି ତେବେ ତାଙ୍କ ଦଳ ବିଜେପି ସହ ଆସନ ବୁଝାମଣା କରିବ ବୋଲି ଅମରିନ୍ଦର ସିଂ ଘୋଷଣା କରିଛନ୍ତି । ପଞ୍ଜାବ ଭବିଷ୍ୟତ ପାଇଁ ଯୁଦ୍ଧ ଆରମ୍ଭ ହୋଇସାରିଛି। ଖୁବ୍‌ ଶୀଘ୍ର ଦଳ ମଇଦାନକୁ ଓହ୍ଲାଇବ ବୋଲି କ୍ୟାପ୍ଟେନ କହିଛନ୍ତି। ଏହି ଦଳ ପଞ୍ଜାବ ଲୋକଙ୍କ ସେବାରେ କାମ କରିବ ।

Advertisment

ବିଶେଷ କରି କୃଷକମାନେ ଦୀର୍ଘ ଦିନ ଧରି ଲଢ଼େଇ ଜାରି ରଖିଥିବାରୁ ସେମାନଙ୍କ ସହ ଦଳ ଠିଆ ହେବ ବୋଲି କୁହାଯାଇଛି। ଏନେଇ ଅମରିନ୍ଦରଙ୍କ ମିଡିଆ ଉପଦେଷ୍ଟା ରବିନ୍‌ ଥୁକରାଲ ସୂଚନା ଦେଇଛନ୍ତି। ଯଦି କୃଷକ ଆନ୍ଦୋଳନର ସମାଧାନ ହୋଇଯାଏ ତେବେ ଦଳ ବିଜେପି ସହ ମେଣ୍ଟ କରିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ତାଙ୍କ ଦଳ ଅକାଳି ଦଳ ସହ ମେଣ୍ଟ କରିପାରେ ବୋଲି କୁହାଯାଇଛି।

BJP Politics Amarinder Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ