ଭାରତର କିମ୍ବଦନ୍ତୀ ସ୍ପିନର ବିଶନ ସିଂ ବେଦୀଙ୍କ ପରଲୋକ

ଭାରତ ପଇଁ ୧୯୬୭ରୁ ୧୯୭୯ ପର୍ଯ୍ୟନ୍ତ ୬୭ଟି ଟେଷ୍ଟ ମ୍ୟାଚ ଖେଳି ସେ ୨୬୬ଟ ୱିକେଟ୍ ଅକ୍ତିଆର କରିଥିଲେ । ଏମିତିକି ତାଙ୍କ ଅଧିନାୟକତ୍ୱରେ ଭାରତ ଟେଷ୍ଟ ମ୍ୟାଚରେ ବି ବିଜୟୀ ହୋଇଥିଲା ।

ପରଲୋକ ବିଶନ ସିଂ ବେଦୀ

ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ତଥା କିମ୍ବଦନ୍ତୀ ବାମହାତୀ ସ୍ପିନର ବିଶନ ସିଂ ବେଦିଙ୍କ ପରଲୋକ । ୭୭ ବର୍ଷରେ ସେ ଆଜି ପରଲୋକ ଗମନ କରିଛନ୍ତି । ଭାରତ ପଇଁ ୧୯୬୭ରୁ ୧୯୭୯ ପର୍ଯ୍ୟନ୍ତ ୬୭ଟି ଟେଷ୍ଟ ମ୍ୟାଚ ଖେଳି ସେ ୨୬୬ଟ ୱିକେଟ୍ ଅକ୍ତିଆର କରିଥିଲେ । ଏମିତିକି ତାଙ୍କ ଅଧିନାୟକତ୍ୱରେ ଭାରତ ଟେଷ୍ଟ ମ୍ୟାଚରେ ବି ବିଜୟୀ ହୋଇଥିଲା ।

ନିଜ କ୍ୟାରିଆରରରେ ୧୦ଟି ଦିନିକିଆ ଖେଳି ୭ଟି ୱିକେଟ ଅକ୍ତିଆର କରିଥିଲେ ବିଶନ ସିଂ ବେଦୀ । ଭାରତର ଗ୍ରେଟ ସ୍ପିନରଙ୍କ ମଧ୍ୟରେ ବିଶନ ସିଂ ବେଦୀ ଥିଲେ ଅନ୍ୟତମ । ତାଙ୍କ ଟିପ୍ସ ନେଇ ଅନୀଲ କୁମ୍ବଲେ, ନରେନ୍ଦ୍ର ହିରୱାନୀ ଭଳି ସ୍ପିନର ଭାରତ ପାଇଁ ଗୌରବ ଆଣିଛନ୍ତି ।

ବିଶନ ସିଂ ବେଦୀଙ୍କ ପରଲୋକ ଗମନରେ ଭାରତୀୟ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।